/odishatv-khabar/media/media_files/2026/01/01/big-event-2026-01-01-19-51-00.jpg)
BIG-EVENT Photograph: (OTV)
ରାଜନୀତିରୁ କୁଟନୀତି ପୁଣି ଅର୍ଥନୀତି। ମହାକାଶରୁ ମାଓ ଦମନ, ନିର୍ବାଚନୀ ରଣାଙ୍ଗନାରୁ କ୍ରୀଡ଼ା ମୈଦାନ। ଅନେକ ଘଟଣାର ସାକ୍ଷୀ ରହିବ, ନୂଆ ଇତିହାସ ଲେଖିବ ନୂଆବର୍ଷ। ଅନେକ ଘଟଣାରେ ଆସିପାରେ ଟର୍ଣ୍ଣିଂ ପଏଣ୍ଟ। ୨୦୨୬ରେ ମାଓବାଦୀଙ୍କ ଖେଳ ଖତମ ହେବ। ଇତିହାସ ପାଲଟିଯିବ ଲାଲବାହିନୀ। ଡେଡଲାଇନ୍ ୨୦୨୬ ମାର୍ଚ୍ଚ ଥିବାରୁ ଏବେ ନକ୍ସଲ ଗଡ଼ରେ ଶେଷ ପ୍ରହାର ସହ ଆତଙ୍କର ଅନ୍ତ ପାଇଁ ଅଭିଯାନ ଚଳାଇଛନ୍ତି ସୁରକ୍ଷାବାହିନୀ। ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ଓ ମହାରାଷ୍ଟ୍ରରେ ଶେଷ ନିଶ୍ବାସ ନେଉଥିବା ଲାଲବାହିନୀର ଆୟୁଷ ଚଳିତବର୍ଷ ଶେଷ ହୋଇଯିବ।
ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ ଏବର୍ଷ ଅନେକ ଗୁରୁତ୍ବପୂର୍ଣ୍ଣ। ୫ ରାଜ୍ୟରେ ରହିଛି ବିଧାନସଭା ନିର୍ବାଚନ। ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, ପୁଡୁଚେରୀ ଓ କେରଳ ଦେଖିବ ନିର୍ବାଚନୀ ଯୁଦ୍ଧ। ନୂଆବର୍ଷ ଆରମ୍ଭରୁ ସମରସଜ୍ଜା ସହ ଅଭିଯାନକୁ ତ୍ବରାନ୍ବିତ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ୫ ରାଜ୍ୟରେ ନିର୍ବାଚନ ବିଜେପି, କଂଗ୍ରେସ, ଟିଏମସି, ଡିଏମକେ ଭଳି ରାଜନୈତିକ ଦଳ ପାଇଁ ଅଗ୍ନିପରୀକ୍ଷା ହେବ। ଏସବୁ ରାଜ୍ୟରେ ମତଦାନ ମାର୍ଚ୍ଚରୁ ମେ ଭିତରେ ହେବ। ସେହିପରି ଏବର୍ଷ ଓଡ଼ିଶାର ୪ଟି ସିଟ୍ ସମେତ ଦେଶରେ ୭୩ ରାଜ୍ୟସଭା ସିଟ୍ ପାଇଁ ମତଦାନ ହେବ। ଏପ୍ରିଲ, ଜୁନ୍ ଓ ନଭେମ୍ବରରେ ରହିଛି ନିର୍ବାଚନ। ଏବର୍ଷ ଓଡ଼ିଶାର ୪ ସାଂସଦ ନିରଞ୍ଜନ ବିଶି, ମୁନ୍ନା ଖାଁ, ସୁଜିତ୍ କୁମାର ଓ ମମତା ମହନ୍ତଙ୍କ କାର୍ଯ୍ୟକାଳ ସରୁଥିବାରୁ ଏମାନଙ୍କ ସ୍ଥାନରେ କିଏ ଯିବେ ତାଉପରେ ନଜର ରହିବ। ସେହିପରି ଓଡ଼ିଶାରେ ଏବର୍ଷ ଲାଗୁ ହୋଇପାରେ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍-SIR।
ଏବର୍ଷ ମହାକାଶ ଅଭିଯାନରେ ନୂଆ ମାଇଲଷ୍ଟୋନ ଅପେକ୍ଷାରେ ରହିଛି ଭାରତ। ମାର୍ଚ୍ଚ ସୁଦ୍ଧା ୭ଟି ମହାକାଶ ମିଶନ ଆରମ୍ଭ କରିବ ଇସ୍ରୋ। ଯାହା ଭିତରେ ରହିଛି ଗଗନଯାନ ମାନବ ମିଶନ ପୂର୍ବରୁ G1 ମାନବ ବିହୀନ ମିଶନ୍। ଯେଉଁଥିରେ ରୋବଟ୍ ବ୍ୟୋମିତ୍ରକୁ ମହାକାଶକୁ ପଠାଇବ ଇସ୍ରୋ। ସେହିପରି GSLV-F17 ରକେଟ୍ ମିଶନ ସମେତ ଏକାଧିକ ମହାକାଶ ମିଶନ ପାଇଁ ବି ଟାର୍ଗେଟ ରଖାଯାଇଛି।
୨୦୨୫ରେ ଟାରିଫ୍ ୱାର୍ ଓ ଗ୍ଲୋବାଲ ଟ୍ରେଡରେ ଅସ୍ଥିରତା ପରେ ଏବର୍ଷ ଅର୍ଥନୀତି କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜର ସାମନା କରିପାରେ ଭାରତ। ସେହିପରି ବୈଦେଶିକ ଓ କୁଟନୈତିକ ସମ୍ପର୍କ ବି ପ୍ରମୁଖ ମୁଦ୍ଦା ଭାବରେ ଉଭା ହୋଇପାରେ। ପଡ଼ୋଶୀ ଦେଶ ସହ ସମ୍ପର୍କ ଓ ସମନ୍ବୟ ରକ୍ଷା ଚ୍ୟାଲେଞ୍ଜ ହୋଇପାରେ। ଏବର୍ଷ ଫେବ୍ରୁଆରୀରେ ବାଂଲାଦେଶ ଓ ମାର୍ଚ୍ଚରେ ନେପାଳରେ ରହିଛି ନିର୍ବାଚନ। ସେଠାକାର ନୂଆ ସରକାରଙ୍କ ସହ କୁଟନୈତିକ ଓ ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବାକୁ ବି ପଡ଼ିବ।
ବର୍ଷ ୨୦୨୬ କ୍ରୀଡ଼ାପ୍ରେମୀଙ୍କ ପାଇଁ ଆଣିବ ଉତ୍ସାହ ଓ ଭରପୁର ମନୋରଞ୍ଜନ। କ୍ରୀଡ଼ାପ୍ରେମୀ ଦୁଇଟି ଟି-ଟ୍ବେଣ୍ଟି ବିଶ୍ବକପର ମଜା ଉଠାଇବେ। ଫେବ୍ରୁଆରୀ ୭ରୁ ପୁରୁଷ ଟି-ଟ୍ବେଣ୍ଟି ୱାର୍ଲଡ କପ୍ ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ହେବ। ସେହିପରି ଚଳିତବର୍ଷ ଇଂଲଣ୍ଡ ଆୟୋଜନ କରିବ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ୍। ଜୁନ୍ ୧୨ରୁ ଜୁଲାଇ ୫ ଯାଏଁ ଚାଲିବ। ଏବର୍ଷ ରହିଛି ଏସିଆନ୍ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତା। ଜୁଲାଇରେ ୨୩ରୁ ଅଗଷ୍ଟ ୨ ଯାଏଁ ଗ୍ଲାସଗୋରେ ରହିଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଜାପାନରୁ ସାରା ବିଶ୍ବ ଦେଖିବ ଏସୀୟ କ୍ରୀଡ଼ାର ମହାକୁମ୍ଭ। ସେପ୍ଟେମ୍ୱର ୧୯ରୁ ଅକ୍ଟୋବର ୪ ଯାଏଁ ଏସିଆନ୍ ଗେମ୍ସ ଚାଲିବ। କ୍ରୀଡ଼ା କ୍ୟାଲେଣ୍ଡରରେ ଏଥର ଫିଭର ଭରିବ ଫିଫା ଫୁଟବଲ୍ ବିଶ୍ବକପ୍। ଯାହା ଜୁନ୍ ୧୨ରୁ ଆରମ୍ଭ ହୋଇ ଜୁଲାଇ ୨୦ ଯାଏଁ ଚାଲିବ। ଏହାକୁ ଆମେରିକା, ମେସ୍କିକୋ ଓ କାନାଡ଼ା ମିଳିତ ଆୟୋଜନ କରିବେ।
Spider-Man Mask and Anushka’s Love: ସ୍ପାଇଡରମ୍ୟାନ୍ ଶୈଳୀର ମାସ୍କ, ଅନୁଷ୍କାଙ୍କ ପ୍ରତି ପ୍ରେମ... ନୂଆବର୍ଷକୁ ଏପରି ପାଳନ କଲେ ବିରାଟ କୋହଲି

Abhijit Majumdar: ପୁଣି ଷ୍ଟେଜ କମ୍ପେଇବେ ଦାଦା , ଭୁବନେଶ୍ବର ଏମ୍ସରୁ ଡିସଚାର୍ଜ ହେବେ

Bread Masala: ଘରେ ତିଆରି କରନ୍ତୁ ଚଟପଟା ବ୍ରେଡ୍ ମସଲା , ଥରେ ବନାଇଲେ ପାଟିରୁ ଛାଡ଼ିବନି

Two Friends Tied and Beaten: ମଦ ପିଇ ସାରା ରାତି ପିଟିଲେ , ଦୁଇ ସାଙ୍ଗଙ୍କୁ ବୀଭତ୍ସ ହତ୍ୟା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)