/odishatv-khabar/media/media_files/2026/01/31/pahadon-wali-maggi-2026-01-31-15-40-43.jpg)
Pahadon wali Maggi Photograph: (OTV)
ନୁଡୁଲ୍ସ ବିକି ଦିନକୁ ୨୧ ହଜାର ରୋଜଗାର ! ଗୋଟିଏ ମାସରେ ୬ ଲକ୍ଷ ଇନକମ୍ ! ଆଉ ବର୍ଷକୁ ୭୨ ଲକ୍ଷ ଟଙ୍କା ଇନକମ୍ କରୁଛନ୍ତି ଜଣେ ନୁଡୁଲ୍ସ ବ୍ୟବସାୟୀ । ପ୍ରତିଦିନ ୩ଶହରୁ ୩ଶହ ୫୦ ପ୍ଲେଟ୍ ନୁଡୁଲ୍ସ ବିକ୍ରି କରି ବିକ୍ରେତା ମାଲେମାଲ ।
ଏସବୁ କଥା, ଆଉ ଏସବୁ ଫଟୋ ଭିଡିଓକୁ ଦେଖାଇ ଆମେ ମନଗଢ଼ା କାହାଣୀ କହୁନୁ । କି କାହାର ପ୍ରମୋସନ୍ ଭଳି ଖବର ବି ଏ ନୁହେଁ । କେବଳ ଇଏ ହେଉଛି ଆଜିର ଯୁବପିଢ଼ିଙ୍କ ପାଇଁ ପ୍ରେରଣା ଦେବା ଭଳି ଖବର ଟିଏ ।
ଜଣେ ସାଧାରଣ ନୁଡୁଲ୍ସ ବିକ୍ରେତା ଲକ୍ଷ ଲକ୍ଷ ଟଙ୍କାର ମାଲିକ ହୋଇପାରିଛନ୍ତି । ପାହାଡ଼ ଉପରେ କିଛି ନୁଡୁଲ୍ସ ବିକି ନିଜର ସ୍ବପ୍ନକୁ ପୂରଣ କରିବା ସହ ନିଜ ପରିବାରର ଗରିବୀକୁ ଦୂର କରିପାରିଛନ୍ତି । ଜଣେ କଣ୍ଟେଣ୍ଟ କ୍ରିଏଟର ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରି ଦାବି କରିଛନ୍ତି, ପାହାଡ଼ ଉପରେ ନୁଡୁଲ୍ସ ବିକ୍ରି କରି ବାଦଲ ଠାକୁର ନାମକ ଜଣେ ବ୍ୟବସାୟୀ ଦିନକୁ ୨୧ ହଜାଟ ଟଙ୍କା ରୋଜଗାର କରୁଛନ୍ତି ।
ଆଉ ପ୍ରତିଦିନ ସେ ୩ଶହରୁ ୩ଶହ ୫୦ ପ୍ଲେଟ୍ ନୁଡୁଲ୍ସ ତିଆରି କରୁଛନ୍ତି । ସାଧାରଣ ନୁଡୁଲ୍ସ ପ୍ଲେଟଟିଏର ଦାମ୍ ୭୦ ଟଙ୍କା । ଏବଂ ପନିର ନୁଡୁଲ୍ସ ପ୍ଲେଟକୁ ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି ବାଦଲ ।
ବ୍ୟବସାୟୀ ବାଦଲଙ୍କୁ ଏହି ବ୍ୟବସାୟ ଆରମ୍ଭ କରିବାକୁ ଅଧିକ ଇନଭେଷ୍ଟ କରିବାକୁ ପଡ଼ିନାହିଁ । ପାହାଡ଼ ଉପରେ ଗୋଟିଏ ଟେବୁଲ, ଏଲପିଜି ସିଲିଣ୍ଡର ଏବଂ ଚୁଲା ସହିତ ଆଉ କିଛି ଜିନିଷ ରଖି ନୁଡୁଲ୍ସ ଷ୍ଟଲଟିଏ କରିଛନ୍ତି । ଯେଉଁଥିରେ ବାଦଲଙ୍କୁ ଅଧିକ ଖର୍ଚ୍ଚ ବି କରିବାକୁ ପଡ଼ିନାହିଁ ।
ଅଳ୍ପ ଇନଭେଷ୍ଟରେ ଭଲ ଲାଭ ମିଳୁଛି । ଏହି ଭିଡିଓଟିକୁ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ପୋଷ୍ଟ କରି କଣ୍ଟେଣ୍ଟ କ୍ରିଏଟର ଜଣକ ‘ଗୋଟିଏ ଦିନ ପାଇଁ ପାହାଡ଼ରେ ମ୍ୟାଗି ବିକ୍ରି’ ବୋଲି କ୍ୟାପସନରେ ଲେଖିଛନ୍ତି । ଯାହାକି ଏବେ ଖୁବ୍ ଭାଇରାଲ ହେଉଛି ।
ଭିଡିଓଟିକୁ ଦେଖିବା ପରେ ଅନେକ ଲୋକ କମେଣ୍ଟ ବକ୍ସରେ ନିଜର ମତାମତ ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ନୁଡୁଲ୍ସ ୬ଲକ୍ଷ ଟଙ୍କା ବିକ୍ରି କରୁଛନ୍ତି । ସେହିପରି ଅନ୍ୟଜଣେ ଆଶ୍ଚର୍ଯ୍ୟ ହୋଇ ଲେଖିଛନ୍ତି, ମୁଁ କ'ଣ ମୋର ଚାକିରି ଛାଡିଦେବା ଉଚିତ ? ସେହିପରି ଅନ୍ୟଜଣେ ୟୁଜର ଲେଖିଛନ୍ତି, ଏବେ ଦେଖାଯାଉଛି ଯେ ମୋତେ ଫିଟନେସ୍ ସାମଗ୍ରୀ ବଦଳରେ ପାହାଡ଼ରେ ନୁଡୁଲ୍ସ ତିଆରି କରିବାକୁ ପଡିବ।
ଏହିପରି ହଜାର ହଜାର ୟୁଜର୍ସ ଏହି ଭିଡିଓଟିରେ କମେଣ୍ଟ ଦେଇଥିବା ବେଳେ ୪ ମିଲିୟନରୁଅଧିକ ଲୋକ ଭିଡିଓଟିକୁ ଦେଖିସାରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, -୧୦ ଡିଗ୍ରୀ ବରଫ ଭିତରେ ବ୍ୟବସାୟୀ ବଦଲ ପ୍ରତିଦିନ ନିଜର ବ୍ୟବସାୟ କରୁଛନ୍ତି ।
Mountain Noodles: ବାଃ ବାଃ ନୁଡୁଲ୍ସ ବେପାର, ଦିନକୁ ୨୧ ହଜାର ରୋଜଗାର

Sadhvi Prem Vyas’ Death: ମହିଳା ପ୍ରବଚକଙ୍କ ସନ୍ଦେହ ଜନକ ମୃତ୍ୟୁ, ଇଞ୍ଜେକ୍ସନ ଦେବା ପରେ ଚାଲିଗଲା ଚେତା

IT Raid Tragedy: ଚଢ଼ାଉ କଲା IT ଡିପାର୍ଟମେଣ୍ଟ୍, ଆତ୍ମହତ୍ୟା କରିଦେଲେ କନଫିଡେଣ୍ଟ ଗ୍ରୁପର ମାଲିକ

T20 World Cup Jolt for Australia: ଅଷ୍ଟ୍ରେଲିଆ ଦଳକୁ ଝଟକା, T20 ବିଶ୍ୱକପରୁ ବାଦ ପଡିଲେ ପ୍ୟାଟ୍ କମିନ୍ସଙ୍କ ସମେତ ୨ ଖେଳାଳି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)