/odishatv-khabar/media/media_files/2026/01/26/mumbai-professor-alok-singh-murder-2026-01-26-15-21-09.jpg)
Mumbai professor Alok Singh Murder Photograph: (OTV)
ସ୍ତ୍ରୀ ଜନ୍ମଦିନରେ ସ୍ବାମୀଙ୍କୁ ହତ୍ୟା । ଟ୍ରେନରେ ପ୍ରଫେସରଙ୍କୁ ଛୁରୀ ଭୁସି ହତ୍ୟା କଲା ଦୁର୍ବୃତ୍ତ । ସାମାନ୍ୟ ବଚସାରୁ ଛଟପଟ କରି ମରିଦେଲା । ମୁମ୍ବାଇର ପ୍ରଫେସର ଆଲୋକ ସିଂହଙ୍କୁ ଟ୍ରେନରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।
ପତ୍ନୀଙ୍କ ଜନ୍ମଦିନ ପାଇଁ ଡର୍ନର ପାର୍ଟିର ବ୍ୟବସ୍ଥା କରାଯାଇଥିଲା । ଅତିଥିଙ୍କୁ ନିମନ୍ତ୍ରଣ ବି ସରିଥିଲା । ହେଲେ ଘରକୁ ଫେରୁଥିବା ବେଳେ ଟ୍ରେନରେ ଏପରି ଅଘଟଣ ଘଟିଛି ।
ମୁମ୍ବାଇ ପୋଲିସ ଏନେଇ ରବିବାର ପ୍ରତିକ୍ରିୟା ରଖିଛି । ପୋଲିସ କହିଛି, ମଲାଡ ଷ୍ଟେସନରେ ଏକ ଲୋକାଲ୍ ଟ୍ରେନରୁ ଓହ୍ଲାଇବା ସମୟରେ ଅଭିଯୁକ୍ତ ଓମକାର ସିନ୍ଦେ, ପ୍ରଫେସର ଆଲୋକ କୁମାର ସିଂହଙ୍କୁ ହତ୍ୟା କରିଛି । ଛୋଟ ଏକ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।
ସେହି ବଚସା ଧୀରେ ଧୀରେ ଉଗ୍ରରୂପ ଧାରଣ କରିଥିଲା । ଯାହାଫଳରେ ଅଭିଯୁକ୍ତ ଓମକାର୍ ପ୍ରଫେସର ଆଲୋକଙ୍କୁ ବାରମ୍ବାର ଛୁରି ଭୁସି ହତ୍ୟା କରିଥିଲା ବୋଲି ପୋଲିସ କହିଛି ।
ସେପଟେ ଏହି ଘଟଣାର ୧୨ ଘଣ୍ଟା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ବିଏନଏସର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତକୁ ପାଞ୍ଚ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ଓମକାର ସିନ୍ଦେ, ଜଣେ ଶ୍ରମିକ ।
ତାକୁ କୁରାର ଅଞ୍ଚଳରୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ସନ୍ଧ୍ୟା ପ୍ରାୟ ୫ଟା ୪୦ ମିନିଟ୍ ସମୟରେ ଏହି ଓମକାର୍ ପ୍ରଫେସର ଆଲୋକଙ୍କ ସହ ଝଗଡ଼ା କରିଥିଲା । ପରେ ଏହି ଘଟଣା ଘଟିଛି ।
ଘଟଣାକୁ ନେଇ ମୁମ୍ବାଇ ପୋଲିସ ଜୋରଦାର ତଦନ୍ତ କରୁଛି । ଅଭିଯୁକ୍ତ ଓମକାରକୁ ଗିରଫ କରାଯାଇଥିଲେ ମଧ୍ୟ ଘଟଣା ପଛରେ ଆଉ କିଛି କାରଣ ରହିଛି କି ସେନେଇ ପୋଲିସ ପଚାରାଉଚରା କରୁଛି ।
ପ୍ରଫେସର ଆଲୋକଙ୍କ ପତ୍ନୀଙ୍କ ଜନ୍ମଦିନଥିଲା ଏବଂ ସେଥିପାଇଁ ଡିନର ପାର୍ଟିର ଆୟୋଜନ ହୋଇଥିଲା ବୋଲି କହିଛନ୍ତି ଆଲୋକଙ୍କ ଜଣେ ସାଥୀ କର୍ମଚାରୀ । ତେବେ ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି ।
Second Marriage Dispute: ଉଜୁଡ଼ିଗଲା ସଂସାର, ସଉତୁଣୀ ସହ ଗଛରେ ଝୁଲିପଡ଼ିଲା ସ୍ବାମୀ

Police Medals On Republic Day: ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ଉତ୍ସବ, ୪୨ ଜଣ ସମ୍ମାନିତ

Hrithik Roshan Shares Health Update: ହ୍ରିତିକ୍ଙ୍କୁ ଏ କ’ଣ ହେଲା? ଚାଲିବା ପାଇଁ ଆଶାବାଡ଼ି

Stone Sculptor Honoured By President: ପଥରରେ ପ୍ରାଣ ଭରିଲେ ଉପେନ୍ଦ୍ର, ରାଷ୍ଟ୍ରପତିଙ୍କ ମନ ଜିତିଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)