/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701589921.jpg)
Car Accident In Bhubaneswar
ରାଜଧାନୀରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା କାର୍ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ନିକଟରେ ଆଜି ଭୋରରୁ ଏହି ସଡ଼କ ଦୁର୍ଘଟଣା ଘଟିଛି ।
Advertisment
ମୃତକ ଓ ଆହତଙ୍କ ପରିଚୟ ଜଣାପଡ଼ିନାହିଁ । ସୂଚନା ଅନୁସାରେ, ନନ୍ଦନକାନନ ପଟୁ ଜୟଦେବ ବିହାରକୁ ଯାଉଥିବା ଏକ କାର୍ ନିୟନ୍ତ୍ରଣ ହରାଇ ପ୍ରଥମେ ଡିଭାଇଡର ଉପରକୁ ମାଡ଼ି ଯାଇଥିଲା । ଏହାପରେ ଅପରପାର୍ଶ୍ୱରେ ଥିବା ଏକ ବସ୍ ସହ ପିଟି ହୋଇଥିଲା ।
ଫଳରେ ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ଚନ୍ଦ୍ରଶେଖରପୁର ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ଗୁରୁତରଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)