Advertisment

Wife Kills Husband: ଅଧରାତିରେ ପିଶାଚିନୀ ପାଲଟିଲା ସ୍ତ୍ରୀ, ବିରିୟାନି ଖୁଆଇ ସ୍ବାମୀର କାଟିଦେଲା ତଣ୍ଟି

ସବୁ କିଛି ଯୋଜନା ମୁତାବକ କରି ସ୍ବାମୀ ପାଇଁ ବିରିୟାନି ରାନ୍ଧିଥିଲା । ଆଉ ସେହି ବିରିୟାନିରେ ନିଦ ବଟିକାକୁ ଗୁଣ୍ଡ କରି ମିଶାଇଥିଲା । ଆଉ ସ୍ବାମୀ ବିରିୟାନି ଖାଇ ଶୋପଡ଼ିବା ପରେ ତାଙ୍କୁ ହତ୍ୟା କରିଥିଲା ସ୍ତ୍ରୀ ।

author-image
Tanmay Kumar Mahalik
Wife Kill Husband

Wife Kill Husband Photograph: (OTV)

ବିରିୟାନି ଖୁଆଇ ତଣ୍ଟି କାଟିଦେଲା ସ୍ତ୍ରୀ । ଅଧରାତିରେ ପ୍ରେମିକ ସହ ସ୍ବାମୀଙ୍କୁ କଲା ହତ୍ୟା । ମୁହଁରେ ତକିଆ ପକାଇ ଶ୍ବାସରୁଦ୍ଧ କଲା । ପରେ ଧାରୁଆ ଛୁରିରେ ତଣ୍ଟି କାଟିଲା । ସ୍ବାମୀଙ୍କୁ ଜୀବନରୁ ମାରିଦେବାକୁ ପ୍ରି-ପ୍ଲାନ୍ କରିଥିଲା ସ୍ତ୍ରୀ ।

Advertisment

ସବୁ କିଛି ଯୋଜନା ମୁତାବକ କରି ସ୍ବାମୀ ପାଇଁ ବିରିୟାନି ରାନ୍ଧିଥିଲା । ଆଉ ସେହି ବିରିୟାନିରେ ନିଦ ବଟିକାକୁ ଗୁଣ୍ଡ କରି ମିଶାଇଥିଲା । ଆଉ ସ୍ବାମୀ ବିରିୟାନି ଖାଇ ଶୋପଡ଼ିବା ପରେ ତାଙ୍କୁ ହତ୍ୟା କରିଥିଲା ସ୍ତ୍ରୀ । 

ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ଏହି ଘଟଣା । ଚିଲୁଭୁରୁ ଗାଁରେ ଲୋକମ ଶିବନାଗରାଜୁଙ୍କୁ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ମାଧୁରୀ ହତ୍ୟା କରିଛି । ଆଉ ଏହି ହତ୍ୟା ପଛରେ ପ୍ରେମିକ ଗୋପୀର ହାତ ଥିବା ପୋଲିସ କହିଛି । ପୋଲିସ ଆହୁରି କହିଛି, ଅଭିଯୁକ୍ତ ମାଧୁରୀ ପ୍ରେମିକ ଶହ ମିଶି ସ୍ବାମୀଙ୍କୁ ମାରିବାକୁ ଯୋଜନା କରିଥିଲା ।

Advertisment

ତେଣୁ ବିରିୟାନି ତିଆରି କରି ରାତିରେ ସ୍ବାମୀଙ୍କୁ ଖାଇବାକୁ ଦେଇ ପ୍ରେମିକ ସହ ଶିବନାଗରାଜୁଙ୍କୁ ହତ୍ୟା କରିଛି । ଆଉ ସବୁଠାରୁ ବଡ଼ କଥା ହେଉଛି । ସ୍ବାମୀକୁ ମାରିସାରିବା ପରେ ପ୍ରମାଣ ଲୁଚାଇବାକୁ ଚେଷ୍ଟା କରିଥିଲା ସ୍ତ୍ରୀ ମାଧୁରୀ । 

ସ୍ବାମୀ ଶିବନାଗରାଜୁର ମୃତ୍ୟୁ ପରେ ନାଟକ ରଚିଥିଲା ମାଧୁରୀ । ଗାଁ ଲୋକଙ୍କ ଆଗରେ ସ୍ୱାମୀର ହୃଦଘାତରେ ମୃତ୍ୟୁ ହୋଇଥିବା କହିଥିଲା । ହେଲେ ଶିବନାଗରାଜୁଙ୍କ ବାପା ଏବଂ ବନ୍ଧୁମାନେ ମରଶରୀରକୁ ଭଲକି ଦେଖିଥିଲେ । ମୃତଦେହରେ କ୍ଷତ ଚିହ୍ନ ଓ ରକ୍ତ ଦାଗ ଦେଖି ସନ୍ଦେହ କରିଥିଲେ । ତେଣୁ ପୋଲିସକୁ ଖବର ଦେବା ପରେ ଘଟଣାର ପ୍ରକୃତ ସତ ସାମ୍ନାକୁ ଆସିଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ପୋଷ୍ଟ ମର୍ଟମରେ ଶିବନାଗରାଜୁଙ୍କ ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ଘଟଣାକୁ ଆହୁରି ଗୁରୁତର ନେଇ ଜୋରଦାର ତଦନ୍ତ କରୁଛି ପୋଲିସ । 

ଉଭୟ ମାଧୁରୀ ଏବଂ ଗୋପୀଙ୍କୁ ଅଟକ ରଖି ପୋଲିସ ସେମାନଙ୍କ ନିକଟରୁ ଆହୁରି ତଥ୍ୟ ବାହାର କରୁଛି । ପ୍ରାଥମିକ ରିପୋର୍ଟରେ ପୋଲିସ ଦାବି କରିଛି ମାଧୁରୀ ତାଙ୍କ ସ୍ୱାମୀଙ୍କ ଶରୀର ପାଖରେ ରାତିସାରା ଅଶ୍ଳୀଳ ଭିଡିଓ ଦେଖୁଥିଲା ।

ସ୍ବାମୀଙ୍କୁ ମାରି କ୍ରାଇମ୍ କରି ତଥାପି ତାର ପଶ୍ଚ୍ୟାତାପ ନଥିଲା । ଟିକିଏ ବି ଦୁଃଖ କରିନଥିଲା । ପୂର୍ବରୁ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ଶେଷରେ ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କରିଥିଲା ପାପୀ ସ୍ତ୍ରୀ । 

Andhra Pradesh Biryani Husband Wife
Advertisment
Related Articles
Advertisment