/odishatv-khabar/media/media_files/2025/12/29/bengaluru-couple-suicide-2025-12-29-20-54-13.jpg)
Bengaluru-couple-suicide Photograph: (OTV)
ଅଧା ରହିଗଲା ହନିମୁନ। ହନିମୁନରୁ ଫେରି ଜୀବନ ହାରିଲା ସ୍ତ୍ରୀ। ୪୮ ଘଣ୍ଟା ଭିତରେ ହଜାରେ କିଲୋମିଟର ଦୂରକୁ ଯାଇ ଝୁଲିପଡିଲା ସ୍ବାମୀ। ଦୁଇ ମାସ ଭିତରେ ଉଜୁଡିଗଲା ସୁନାର ସଂସାର। ମାଡ଼ି ଆସିଲା ଝଗଡ଼ା ରୂପି ଝଡ଼। ଆଉ ସବୁ କିଛି କରିଦେଲା ଛାରଖାର। ହସଖୁସି ଭରା ଏଇ ଦମ୍ପତ୍ତିଙ୍କ ଜୀବନକୁ କରିଦେଲା ଦି ଏଣ୍ଡ।
ଇଏ ହେଉଛନ୍ତି ସୁରଜ ଶିବନ୍ନା। ବୟସ ୩୫। ସେ ବେଙ୍ଗାଲୁରୁର ବିଦ୍ୟାରଣ୍ୟପୁରା ଅଞ୍ଚଳର ବିଇଏଲ ଲେଆଉଟରେ ରୁହନ୍ତି। ଏକ ଡେଲିଭରି ସର୍ଭିସ ଫ୍ରାଞ୍ଚାଇଜ ଚଳାନ୍ତି ଶବନ୍ନା। ଆଉ ଇଏ ହେଉଛନ୍ତି ଗଣଭି। ଅକ୍ଟୋବର ୨୯। ବେଶ ଧୁମଧାମରେ ହୋଇଥିଲା ସୁରଜ ଓ ଗଣଭିଙ୍କ ବିବାହ। ବୈଦିକ ରୀତିନୀତି ଅନୁଯାୟୀ ଗଣଭିଙ୍କୁ ସାତ ଜନମ ପାଇଁ ସାଥୀ କରିଥିଲେ ସୁରଜ। ବିବାହର କିଛି ଦିନ ପରେ ହନିମୁନରେ ଶ୍ରୀଲଙ୍କାକୁ ଉଡ଼ିଯାଇଥିଲେ ଉଭୟ। ଆଉ ସେଠାରୁ ହିଁ ସୁଜର ଓ ଗଣଭିଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡ଼ା। ହନିମୁନକୁ ଅଧାରେ ଛାଡି ବେଙ୍ଗାଲୁରୁ ଫେରି ଆସିଥିଲେ ଦମ୍ପତି।
ଡିସେମ୍ବର ୨୫, ଗୁରୁବାର। ହଠାତ୍ ଘରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଗଣଭି। ଗୁରୁତର ଅବସ୍ଥାରେ ତାଙ୍କୁ ନିଆଯାଇଥିଲା ଡାକ୍ତରଖାନା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ, ତାଙ୍କ ବାପା-ମା ସୁରଜ ଏବଂ ତାଙ୍କ ପରିବାର ଉପରେ ବର୍ଷିଥିଲେ। ତାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଦାଖଲ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କରିଥିଲେ ଡିମାଣ୍ଡ। ଆଉ ଏପଟେ ଗିରଫ ଭୟରେ ବେଲାଙ୍ଗୁରୁ ଛାଡ଼ି ୧୦୦୦ କିଲୋମିଟର ଦୂର ନାଗାପୁରକୁ ଚାଲି ଆସିଥିଲେ ସୁରଜ ଓ ତାଙ୍କ ପରିବାର। ଡିସେମ୍ବର ୨୬। ନାଗପୁର ସ୍ଥିତ ଏକ ହୋଟେଲରେ ମା’ ଓ ସାନ ଭାଇ ସଂଜୟଙ୍କ ସହ ଚେକ୍ଇନ୍ କରିଥିଲେ ସୁରଜ। କିଛି ସମୟ ପରେ ହୋଟେଲ ରୁମର ଫ୍ୟାନରେ ଝୁଲି ପଡିଥିଲେ ଶିବନ୍ନା। ପୁଅର ଝୁଲନ୍ତା ମୃତଦେହକୁ ଦେଖି ମା’ ବି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ନାଗପୁର ପୋଲିସ ସୁରଜଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପଠାଇଛି। ସାନ ଭାଇ ସଂଜୟର ବୟାନ ରେକର୍ଡ କରିଛି। ତେବେ ସୁରଜଙ୍କ ପତ୍ନୀ ଗଣଭି କାହିଁକି ଆତ୍ମହତ୍ୟା କଲେ। ଦମ୍ପତିଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ କ’ଣ ରହିଛି । ପୂରା ମାମଲାର ତଦନ୍ତ ପରେ ପ୍ରକୃତ ସତ ସାମ୍ନାକୁ ଆସିବ।
Poor Road Construction: କାହାର ପୂର୍ତ୍ତ ବିଭାଗ? ଠିକାଦାର, ନେତା ନା ଜନତା

Fans Shocked by Latest Report: ଥ୍ରୀ ଇଡିଅଟ୍ସରେ ନଜର ଆସିବେନ ଆମିର ! କାହିଁକି ଏଭଳି ଚର୍ଚ୍ଚା

Mega Drinking Water Project: ସମୟ ସରିବାକୁ ବସିଲାଣି, ସରୁ ନାହିଁ ୪୮୦ କୋଟି ଟଙ୍କାର ପ୍ରକଳ୍ପ

Badri Strikes Again: ବିଜେଡିରେ ପୁଣି ବଦ୍ରି ବାଣ, ଟାର୍ଗେଟରେ ପାଣ୍ଡିଆନ୍ ଆଣ୍ଡ କୋ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)