Advertisment

Child Murder Case: ଧନ୍ୟ ସେ ମା’.. ନିଜ ପିଲାଙ୍କୁ ମୂଷା ଔଷଧ ଦେଇ ମାରିଲା

ନିଜର ଦୁଇ ପିଲାଙ୍କୁ ମୂଷା ଔଷଧ ଦେଇ ମାରିଦେଇଛି ଜନ୍ମକଲା ମା’ । ପ୍ରଥମେ ୧୫ ଦିନ ପୂର୍ବରୁ ଆଠ ବର୍ଷର ଝିଅ ସୁଖପ୍ରୀତ କୌରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବାବେଳେ ଶୁକ୍ରବାର ରାତିରେ ଛଅ ବର୍ଷର ପୁଅ ଫତେହବୀର କୌରଙ୍କ ମୃତ୍ୟୁ ହୋଇଛି ।

author-image
Tanmay Kumar Mahalik
rat

rat Photograph: (OTV)

ଜନ୍ମକଲା ଦୁଇ ପିଲାଙ୍କୁ ହତ୍ୟା କଲା ମା’ । ଖାଇବାରେ ଦେଇଦେଲା ମୂଷା ଔଷଧ । ଆଗ ୮ ବର୍ଷର ଝିଅକୁ ମାରିଲା । ପରେ ୬ ବର୍ଷର ପୁଅର ନେଲା ଜୀବନ । କୁହାଯାଏ ଶହେ ସନ୍ତାନ ଖରାପ ହୋଇପାରନ୍ତି । ହେଲେ ଜଣେ ମା’ କେବେବି ଭୁଲ ହୋଇପାରେନା । ଗୋଟେ ମା’ କେବେ ବି ତା’ ପିଲାର ଅମଙ୍ଗଳ ଚାହିଁ ପାରେନା।

Advertisment

ହେଲେ ଏ ମା’ ଯେମିତି ଏକଥକୁ ଭଲ୍ ପ୍ରମାଣିତ କରିଛି । ନିଜର ଦୁଇ ପିଲାଙ୍କୁ ମୂଷା ଔଷଧ ଦେଇ ମାରିଦେଇଛି ଜନ୍ମକଲା ମା’ । ପ୍ରଥମେ ୧୫ ଦିନ ପୂର୍ବରୁ ଆଠ ବର୍ଷର ଝିଅ ସୁଖପ୍ରୀତ କୌରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବାବେଳେ ଶୁକ୍ରବାର ରାତିରେ ଛଅ ବର୍ଷର ପୁଅ ଫତେହବୀର କୌରଙ୍କ ମୃତ୍ୟୁ ହୋଇଛି । ଦୁହିଁଙ୍କ ମୃତ୍ୟୁ ମୂଷା ଔଷଧ ଯୋଗୁ ହୋଇଥିବା ଜଣାପଡ଼ିଛି । 

୧୫ ଦିନ ଭିତରେ ଦୁଇ ଦୁଇ ପିଲାଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀମାନେ ସନ୍ଦେହ କରିଥିଲେ । ଶନିବାର ସକାଳେ ଫୁଲ୍ ପୋଲିସ ଷ୍ଟେସନକୁ ଯାଇ ଅଭିଯୋଗ କରିବା ସହ ମୃତ୍ୟର ତଦନ୍ତ ପାଇଁ ଦାବି କରିଥିଲେ । ପୋଲିସ ମଧ୍ୟ ଅଭିଯୋଗ ଆଧାରରେ ତଦନ୍ତ କରିଥିଲା ।

Advertisment

ପରେ ମୃତ ଦୁଇ ପିଲାଙ୍କ ମା’ଙ୍କୁ ଗିରଫ କରିଛି । ପିଲାମାନଙ୍କୁ ମୂଷା ଔଷଧ ଦେଇ ହତ୍ୟା କରାଯାଇଥିବା ପୋଲିସ କହିଛି । କେବଳ ଏତିକି ନୁହେଁ, ମା’ର ପରକୀୟା ପାଇଁ ଏହି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । 

ଏନେଇ ଫୁଲ୍ ଥାନାର ଅଧିକାରୀ ମନୋଜ କୁମାର କହିଛନ୍ତି, ମା’ ଜସି କୌର ଅପରାଧ ସ୍ବୀକାର କରିଛି । ସେ ପ୍ରଥମେ ୮ ବର୍ଷର ଝିଅ ସୁକପ୍ରୀତ କୌରଙ୍କୁ ମୂଷା ଔଷଧ ଦେଇ ହତ୍ୟା କରିଥିଲା । ଆଉ ଶୁକ୍ରବାର ୬ ବର୍ଷର ପୁଅ ଫତେହବୀରକୁ ହତ୍ୟା କରିଛି ।

ମା’ ଜସି ପୂର୍ବରୁ ଯୋଜନା କରିବା ପରେ ପିଲାମାନଙ୍କ ଜୀବନ ନେଇଛି । ଜସି ନିଜର ଅପରାଧ ସ୍ୱୀକାର କରି କହିଛି, ସେ ନିଜେ ଏସବୁ କାଣ୍ଡ ଘଟାଇଛି । ତଦନ୍ତକାରୀମାନେ ଆହୁରି ସୂଚନା ଦେଇ କହିଛନ୍ତି, ଯେ ସେ ତାଙ୍କ ଭଉଣୀ ମୋଟୋ କୌର ଏବଂ ଅନ୍ୟ ଜଣେ ବ୍ୟକ୍ତି ଲାଖି ସିଂହଙ୍କ ସହିତ ଏହି ଷଡ଼ଯନ୍ତ୍ର ରଚିଥିଲେ । ଜସି କୌର ଏବଂ ତାଙ୍କ ଭଉଣୀ ମୋଟୋ କୌରଙ୍କୁ ଗିରଫ କରାଯାଇଛି । ଏହି ଘଟଣାକୁ ନେଇ ଆହୁରି ତଦନ୍ତ କରାଯାଉଛି ।

Rat Poison Children Arrested Mother
Advertisment
Related Articles
Advertisment