/odishatv-khabar/media/media_files/2026/01/18/republic-day-vip-culture-end-2026-01-18-15-36-03.jpg)
Republic-Day Photograph: (Republic-Day)
ଗଣତନ୍ତ୍ର ଦିବସରେ ବଡ଼ ପରିବର୍ତ୍ତନ । ବନ୍ଦ ହେବ ଭିଆଇପି କଲଚର୍ । ନମ୍ବର ନୁହେଁ, ଏଥର ନଦୀ ଦେଖାଇବ ବାଟ । ରାଜଧାନୀର କର୍ତ୍ତବ୍ୟ ପଥରେ ୨୦୨୬ ଗଣତନ୍ତ୍ର ଦିବସ ବେଶ୍ ଖାସ୍ ହେବାକୁ ଯାଉଛି । ଗଣତନ୍ତ୍ର ଦିବସ ପରେଡ୍ରେ ଏଥର ଦେଖିବାକୁ ମିଳିବ ଏକ ନୂଆ ଓ ନିଆରା ପରମ୍ପରା । ବନ୍ଦ ହେବ ବର୍ଷ ବର୍ଷରୁ ଚାଲିଆସୁଥିବା ଭିଆଇପି ସଂସ୍କୃତି ।
ବଦଳିଲା ଦର୍ଶକଙ୍କ ବସିବ ସ୍ଥାନର ନାଁ
ପରେଡ୍ ମାର୍ଗରେ ଥିବା ଅତିଥିଙ୍କ ବସିବା ଜାଗା ଆଉ ଭିଆଇପି, ଭିଭିଆଇପି କିମ୍ବା ନମ୍ବରରେ ନୁହେଁ ବରଂ ନଦୀଗୁଡିକର ନାଁରେ ଜଣାଯିବ ।
କର୍ତ୍ତବ୍ୟ ପଥରେ ତିଆରି ଦର୍ଶକ ଏନକ୍ଲୋଜର ଏଥର ପ୍ରଥମ ଥର ନମ୍ବର ବଦଳରେ ପ୍ରମୁଖ ଭାରତୀୟ ନଦୀଗୁଡିକର ନାମରେ ଜଣାଯିବ, ଯେମିତିକି- ଯମୁନା, ଗଙ୍ଗା, ବ୍ରହ୍ମପୁତ୍ର, ନର୍ମଦା, ଗୋଦାବରୀ, କାବେରୀ । ଏହାଦ୍ୱାରା ଭିଆଇପି କଲ୍ଚରର ବନ୍ଦ ହେବ ବୋଲି ସୂଚନା ଦେଇଛନ୍ତି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ।
ଏକ ଭାରତ, ଶ୍ରେଷ୍ଠ ଭାରତର ବାର୍ତ୍ତା:
ନଦୀଗୁଡିକର ନାଁରେ ଜଣାଯିବ ଦର୍ଶକଙ୍କ ବସିବା ସ୍ଥାନ । ଦେଶର ବିଭିନ୍ନ କୋଣରେ ପ୍ରବାହିତ ହେଉଥିବା ଏହି ନଦୀଗୁଡିକ ଏଥର କର୍ତ୍ତବ୍ୟ ପଥରେ ଏକ ଭାରତ, ଶ୍ରେଷ୍ଠ ଭାରତର ସନ୍ଦେଶ ଦେବେ । ଏହା ପରିବର୍ତ୍ତନ ସାଧାରଣ ଜନତା ଓ ଭିଆଇପିଙ୍କ ମଧ୍ୟରେ ବ୍ୟବଧାନ କମାଇବ । ଭାରତୀୟ ଐତିହ୍ୟ, ସଂସ୍କୃତି ଓ ସମାନତା ପ୍ରୋତ୍ସାହନ ମିଳିବ । ସବୁ ନାଗରିକ ନିଜକୁ ସମାନ ଅନୁଭବ କରିବେ ।
ବ୍ୟୁରୋ ରିପୋର୍ଟ, ଓଟିଭି
Manipur Horror: ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମରିଗଲେ ପଛେ ମିଳିଲାନି ନ୍ୟାୟ !

Sarabjit Kaur Controversy: ଭାରତ ଛାଡ଼ିବା ପରେ ଅତ୍ୟାଚାର କରୁଛି ପାକିସ୍ତାନୀ ସ୍ୱାମୀ

Aamir Khan Runs With Family: ୧୦ କିମି ଦୌଡ଼ିଲେ ଆମିର ଖାନ, ଶେୟାର କଲେ ଫିଟନେସ୍ ମନ୍ତ୍ର

Chaos over Fried Fish: ବାହାଘର ଭୋଜିରେ ଭଜା ମାଛ ପାଇଁ ଦଳା ଚକଟା ହେଲେ ବିକଳିଆ ଅତିଥି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)