Advertisment

Political Ambition Turns Monster: ସରପଞ୍ଚ ଲୋଭରେ ବାପା ପାଲଟିଲା କଂସେଇ, ଜନ୍ମ କଲା ଝିଅକୁ ମାରିଲା

ଘାରିଲା ପେସା, ପାୱାର ଓ ଚୌକି ନିଶା। ସରପଞ୍ଚ ଲୋଭରେ ବାପା ପାଲଟିଲା କଂସେଇ। ନିଜ ହାତରେ ଜନ୍ମ କଲା ଝିଅକୁ ମାରିଲା। ଇଏ ହେଉଛନ୍ତି ସେହି ସୈତାନ ବାପା ପାଣ୍ଡୁରାଙ୍ଗ କୋନ୍ଦମାଙ୍ଗଲେ।

author-image
Madhupriya Mistry
Man Kills 6 Year Old Daughter

Man Kills 6 Year Old Daughter Photograph: (OTV)

ଘାରିଲା ପେସା, ପାୱାର ଓ ଚୌକି ନିଶା। ସରପଞ୍ଚ ଲୋଭରେ ବାପା ପାଲଟିଲା କଂସେଇ। ନିଜ ହାତରେ ଜନ୍ମ କଲା ଝିଅକୁ ମାରିଲା। ଇଏ ହେଉଛନ୍ତି ସେହି ସୈତାନ ବାପା ପାଣ୍ଡୁରାଙ୍ଗ କୋନ୍ଦମାଙ୍ଗଲେ। ମହାରାଷ୍ଟ୍ର ନାନ୍ଦେଡ ଜିଲ୍ଲା କେରୁର ଗାଁରେ ଏକ ପାର୍ଲରରେ କାମ କରନ୍ତି। କିନ୍ତୁ ତାଙ୍କୁ ଘାରିଥିଲା ପଲିଟିକ୍ସ ନିଶା। ସତ୍ତା ଲୋଭରେ ସେ ହୋଇଯାଇଥିଲେ ଅନ୍ଧ। ଆସନ୍ତା ପଞ୍ଚାୟତ ନିର୍ବାଚନ ଲଢ଼ି ବାରିକରୁ ସରପଞ୍ଚ ହେବାକୁ ସେ ଇଚ୍ଛା କରିଥିଲେ। କିନ୍ତୁ ତାଙ୍କର ଏ ଇଚ୍ଛା ଆଗରେ ବାଧା ସାଜିଥିଲେ ତାଙ୍କର ତିନି ସନ୍ତାନ। ମହାରାଷ୍ଟ୍ରରେ ନିୟମ ଅନୁସାରେ, ଦୁଇରୁ ଅଧିକ ସନ୍ତାନ ଥିଲେ ପଞ୍ଚାୟତ ନିର୍ବାଚନ ଲଢ଼ି ହେବନି। ଏଥିପାଇଁ ଦୁଇ ଯାଆଁଳା ୬ ବର୍ଷୀୟ ଝିଅ ମଧ୍ୟରୁ ଜଣକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ପାଣ୍ଡୁରଙ୍ଗା। 

Advertisment

ନିକଟରେ ପାଣ୍ଡୁରଙ୍ଗା ବାଇକରେ ୬ ବର୍ଷର ଝିଅ ପ୍ରାଚୀକୁ ବୁଲାଇ ନେବା ବାହାନାରେ ତେଲେଙ୍ଗାନାର ନିଜାମାବାଦ ନେଇଯାଥିଲେ। ସେଠାରେ ଏକ କେନାଳ ଉପରୁ ତାକୁ ଠେଳି ହତ୍ୟା କରିଥିଲେ। ପରେ ସେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ। 

ପୋଲିସ କମିଶନର ପି ସାଇ ଚୈତନ୍ୟ କହିଛନ୍ତି, ନିଜାମନଗର କେନାଲରୁ ଜଣେ ଶିଶୁକନ୍ୟାର ମୃତଦେହ ଭାସୁଥିବା ଗାଁ ଲୋକେ ଖବର ଦେବା ପରେ ଉଦ୍ଧାର କରାଯାଇଛି। ତଦନ୍ତ ପରେ ଝିଅର ପରିଚୟ ମିଳିଥିଲା। ପରେ ଝିଅର ବାପା ପାଣ୍ଡୁରାଙ୍ଗାଙ୍କୁ ଜେରା କରାଯାଇଥିଲା। ତଦନ୍ତରେ ସେ ବୟାନ ବାରମ୍ବାର ବଦଳୁଥିବାରୁ ସନ୍ଦେହ ବଢିଥିଲା। ଅଧିକ ପଚରାଉଚରା ପରେ ସେ ସତ ମାନିଛି ।

Advertisment

ପ୍ରଥମେ ପାଣ୍ଡୁରାଙ୍ଗ ପ୍ରାଚୀକୁ ଅନ୍ୟ କାହାକୁ ଦେଇଦେବ ବୋଲି ଭାବିଥିଲେ । କିନ୍ତୁ ଏହି ଯୋଜନା ସଫଳ ହୋଇନଥିଲା । ଶେଷରେ ନିଜର ଜଣେ ସାଙ୍ଗ ସହ ମିଶି ହତ୍ୟା କରିବାକୁ ସେ ସୁଚିନ୍ତିତ ଯୋଜନା କରିଥିଲେ । ନିଜାମାବାଦ ପୋଲିସ ସୋମବାର ପାଣ୍ଡୁରାଙ୍ଗଙ୍କ ସମେତ ତାଙ୍କ ସାଥୀ ଗଣେଶଙ୍କୁ ଗିରଫ କରିଛି। ପୂରା ମାମଲାର ତଦନ୍ତ ଜାରି ରହିଛି। 

Father killed Daughter Panchayat Poll Eligibility Row Maharashtra Panchayat Elections Murder
Advertisment
Related Articles
Advertisment