Advertisment

Next-Gen GST: ନେକ୍ସଟ ଜେନ୍ GST ଲାଗୁ ହେଲା,  ବାଇକରୁ ଏସି, ଗ୍ରୋସରୀରୁ ଘରକରଣାରେ ରିହାତି

ନବରାତ୍ରିର ପ୍ରଥମ ଦିନରୁ ନେକ୍ସଟ୍ ଜେନ୍ ଜିଏସଟି ରିଫର୍ମ କାର୍ଯ୍ୟକାରୀ ପରେ ଚଳଚଞ୍ଚଳ ହୋଇ ଉଠିଛି ମାର୍କେଟ୍। ବିଶେଷ କରି ପୂଜା ବଜାର ବେଶ୍ ଉତ୍ସାହିତ। ହୋମ୍ ଆପ୍ଲିଆନ୍ସରୁ ଅଟୋ ମୋବାଇଲ୍, ପୁଣି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ସବୁଠି ମିଳୁଛି ହେଭି ଡିସକାଉଣ୍ଟ। ସୋ ରୁମ୍ ଓ ଦୋକାନରେ ଲାଗିଲାଣି ଭିଡ଼।

author-image
Tapan Swain
GST-d

ଶସ୍ତା Photograph: (OTV)

ଶସ୍ତା...ଶସ୍ତା...ଆଉ ଶସ୍ତା। ମିଡିଲ କ୍ଲାସଙ୍କୁ ବୋନାଞ୍ଜା। ହୋମ୍ ଆପ୍ଲିଆନ୍ସଠାରୁ ଅଟୋ ମୋବାଇଲ୍ । ଗ୍ରୋସରୀରୁ ଘରକରଣା। ସବୁଥିରେ ଫାଇଦା ହିଁ ଫାଇଦା। ପକେଟ ମନି ବଞ୍ଚିଲା, ଘର ଖର୍ଚ୍ଚ କମିଲା। ନୂଆ ସ୍ଲାବ୍ ଲାଗୁ ହେବାକ୍ଷଣି ଆଜି ବଜାର ହଲଚଲ୍ । ଉତ୍ସାହିତ ଗ୍ରାହକ, ଉତ୍ସାହିତ ବ୍ୟବସାୟୀ। ଏ ଚିତ୍ର ହେଉଛି ରାଉରକେଲାର ଏକ ମୋଟର ସାଇକେଲ ସୋ ରୁମର।

Advertisment

ବହୁ ଦିନ ଧରି ଅପେକ୍ଷା କରିଥିବା ଜଣେ ଗ୍ରାହକ ନୂଆ ଜିଏସଟି ଲାଗୁ ହେବା ପରେ ସିଧାସଳଖ ୧୦ ପ୍ରତିଶତ ରିହାତି ପାଇଛନ୍ତି । ସୋରୁମ ମାଲିକ ମଧ୍ୟ ଦୋକାନରେ ନୂଆ ପ୍ରାଇସ୍ ଲିଷ୍ଟ ଦେଖାଇ ଗ୍ରାହକକୁ ଆକୃଷ୍ଟ କରୁଛନ୍ତି । ଭୁବନେଶ୍ବର ହେଉ କି ବାଲେଶ୍ବର । ସବୁଆଡେ ସେହି ସମାନ ଦୃଶ୍ୟ । ବାଲେଶ୍ବରର ଏକ କାର ସୋରୁମରେ ଡିଲରମାନେ କେଉଁ କାର ଉପରେ କେତେ ଜିଏସଟି ଛାଡ ହୋଇଛି ଏବଂ ନୂଆ ପ୍ରାଇସ ଲେଖିଛନ୍ତି । ନୂଆ ସ୍ଲାବ୍ ଆସୁ ଆସୁ ଗ୍ରାହକ ମଧ୍ୟ ନିଜ ମନ ପସନ୍ଦର କାର ଉପରେ ଲକ୍ଷେରୁ ଅଧିକ ଟଙ୍କା ଛାଡ ପାଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ନୂଆ ଅତିଥି ଭାବେ ନୂଆ କାରକୁ ପୁଜା କରି ଘରକୁ ନେଇଛନ୍ତି ।


ଜିଏସଟିର ବଡ ଡିସକାଉଣ୍ଟ ପରେ ଅଟୋ ମୋବାଇଲ୍ ସୋ ରୁମଠାରୁ ଆରମ୍ଭକରି ହୋମ ଆପ୍ଲିଆନ୍ସ ଦୋକାନରେ ଗ୍ରାହକଙ୍କ ଭିଡ ଆରମ୍ଭ ହୋଇଯାଇଛି । ଏୟାର କଣ୍ଡିସନ୍, ୪୩ ଇଞ୍ଚିରୁ ଅଧିକ ଏଲଇଡି ଟିଭି ଏବଂ ଡିସୱାସ୍ ଉପରେ ୨୮ ବଦଳରେ ୧୮ ପ୍ରତିଶତ ଜିଏସଟି ଛାଡ ଫଳରେ ସିଧା ଫାଇଦା ହାସଲ ଅପେକ୍ଷାରେ ଗ୍ରାହକ ।

Advertisment

ପୂର୍ବରୁ କ୍ଷୀର ଜାତୀୟ ଦ୍ରବ୍ୟ ଉପରେ ଅମୁଲ ଏବଂ ପିଇବା ପାଣି ଉପରେ ରେଲୱେ ଜିଏସଟି ଛାଡ଼ କରିଥିଲା। ଓମଫେଡ୍ କ୍ଷୀର ଜାତୀୟ ଦ୍ରବ୍ୟ ଉପରେ ଜିଏସଟି ହ୍ରାସକରି ରାଜ୍ୟବାସୀଙ୍କୁ ଦେଇଛି ବଡ଼ ଭେଟି । ଓମଫେଡ୍ ଦୁଗ୍ଧରେ ପୂର୍ବରୁ ଜିଏସ୍ଟି ଲାଗୁ ହେଉନଥିବାରୁ ଏବେ ମଧ୍ୟ ଲାଗୁ ହୋଇନି । ତେଣୁ ଦୁଗ୍ଧ ଦରରେ କୌଣସି ପରିବର୍ତ୍ତନ ହୋଇନି।

କେବଳ ଓମଫେଡର ଛେନା, ପନିର ଉପରେ କେନ୍ଦ୍ର ସରକାର ୫ ପ୍ରତିଶତ ଜିଏସ୍ ଟି ହ୍ରାସ କରିଛନ୍ତି । ଫଳରେ ପନିର ଓ ଛେନା ଦର ହ୍ରାସ ପାଇଛି । ପନିର ୨୦୦ ଗ୍ରାମ୍ ଉପରେ ୫ ଟଙ୍କା ହ୍ରାସ ପାଇଥିବା ବେଳେ ୫୦୦ ଗ୍ରାମ ପ୍ୟାକରେ ୧୦ ଟଙ୍କା ହ୍ରାସ ହୋଇଛି । ଘିଅ ଉପରେ ଗୋଟିଏ ୧୫ ଲିଟର ଟିଣ ଘିଅରେ ୫୦୭ ଟଙ୍କା ହ୍ରାସ ପାଇଛି ।


ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ଗସ୍ତ ବେଳେ ଇଟାନଗରରେ ଜିଏସଟି ସଞ୍ଚୟ ଉତ୍ସବରେ ଭାଗ ନେଇଥିଲେ । ଏହି ଅବସରରେ ସେ ସ୍ଥାନୀୟ ଉଦ୍ୟୋଗୀ, ବ୍ୟବସାୟୀଙ୍କ ସହ ଆଲୋଚନା କରିବା ସହ ଜିଏସଟି ସଂସ୍କାର ଦ୍ବାରା କୃଷି, ମତ୍ସ୍ୟ, ଅନ୍ୟ ସ୍ଥାନୀୟ ସେକ୍ଟରକୁ ଫାଇଦା ମିଳିବ ବୋଲି କହିଛନ୍ତି ।...

Economy GST
Advertisment
Related Articles
Advertisment