Advertisment

New Safety Regulations: ସ୍ଲିପର୍ କୋଚ୍ ବସ୍ ପାଇଁ ନୂଆ ନିୟମ, AI ସେନସର୍ ବାଧ୍ୟତାମୂଳକ

ମନଇଚ୍ଛା ହୋଇପାରିବନି ମଡିଫିକେସନ୍ । ଏଣିକି କେବଳ ଅନୁମତିପ୍ରାପ୍ତ ଅଟୋମୋବାଇଲ୍ କମ୍ପାନୀରେ ପ୍ରସ୍ତୁତ ହେବ ସ୍ଲିପର୍ କୋଚ୍ ବସ୍ । ପ୍ରତି ସ୍ଲିପର୍ କୋଚ୍ ବସରେ ଫାୟାର ଆଲାର୍ମ ଓ ଡ୍ରାଇଭର ଥକ୍କାପଣ ସମ୍ପର୍କିତ ଏଆଇ ସେନସର୍ ରହିବା ବାଧ୍ୟତାମୂଳକ।

author-image
Tapan Swain
Nitin Gadkari

Nitin Gadkari Photograph: (OTV)

ସ୍ଲିପର୍ କୋଚ୍ ବସ୍ ପାଇଁ ଆସିଲା ନୂଆ ନିୟମ । ମନଇଚ୍ଛା ହୋଇପାରିବନି ମଡିଫିକେସନ୍ । ଏଣିକି କେବଳ ଅନୁମତିପ୍ରାପ୍ତ ଅଟୋମୋବାଇଲ୍ କମ୍ପାନୀରେ ପ୍ରସ୍ତୁତ ହେବ ସ୍ଲିପର୍ କୋଚ୍ ବସ୍ । ପ୍ରତି ସ୍ଲିପର୍ କୋଚ୍ ବସରେ ଫାୟାର ଆଲାର୍ମ ଓ ଡ୍ରାଇଭର ଥକ୍କାପଣ ସମ୍ପର୍କିତ ଏଆଇ ସେନସର୍ ରହିବା ବାଧ୍ୟତାମୂଳକ। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ।

Advertisment

ଦେଶରେ ସ୍ଲିପର୍ କୋଚ୍ ବସ୍ ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୬ ମାସରେ ୧୪୫ ଜଣଙ୍କର ମୃତ୍ୟୁ ହୋଇଛି । ଏଣୁ ବସ୍ ନିର୍ମାଣ ପାଇଁ ଗାଇଡଲାଇନ୍ ବଦଳାଇଛନ୍ତି କେନ୍ଦ୍ର ସରକାର। ଗାଡ଼ିରେ ମନଇଚ୍ଛା ମଡିଫିକେସନ୍ ଯୋଗୁ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ୁଛି । ଜୈସଲମେର୍ ଅଗ୍ନିକାଣ୍ଡରେ ଯାତ୍ରୀମାନେ ଜୀବନ୍ତ ଜଳିଯିବା ଏହାର ସବୁଠୁ ବଡ଼ ଉଦାହରଣ ।

ତଦନ୍ତରେ ଜଣାପଡ଼ିଛି ଯେ ଯେଉଁ ବସ୍ ଦୁର୍ଘଟଣାର ଶିକାର ହୋଇଥିଲା ତାହା ନନ୍-ଏସି ଭାବରେ ପଞ୍ଜିକୃତ ହୋଇଥିଲା। କିନ୍ତୁ ବସ୍ ମାଲିକ ଏହାକୁ ଏସିରେ ପରିବର୍ତ୍ତନ କରିଥିଲେ। 

Advertisment

ଗାଡ଼ିରେ ବେଆଇନ ଓ୍ବାୟରିଂ ଏବଂ ଓଭରଲୋଡ୍ ଯୋଗୁ ସର୍ଟ-ସର୍କିଟ୍ ହୋଇ ଅଘଟଣ ଘଟିଥିଲା । ଯାତ୍ରୀମାନଙ୍କୁ ଏକ ସୁରକ୍ଷିତ ଯାତ୍ରା ଉପଲବ୍ଧ କରାଇବାକୁ ସରକାର ଲକ୍ଷ୍ୟ ରଖିଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି । 

ବଦଳିଲା ସ୍ଲିପର୍ କୋଚ୍ ବସ୍ ନିର୍ମାଣ ଗାଇଡ୍ ଲାଇନ୍ 

ମନଇଚ୍ଛା ହୋଇପାରିବନି ସ୍ଲିପର୍ କୋଚ୍ ମଡିଫିକେସନ୍
ଅନୁମତିପ୍ରାପ୍ତ ଅଟୋମୋବାଇଲ୍ କମ୍ପାନୀରେ ନିର୍ମାଣ ହେବ ସ୍ଲିପର୍ କୋଚ୍ ବସ୍

ଡ୍ରାଇଭର ଥକ୍କାପଣ ସମ୍ପର୍କିତ AI ସେନସର୍ ରହିବା ବାଧ୍ୟତାମୂଳକ
ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ
ଦେଶରେ ସ୍ଲିପର୍ କୋଚ୍ ବସ୍ ଦୁର୍ଘଟଣା ବଢିବାରେ ଲାଗିଛି
୬ ମାସରେ ୧୪୫ ଜଣଙ୍କର ମୃତ୍ୟୁ 
ମନଇଚ୍ଛା ମୋଡିଫିକେସନ୍ ଅଘଟଣର ଅନ୍ୟ କାରଣ

Bus Set Alarm Bell
Advertisment
Related Articles
Advertisment