Advertisment

Big Boost to Cheetah Project: ଦ୍ୱିତୀୟ ଥର ପାଇଁ ମାଆ ହେଲା ଦକ୍ଷିଣ ଆଫ୍ରିକୀୟ ଚିତା ‘ଗାମିନି’, ଐତିହାସିକ ମାଇଲଷ୍ଟୋନ୍ କହିଲେ ମନ୍ତ୍ରୀ

ଦକ୍ଷିଣ ଆଫ୍ରିକୀୟ ଚିତା ‘ଗାମିନି’, ଯିଏ ଦ୍ୱିତୀୟ ଥର ପାଇଁ ମା’ ହୋଇଛି। ସେ ୩ଟି ସୁସ୍ଥ ଶାବକଙ୍କୁ ଜନ୍ମ ଦେଇଛି। ଏହା ସହ ଭାରତ ଭୂମିରେ ଏପର୍ଯ୍ୟନ୍ତ ୯ଟି ସଫଳ ଚିତା ଲିଟର୍ ରେକର୍ଡ ହୋଇଛି।

author-image
Tapan Swain
Cheetah

Cheetah Photograph: (OTV)

କୁନୋ ନ୍ୟାସନାଲ୍ ପାର୍କରେ ଖୁସିର ମାହୋଲ। ଦକ୍ଷିଣ ଆଫ୍ରିକାରୁ ଭାରତକୁ ଚିତା ଆସିବାର ୩ ବର୍ଷ ପୂର୍ତ୍ତି ଅବସରରେ, କୁନୋରେ ଜନ୍ମ ନେଇଛନ୍ତି ଆଉ ୩ଟି ନୂଆ ଚିତା ଶାବକ। ଦକ୍ଷିଣ ଆଫ୍ରିକୀୟ ଚିତା ‘ଗାମିନି’, ଯିଏ ଦ୍ୱିତୀୟଥର ପାଇଁ ମା’ ହୋଇଛି। ସେ ୩ଟି ସୁସ୍ଥ ଶାବକଙ୍କୁ ଜନ୍ମ ଦେଇଛି। ଏହା ସହ ଭାରତ ଭୂମିରେ ଏପର୍ଯ୍ୟନ୍ତ ୯ଟି ସଫଳ ଚିତା ଲିଟର୍ ରେକର୍ଡ ହୋଇଛି। 

Advertisment

ଏହି ନୂଆ ଜନ୍ମ ସହିତ ଭାରତରେ ଜୀବିତ ଭାରତଜନ୍ମା ଚିତା ଶାବକଙ୍କ ସଂଖ୍ୟା ୨୭କୁ ପହଞ୍ଚିଛି ଏବଂ ମୋଟ ଚିତା ସଂଖ୍ୟା ବଢ଼ି ୩୮ ହୋଇଛି। ‘ପ୍ରୋଜେକ୍ଟ ଚିତା’ର ସଫଳତା ପାଇଁ ଏହି ଘଟଣା ଏକ ଐତିହାସିକ ମାଇଲଷ୍ଟୋନ୍  ବୋଲି କହିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ।

ମଧ୍ୟପ୍ରଦେଶ କୁନୋ ପାଇଁ ଏହା ଗର୍ବର ମୁହୂର୍ତ୍ତ ବୋଲି ସେ ଦୋହରାଇଛନ୍ତି।

‘କୁନୋ’କୁ ଆସିଲେ ନୂଆ ଅତିଥି

ଚିତା ‘ଗାମିନି’ ଦେଲା ନୂଆ ଚିତା ଶାବକ 
ଦ୍ୱିତୀୟଥର ପାଇଁ ମାଆ ହେଲା ଦକ୍ଷିଣ ଆଫ୍ରିକୀୟ ଚିତା ‘ଗାମିନି’
ଏବେ ଭାରତରେ ଚିତା ଶାବକଙ୍କ ସଂଖ୍ୟା ୨୭କୁ ବୃଦ୍ଧି 
ମୋଟ ଚିତା ସଂଖ୍ୟା ବଢ଼ି ହେଲା ୩୮ 
‘ପ୍ରୋଜେକ୍ଟ ଚିତା’ର ଆଉ ଏକ ସଫଳତା 

Advertisment
Cheetah Kuno National Park
Advertisment
Related Articles
Advertisment