Advertisment

Hrithik Roshan Shares Health Update: ହ୍ରିତିକ୍‌ଙ୍କୁ ଏ କ’ଣ ହେଲା? ଚାଲିବା ପାଇଁ ଆଶାବାଡ଼ି

ହ୍ରିତିକ୍ ରୋଶନ କେବଳ ତାଙ୍କ ଅଭିନୟ ଦକ୍ଷତା ପାଇଁ ନୁହେଁ ବରଂ ତାଙ୍କ ଡ୍ୟାନ୍ସ ମୁଭ୍ସ୍ ଏବଂ ଫିଟନେସ୍ ପାଇଁ ମଧ୍ୟ ଜଣାଶୁଣା। ବର୍ତ୍ତମାନ ତାଙ୍କୁ ଆଶାବାଡ଼ି ସାହାଯ୍ୟରେ ଚାଲିବାର ଦେଖିବାକୁ ମିଳିଛି।

author-image
Pramod Behera
Hrithik Roshan Shares Health Update

ହ୍ରିତିକ୍‌ଙ୍କୁ ଏ କ’ଣ ହେଲା? ଚାଲିବା ପାଇଁ ଆଶାବାଡ଼ି Photograph: (OTV)

ହ୍ରିତିକ୍ ରୋଶନ କେବଳ ତାଙ୍କ ଅଭିନୟ ଦକ୍ଷତା ପାଇଁ ନୁହେଁ ବରଂ ତାଙ୍କ ଡ୍ୟାନ୍ସ ମୁଭ୍ସ୍ ଏବଂ ଫିଟନେସ୍ ପାଇଁ ମଧ୍ୟ ଜଣାଶୁଣା। ବର୍ତ୍ତମାନ ତାଙ୍କୁ ଆଶାବାଡ଼ି ସାହାଯ୍ୟରେ ଚାଲିବାର ଦେଖିବାକୁ ମିଳିଛି। ସେ ଗୋଲ୍ଡି ବହଲ ଏବଂ ସୋନାଲି ବେନ୍ଦ୍ରେଙ୍କ ଘରେ ଏକ ପାର୍ଟିରେ ଯୋଗ ଦେଇଥିଲେ। ଏଠାରୁ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ତାଙ୍କୁ ଏଭଳି ଅବସ୍ଥାରେ ଦେଖିବାକୁ ମିଳିଛି।

Advertisment

ନିଜର ପ୍ରିୟ ଷ୍ଟାରଙ୍କୁ ଆଶାବାଡ଼ି ସାହାଯ୍ୟରେ ଚାଲିବା ଦେଖି, ପ୍ରଶଂସକମାନେ ଅଧିକ ଚିନ୍ତାରେ ପଡିଯାଇଛନ୍ତି ଏବଂ ତାଙ୍କର ଏ କ'ଣ ହୋଇଗଲା ବୋଲି ପ୍ରଶ୍ନ ପରେ ପ୍ରଶ୍ନ କରିଚାଲିଛନ୍ତି। ଅନେକ ପ୍ରଶ୍ନ ପରେ, ହ୍ରିତିକ୍ ଇନଷ୍ଟାଗ୍ରାମରେ ଏକ ବିସ୍ତୃତ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରିଛନ୍ତି। ସେ କାହିଁକି ଆଶାବାଡ଼ି ଧରି ଚାଲୁଥିଲେ ତାହା ମଧ୍ୟ ମଜାରେ ବୁଝାଇଛନ୍ତି।

ହ୍ରିତିକ୍ ରୋଶନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଲମ୍ବା ନୋଟ୍ ସେୟାର କରି କହିଛନ୍ତି ଯେ ତାଙ୍କ ଶରୀର ଟିକେ ଭିନ୍ନ ଭାବରେ କାମ କରେ ଏବଂ ତାଙ୍କ ଶରୀରର ବିଭିନ୍ନ ଅଂଶ ବିଭିନ୍ନ ଦିନରେ ଆପେ ଆପେ ବନ୍ଦ ହୋଇଯାଏ।

Advertisment

ଅଭିନେତା ଜଣକ ମଜା ମଜାରେ କହିଛନ୍ତି, ତାଙ୍କ ଆଣ୍ଠୁ ଦୁଇ ଦିନ ପାଇଁ ଛୁଟିରେ ଥିଲା। ସେଥିପାଇଁ ଏମିତି ହେଇଛି। ତାଙ୍କ ଶରୀର ଅଙ୍ଗଗୁଡିଲ ଏହିପରି କାମ କରେ, ଏବଂ ଏହା ତାଙ୍କର "ନିୟୁ ନର୍ମାଲ୍"। ଅଭିନେତା କହିଛନ୍ତି ଯେ ସେ ଯେଉଁ ପରିସ୍ଥିତି ଦେଇ ଗତି କରୁଛନ୍ତି, ସେଥିରେ ଏମିତି ହୁଏ।

ହ୍ରିତିକ୍ ଲେଖିଛନ୍ତି, "ଗତକାଲି ମୋ ବାଁ ଗୋଡ଼ ହଠାତ୍ ମୋ ଶରୀରର ଅନ୍ୟ ଅଂଶରୁ ଦୁଇ ଦିନ ପାଇଁ ଛୁଟି ନେଇଥିଲା। ଏହା ମୋତେ ସାରା ଦିନ ହଇରାଣ କରୁଥିଲା। ଏବେ ଏହା ମୋ ପାଇଁ 'ସ୍ୱାଭାବିକ'। ଆମେ ଆମ ଶରୀର କାମ କରିବାର ଉପାୟ କେବେ ବି ସମ୍ପୂର୍ଣ୍ଣ  ଭାବେ ବୁଝିପାରୁ ନାହିଁ।

କିନ୍ତୁ ମୋ ଶରୀର ଅନ୍ୟମାନଙ୍କଠାରୁ ଟିକେ ଭିନ୍ନ। ମୋ ଶରୀରର ପ୍ରତ୍ୟେକ ଅଂଶର ନିଜସ୍ୱ ON/OFF ବଟନ୍ ଅଛି। ଜନ୍ମ ହେବା ପରଠାରୁ ମୋର ବାଁ ଗୋଡ଼ ଏହି ଫିଚରକୁ ବ୍ୟବହାର କରିଆସୁଛି। ମୋର ବାଁ କାନ୍ଧ ଏବଂ ଡାହାଣ ଗୋଡ଼ ମଧ୍ୟ ସେହିଭଳି କାମ କରେ। ଏହା ବେଳେବେଳେ ବନ୍ଦ ହୋଇଯାଏ। ଏହା ଏକ ମୁଡ୍। ଏହି କାରଣରୁ ମତେ ଏଭଳି ଅଭିଜ୍ଞତା ମିଳୁଛି, ଯାହା ଅଧିକାଂଶ ଲୋକଙ୍କୁ ମିଳେ ନାହିଁ।"

Bollywood Hritik Roshan Health Updates
Advertisment
Advertisment