Advertisment

Topper to Traitor: ମହିଳା ଡାକ୍ତର ସାହିନୀ ଚଳାଉଥିଲା ସ୍ବତନ୍ତ୍ର ଲେଡି ୱିଙ୍ଗ୍ , ୫ ଜଣ ଡାକ୍ତର ମିଶି ଚଳାଇଥିଲେ ଆତଙ୍କୀ ନେଟୱର୍କ

ଡାକ୍ତର ସାହିନ ସଂପର୍କରେ ଏବେ ଯେଉଁ ତଥ୍ୟ ଆସୁଛି, ତାହା ଭାରତୀୟ ଗୁଇନ୍ଦା ଓ ତଦନ୍ତକାରୀ ଏଜେନ୍ସିକୁ ଚକିତ କଲା ଭଳି। କୁହାଯାଉଛି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଏ- ମହମ୍ମଦ ପାଇଁ କାମ କରୁଥିବା ସାହିନ୍ ସଂସ୍ଥାର ମୁଖିଆ ମାସୁଦ୍ ଆଜାହାର ଲିଙ୍କରେ ଥିଲା।

author-image
Manas Ranjan Mohanty
LADY-DOCTOR

LADY-DOCTOR Photograph: (OTV)

ପାଠରେ ଟପ୍, ବୃତ୍ତିରେ ଡାକ୍ତର କିନ୍ତୁ ନିଶା ଥିଲା ଦେଶ ବିରୋଧୀ କାର୍ଯ୍ୟ। ଭାରତୀୟ ପାଣି ପବନରେ ପାଳି ପୋଷି ବଡ଼ ହୋଇଥିଲେ ବି ଭାରତୀୟଙ୍କ ରକ୍ତରେ ହୋଲି ଖେଳିବା ଥିଲା ଏକମାତ୍ର ଲକ୍ଷ୍ୟ। ଆଉ ମହିଳା ହୋଇ ବି ପୁରୁଷ ଆତଙ୍କବାଦୀଙ୍କଠାରୁ ଅଧିକ ବର୍ବରତା ଘଟାଇବା ଥିଲା ବଡ଼ ଯୋଜନା। ନିକଟରେ ଦେଶବ୍ୟାପୀ ହ୍ବାଇଟ୍ କୋଲାର ଟେରର ମଡ୍ୟୁଲର ପର୍ଦ୍ଦାଫାସ ଏବଂ ଲାଲକିଲ୍ଲା ବ୍ଲାଷ୍ଟ୍ ପରେ ସାମ୍ନାକୁ ଆସୁଛି ଲେଡି ଟେରରିଷ୍ଟ ଡାକ୍ତର ସାହିନ ସାହିଦର ଅସଲ ମୁଖା।

Advertisment

ସୋମବାର ଫରିଦାବାଦରୁ ଲକ୍ଷ୍ନୌର ମହିଳା ଡାକ୍ତର ସାହିନ ସହିଦ ଗିରଫ ପରେ ଖୋଲିଛି ଏ ଲେଡି ଆତଙ୍କୀର ଟେରର ଫାଇଲ। କୁହାଯାଉଛି, ଆତଙ୍କବାଦ ଓ ଦେଶଦ୍ରୋହ କାର୍ଯ୍ୟ ପାଇଁ ସାହିନ୍ ୨୦୧୫ ମସିହାରେ ସ୍ବାମୀ ଓ ପରିବାର ଏବଂ ୨୦୨୧ ମସିହାରେ ଡାକ୍ତରୀ ଚାକିରି ଛାଡ଼ିଥିଲା। ପରେ ଫରିଦାବାଦର ଅଲ ଫଲା ୟୁନିଭର୍ସିଟିର ଡାକ୍ତର ମୁଜାମ୍ମିଲ ସଂସ୍ପର୍ଶରେ ଆସିଥିଲା ସାହିନ। ପରେ ପରେ ଡାକ୍ତର ଆଦିଲ ଅହମ୍ମଦ, ଡାକ୍ତର ଉମ୍ମର ମହମ୍ମଦ ଏବଂ ଡାକ୍ତର ଅହମ୍ମଦ ମୋଇଉଦ୍ଦିନଙ୍କ ଭଳି ୫ ଜଣ ଡାକ୍ତର ମିଶି ଚଳାଇଥିଲେ ଆନ୍ତଃରାଜ୍ୟ ଆତଙ୍କୀ ନେଟୱର୍କ।...

ଡାକ୍ତର ସାହିନ ସଂପର୍କରେ ଏବେ ଯେଉଁ ତଥ୍ୟ ଆସୁଛି, ତାହା ଭାରତୀୟ ଗୁଇନ୍ଦା ଓ ତଦନ୍ତକାରୀ ଏଜେନ୍ସିକୁ ଚକିତ କଲା ଭଳି। କୁହାଯାଉଛି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଏ- ମହମ୍ମଦ ପାଇଁ କାମ କରୁଥିବା ସାହିନ୍ ସଂସ୍ଥାର ମୁଖିଆ ମାସୁଦ୍ ଆଜାହାର ଲିଙ୍କରେ ଥିଲା। ଏପରିକି ନିକଟରେ ସେ ଜମାତୁଲ୍ ମୋମିନାତ ନାଁରେ ଭାରତରେ ଏକ ସଂଗଠନର କରି ଏହାର କମାଣ୍ଡର ଭାବେ ନେତୃତ୍ବ ନେଉଥିଲା। ଯେଉଁ ସଂଗଠନର ସବୁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରୁଥିଲା ଜୈଶ୍ ମୁଖ୍ୟ ମାସୁଦ ଆଜାହାର ଭଉଣୀ ସାଦିଆ ଆଜାହାର। ଭାରତରେ କେମିତି ମହିଳା ଆତଙ୍କୀଙ୍କ ସଂଖ୍ୟା ବଢ଼ିବ, ତାହା ଥିଲା ସାହିନ ପାଇଁ ମୁଖ୍ୟ ଟାସ୍କ। ଏଥିପାଇଁ ସେ ଉଚ୍ଚଶିକ୍ଷିତ ଯୁବତୀଙ୍କ ବ୍ରେନ୍ ୱାସ୍ କରି, ଆତଙ୍କୀ କାର୍ଯ୍ୟକଳାପ ପାଇଁ ପ୍ରସ୍ତୁତ କରୁଥିଲା। ଅନ୍ୟପଟେ ହାଇଟ୍ କୋଲାର ଟେରର ମ଼ଡ୍ୟୁଲ ଜରିଆରେ ଭଦ୍ର ମୁଖା ଭିତରେ ଆତଙ୍କୀ ପ୍ରଶିକ୍ଷାର୍ଥୀଙ୍କୁ ଅର୍ଥ ଯୋଗାଣ, ବିସ୍ଫୋରକ ପରିବହନ ଭଳି ଲଜିଷ୍ଟିକ୍ସ ସପୋର୍ଟ ବି ଯୋଗାଇ ଦେଉଥିଲା।...

ଗୁଇନ୍ଦା ତଥ୍ୟ କହୁଛି, ଆସନ୍ତା ଜାନୁଆରୀ 26 ପାଇଁ ନୂଆଦିଲ୍ଲୀ ସମେତ ଦେଶର ବିଭିନ୍ନ ଭାଗରେ ବଡ଼ ହମଲା କରିବାର ଯୋଜନା ରଖିଥିଲେ ଏ ହ୍ବାଇ୍ଟ କୋଲାର ଟେରର ମଡ୍ୟୁଲ। କିନ୍ତୁ ଜାମ୍ମୁ କାଶ୍ମୀର ପୋଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ, ସେ ଯୋଜନା ଅକାମୀ କରିବା ସହ ଏକ ବଡ଼ ବିପର୍ଯ୍ୟୟର ଯୋଜନା କରୁଥିବା ମହିଳା ଆତଙ୍କବାଦୀ ୱିଙ୍ଗର ପୋଲ ଖୋଲିଛି। ଏପଟେ ସାହିନର ଏ ଇତିବୃତ୍ତ ସାମ୍ନାକୁ ଆସିବା ପରେ 1991ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ଘଟଣା ପୁଣି ତାଜା ହୋଇଛି। ସେତେବେଳେ, ରାଜୀବଙ୍କୁ ହତ୍ୟା ପାଇଁ ଏଭଳି ମହିଳା ଆତ୍ମଘାତୀଙ୍କୁ ଟ୍ରେନିଂ ଦେଇ ଛାଡ଼ିଥିଲା ଏଲଟିଟିଇ। ଆଉ ଏ ଘଟଣାର ୩ ଦଶନ୍ଧି ପରେ ଜୈଶ୍ ଏ ମହମ୍ମଦ ଏବେ ସେଇ ରାସ୍ତା ଆପଣାଇଥିବା ଚର୍ଚ୍ଚା ହେଉଛି।.

Advertisment
Related Articles
Advertisment