/odishatv-khabar/media/media_files/2026/03/09/boma-threat-2026-03-09-12-52-42.jpg)
BOMA THREAT Photograph: (OTV)
ପୁରୀ କୋର୍ଟରେ ପୁଣି ବୋମା ଆତଙ୍କ। ବୋମା ଆତଙ୍କଙ୍କୁ ନେଇ ଓକିଲ ଭୟଭୀତ ହୋଇପଡିଛନ୍ତି। ଜନୈକ ସନ୍ଦିଗ୍ଧ ଜିଲ୍ଲା ଦୌରଜଜଙ୍କୁ କରିଛି ଇମେଲ୍। କୋର୍ଟ ବାହାରକୁ ଚାଲିଆସିଛନ୍ତି ଓକିଲମାନେ। ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।
ବୋମା ଆତଙ୍କ ଯୋଗୁଁ କୋର୍ଟ କାର୍ଯ୍ୟ ଅଚଳ ହୋଇପଡିଛି। ଜିଲ୍ଲା ଜଜଙ୍କ ନିକଟକୁ ଆସିଥିଲା ଇ-ମେଲ୍। ଏଥିରେ ପୁରୀ କୋର୍ଟକୁ ବୋମାରେ ଉଡେଇବାକୁ ଧମକ ଦିଆଯାଇଥିଲା। ଅଜଣା ମେଲ୍ ଆଇଡିରୁ ପୁରୀ କୋର୍ଟକୁ ଏହି ଧମକ ଆସିଛି। ଘଟଣା ସ୍ଥଳରେ ସଶସ୍ତ୍ର ପୁଲିସ ଓ ବମ୍ ସ୍କ୍ୱାର୍ଡ ପହଞ୍ଚି ଵର୍ତମାନ ସର୍ଚ୍ଚ ଆରମ୍ଭ କରିଛି। ପୂରା କୋର୍ଟ ପରିସରକୁ ଖାଲି କରିଦିଆଯାଇଛି।
କୋର୍ଟ ପରିସର ମଧ୍ୟରେ ଥିବା ସମସ୍ତ କୋଠରୀ ଓ ଯାନବାହାନ ଗୁଡ଼ିକୁ ଡଗସ୍କ୍ୱଡ ଓ ବମସ୍ୱଡ୍ ଯାଞ୍ଚ ଜାରି ରହିଛି। ସେପଟେ କୋର୍ଟ ପରିସରକୁ ଦୁଇ ପ୍ଲାଟୁନ ଫୋର୍ସ ଘେରି ରହିଛନ୍ତି। ଭୟଭୀତ ନହେବା ପାଇଁ ଡିଏସପି ଅନୁରୋଧ କରିଛନ୍ତି। ତେବେ କିଏ ଏହି ମେଲ୍ ପଠାଇଛି ଓ କାହିଁକି ପଠାଇଛି ଓ କାହା ଉଦ୍ଦେଶ୍ୟରେ ପଠାଇଛି ତାହା ଏବେ ତଦନ୍ତ ପରିସରରେ ରହିଛି।
School Reopens After Month-Long Closure: ମାସେ ପରେ ଖୋଲିଲା ସ୍କୁଲ୍, ବ୍ୟାପକ ପୋଲିସ ଫୋର୍ସ ମୁତୟନ

Gold Prices Drop: ଯୁଦ୍ଧ ମଧ୍ୟରେ ଗ୍ରାହକଙ୍କ ପାଇଁ ଖୁସି ଖବର, ଖସିଲା ସୁନା ଦର

Stock Market Crashes: ଯୁଦ୍ଧ ନିଆଁରେ ଜଳୁଛି ସେୟାର ମାର୍କେଟ୍, ବୁଡ଼ିଲା ନିବେଶକଙ୍କ ପୁଞ୍ଜି!

Jaishankar Briefs Rajya Sabha: ଭାରତୀୟଙ୍କ ସୁରକ୍ଷା ପ୍ରଥମ ଅଗ୍ରାଧିକାର, ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି ପିଏମ୍: ବୈଦେଶିକ ମନ୍ତ୍ରୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)