Advertisment

Super Typhoon: ସୁପର ଟାଇଫୁନ୍ 'ରାଗାସା'ର ତାଣ୍ଡବ

ବୁଲେଟ୍ ଟ୍ରେନ୍ ସ୍ପିଡରେ ମାଡ଼ି ଆସିଲା ସୁପର ଟାଇଫୁନ୍। ଫିଲିପାଇନ୍ସକୁ ହିଟ୍ କରି ପ୍ରଳୟ ରଚିଲା 'ରାଗାସା'। ଘଣ୍ଟାପ୍ରତି ୨୯୫ କିଲୋମିଟର ବେଗରେ ବହିଲା ପବନ। ଚାରିଆଡ଼େ ବ୍ୟାପକ କ୍ଷୟକ୍ଷତି ହୋଇଛି।

author-image
Chinmayee Sahoo
Typhoon

ଟାଇଫୁନ୍ Photograph: (OTV)

ବୁଲେଟ୍ ଟ୍ରେନ୍ ସ୍ପିଡରେ ମାଡ଼ି ଆସିଲା ସୁପର ଟାଇଫୁନ୍। ଫିଲିପାଇନ୍ସକୁ ହିଟ୍ କରିବା ପରେ ପ୍ରଳୟ ରଚିଲା 'ରାଗାସା'। ଘଣ୍ଟା ପ୍ରତି ୨୯୫ କିଲୋମିଟର ବେଗରେ ପବନ ତାଣ୍ଡବ ରଚିଛି। ଚାରିଆଡ଼େ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ବେଗରେ ପବନ ଓ ବର୍ଷା ଯୋଗୁ ଘର ଦ୍ବାର ଭାଙ୍ଗି ଯାଇଛି। ବିରାଟ ବିରାଟ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡ଼ିଛି। ସୁପର ଟାଇଫୁନ ରାଗାସା ପ୍ରଭାବ ଉତ୍ତର ଫିଲିପାଇନ୍ସରେ ବେଶୀ ଅନୁଭୂତ ହୋଇଛି । 
ଚୀନର ଗୁଆଙ୍ଗଡଙ୍ଗ ଆଡ଼କୁ ବଢ଼ୁଛି ଏହି ସୁପର ଟାଇଫୁନ । ଚୀନର ଦକ୍ଷିଣାଞ୍ଚଳ ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ପ୍ରଭାବିତ ୧୦ଟି ସହରରେ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ଫିଲିପାଇନ୍ସରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ତାଇୱାନ ବି ପ୍ରଭାବିତ ହେବା ନେଇ ପାଣିପାଗ ବିଭାଗର ୱାର୍ଣ୍ଣିଂ ପରେ ଏଠାରେ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । 
ଚୀନରେ ଲ୍ୟାଣ୍ଡଫଲ ପୂର୍ବରୁ ଫିଲିପାଇନ୍ସରେ ତାଣ୍ଡବ ରଚିଛି ରାଗାସା ସୁପର ଟାଇଫୁନ । ଏହି ସିଷ୍ଟମ ଫିଲିପାଇନ୍ସ ପରେ ହଂକଂ ଦେଇ ଆଜି ଚୀନରେ ଲ୍ୟାଣ୍ଡଫଲ କରିବ ।  ଚୀନରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୧୯୯୯ ମସିହାରେ ଓଡ଼ିଶାରେ ହୋଇଥିବା ମହାବାତ୍ୟାର ତୀବ୍ରତାକୁ ବି ଟପିଯାଇଛି ଏହି ସୁପର ଟାଇଫୁନ୍ ।

Advertisment
Super Typhoon
Advertisment
Advertisment