Advertisment

Sonam Wangchuk Arrested: ଲଦାଖ ହିଂସାରେ ନୂଆ ମୋଡ, ସୋନମ ୱାଙ୍ଗଚୁକ ଗିରଫ

ଲଦାଖ ହିଂସାରେ ନୂଆ ମୋଡ। ରାଜ୍ୟ ମାନ୍ୟତା ଦାବି ନେଇ ଆରମ୍ଭ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେବାରୁ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରିଛି ପୋଲିସ୍। ବିକ୍ଷୋଭକାରୀଙ୍କୁ ୱାଙ୍ଗଚୁକ ନିଜ ଭାଷଣ ଜରିଆରେ ଉସକାଇଥିବା ଅଭିଯୋଗ ହୋଇଛି।

author-image
Manas Ranjan Mohanty
SONAM ARREST

SONAM ARREST Photograph: (OTV)

ଗିରଫ ହେଲେ ସାମାଜିକ କର୍ମୀ ସୋନମ୍ ଓ୍ୱାଙ୍ଗଚୁକ୍ । ଲଦାଖ ହିଂସା ମାମଲାରେ ଜାତୀୟ ସୁରକ୍ଷା ଆଇନ ଏନଏସଏ ବଳରେ ତାଙ୍କୁ ଗିରଫ କରାଯାଇ ଲେହରୁ ଯୋଧପୁରକୁ ନିଆଯାଇଛି । ଲଦାଖରେ ଉତ୍ତେଜନା ସୃଷ୍ଟି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

Advertisment

ପୂର୍ବରୁ ୱାଙ୍ଗଚୁକଙ୍କ ଏନଜିଓ ‘ଷ୍ଟୁଡେଣ୍ଟସ୍ ଏଜୁକେସନାଲ୍ ଆଣ୍ଡ କଲ୍ ଚରାଲ୍ ମୁଭମେଣ୍ଟ ଅଫ୍ ଲଦାଖର ଲାଇସେନ୍ସକୁ ବିଦେଶୀ ଅନୁଦାନ ନିୟମ ଉଲ୍ଲଂଘନ ଅଭିଯୋଗରେ ରଦ୍ଦ କରାଯାଇଥିଲା। ୱାଙ୍ଗଚୁକଙ୍କ ଗିରଫ ପରେ ଲଦାଖରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।

ଇଣ୍ଟରନେଟ୍  ସେବା ସାମୟିକ ଭାବେ ବନ୍ଦ ରଖାଯାଇଛି। ଲେହରେ ମଧ୍ୟ କର୍ଫ୍ୟୁ ବଳବତ୍ତର ରହିଛି। ହିଂସା ଭିଆଇବା ପାଇଁ ଯେଉଁମାନେ ଷଡଯନ୍ତ୍ର କରିଛନ୍ତି ସେମାନଙ୍କୁ ନିସ୍ତାର ମିଳିବ ନାହିଁ ବୋଲି କହିଛି କେନ୍ଦ୍ର । 

Advertisment

-ସାମାଜିକ କର୍ମୀ ସୋନମ୍ ଓ୍ୱାଙ୍ଗଚୁକ୍ ଗିରଫ
-ଲଦାଖ ହିଂସା ମାମଲାରେ ଗିରଫ
-ଜାତୀୟ ସୁରକ୍ଷା ଆଇନ ଏନଏସଏ ବଳରେ ଗିରଫ କରାଗଲା
-ୱାଙ୍ଗଚୁକଙ୍କ ଏନଜିଓର ଲାଇସେନ୍ସ ରଦ୍ଦ
-ଲଦାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Advertisment
Related Articles
Advertisment