Advertisment

Atal Canteen: ୫ ଟଙ୍କାରେ ମିଳିବ ଦମଦାର ଥାଳି , ଖୋଲିଲା ଅଟଳ କ୍ୟାଣ୍ଟିନ୍

ଡିସେମ୍ବର ୨୫ରେ, ଦିଲ୍ଲୀରେ ଏପରି ୪୫ଟି କ୍ୟାଣ୍ଟିନ୍‌ରେ ଖାଦ୍ୟ ପରଷା ଯାଇଛି। ସମଗ୍ର ନୂଆଦିଲ୍ଲୀରେ ଏପରି ଅଟଳ କ୍ୟାଣ୍ଟିନ୍‌ ଖୋଲିବାକୁ ଯୋଜନା ରହିଛି। ବାକିଗୁଡ଼ିକ ଖୁବ୍‌ଶୀଘ୍ର ଖୋଲିବ ବୋଲି କୁହାଯାଇଛି।

author-image
OTV Bureau
Atal-Canteen

Atal-Canteen Photograph: (OTV)

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀରେ ଗୁରୁବାର ୧୦୦ଟି ଅଟଳ କ୍ୟାଣ୍ଟିନ୍ ଉଦଘାଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସରକାର ଦୀର୍ଘ ଦିନ ଧରି ଏପରି ଅଟଳ କ୍ୟାଣ୍ଟିନ୍ ପ୍ରତିଷ୍ଠା କରିବା ଯୋଜନାରେ କାମ କରୁଥିଲା। 

Advertisment

ଡିସେମ୍ବର ୨୫ରେ, ଦିଲ୍ଲୀରେ ଏପରି ୪୫ଟି କ୍ୟାଣ୍ଟିନ୍‌ରେ ଖାଦ୍ୟ ପରଷା ଯାଇଛି। ସମଗ୍ର ନୂଆଦିଲ୍ଲୀରେ ଏପରି ଅଟଳ କ୍ୟାଣ୍ଟିନ୍‌ ଖୋଲିବାକୁ ଯୋଜନା ରହିଛି। ବାକିଗୁଡ଼ିକ ଖୁବ୍‌ଶୀଘ୍ର ଖୋଲିବ ବୋଲି କୁହାଯାଇଛି।

ତେବେ ଅଟଳ କ୍ୟାଣ୍ଟିନରେ ସକାଳ ୧୧ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ୬ଟା ୩୦ ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଖାଦ୍ୟ ପରଷା ଯିବ। ପ୍ରତି ଅଟଳ କ୍ୟାଣ୍ଟିନରେ ୫୦୦ ଲୋକ ଖାଇବାର କ୍ଷମତା ରହିଛି। ତେବେ ଦିଲ୍ଲୀର ଦିନ ମଜୁରିଆ, ଶ୍ରମିକ ଏବଂ କମ ଆୟ ଥିବା ଲୋକମାନେ ଏହି ଯୋଜନାର ଫାଇଦା ନେବେ। 

Advertisment

ନରେଲାରେ ଦୁଇଟି କ୍ୟାଣ୍ଟିନ୍ ଖୋଲାଯାଇଥିବା ବେଳେ ବାୱାନାର ଦୌଲତପୁର ଶାହବାଦରେ ମଧ୍ୟ ଦୁଇଟି ଅଟଳ କ୍ୟାଣ୍ଟିନ୍ ଖୋଲାଯାଇଛି। ସେହିପରି ଆଦର୍ଶ ନଗର, ଶାଲିମାର ବାଗ, ଶକୁର ବସ୍ତି, ମୋତି ନଗର, ସଙ୍ଗମ ବିହାର ଭଳି ଅଞ୍ଚଳରେ ଅଟଳ କ୍ୟାଣ୍ଟିନ ଯୋଜନା ଅଧୀନରେ କ୍ୟାଣ୍ଟିନ ଖୋଲାଯାଇଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀରେ ଲାଜପତ ନଗରରେ ଏକ ଅଟଳ କ୍ୟାଣ୍ଟିନ୍ ଉଦଘାଟନରେ ଯୋଗ ଦେଇଛନ୍ତି। ଏନେଇ ରେଖା ଗୁପ୍ତା ଦିଲ୍ଲୀ ଗେଟ୍ ରୁ ଲଜପତ ନଗରକୁ ମେଟ୍ରୋରେ ଯାଇଥିଲେ। ଏହି ସମୟରେ ସେ ଯାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ।

ରେଖା ଗୁପ୍ତା କହିଛନ୍ତି ଯେ ଦିଲ୍ଲୀ ମେଟ୍ରୋର ଭିତ୍ତିଭୂମି ସ୍ଥାପନ କରିବାରେ ବାଜପେୟୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯାହା ରାଜଧାନୀରେ ଟ୍ରାଫିକ୍ ମୁକ୍ତ ପରିବହନ ସେବାର ମେରୁଦଣ୍ଡ ପାଲଟିଛି।

Advertisment