Advertisment

Big Anti-Terror Op in Kashmir: କାଶ୍ମୀରରେ ସେନାର ବଡ଼ ଅପରେସନ୍, ଗୁଳି ଖାଇ ବି ଆତଙ୍କୀ ଠିକଣାରେ ପହଞ୍ଚାଇଲା ‘ଟାଇସନ୍’

ସଫଳ ହେଲା ଭାରତୀର ସେନାର ଅପରସନ ତ୍ରାସୀ। ନିପାତ ହେଲା କାଶ୍ମୀରରେ ଆତଙ୍କ ଖେଳାଇଥିବା ଜୈସ୍-ଏ-ମହମ୍ମଦର ଟପ୍ କମାଣ୍ଡର ସୈଫୁଲା। ସୈଫୁଲା ସମେତ ୭ ଆତଙ୍କବାଦୀ ବି ସଫା ହୋଇଛନ୍ତି। ଆଉ ଏସବୁ ଭିତରେ ଚର୍ଚ୍ଚାକୁ ଆସିଛି ସେନାର ଆଉ ଜଣେ ବାହାଦୂର ଯବାନ ‘ଟାଇସନ୍’।

author-image
Tapan Swain
SAIFULA-ENCOUNTER

SAIFULA-ENCOUNTER Photograph: (OTV)

ମାଟିରେ ମିଶିଲା ପାକିସ୍ତାନର ଆତଙ୍କବାଦୀ 
ଯେଉଁ ମାଟିକୁ ରକ୍ତାକ୍ତ କରିଥିଲା ସେଠି ନିଜ ରକ୍ତରେ ଭିଜିଲା 
ତାର ଡେଇଁ କଶ୍ମୀରକୁ ପଶିଥିଲା, ଏବେ ନିହତ ହେଇ ମାଟିରେ ଲୋଟିିଲା 

Advertisment

ଜମ୍ମୁ କାଶ୍ମୀରରେ ବଡ଼ ଅପରେସନ୍, ଗଡ଼ିଲା ବଡ଼ ମୁଣ୍ଡ। ଗଲା ଦୁଇ ବର୍ଷ ଧରି ପାକିସ୍ତାନରୁ ଆସି ଭାରତୀୟ ମାଟିକୁ ଅପବିତ୍ର କରିଥିବା ଜୈସ୍ ଏ ମହମ୍ମଦର ଟପ୍ କମାଣ୍ଡର୍ ସୈଫୁଲା ସଫା। ଗଲା ଦୁଇ ଦିନ ଧରି କଶ୍ମୀର କିସ୍ତୱାରର ଛତୁରରେ ଲୁଚି ରହିଥିବା ସୈଫୁଲାକୁ ଏନକାଉଣ୍ଟର କରିଛି ଫୋର୍ସ। 

ଏ ଅପରେସନ୍ ଏତେ ସହଜ କିମ୍ବା ଏତେ ସାଧାରଣ ନଥିଲା। ସେନାରୁ ସାଟେଲାଇଟ୍, ଗୁଇନ୍ଦାରୁ ବାହାଦୂର କୁକୁର ସବୁ ଯେମିତି ଦିନ ରାତିକୁ ଏକ କରି ଦେଇଥିଲେ। କାରଣ ଗଲା ୩୨୬ ଦିନ ଧରି ତାକୁ ଧରିବାକୁ ଅପରେସନ୍ ଚାଲିଥିବା ସତ୍ତ୍ବେ ପ୍ରାୟ ୨୦ ଥର ଫୋର୍ସକୁ ଚକମା ଦେଇଥିଲା ସୈଫୁଲା। ତେଣୁ ତା ଉପରେ ତୀକ୍ଷଣ ନଜର ରଖିଥିଲା ସାଟେଲାଇନ୍ ଓ ଆର୍ମି ଡ୍ରୋନ୍।...

Advertisment

ଶନିବାର ସକାଳ...କିସ୍ତୱାରର ଏକ ଛୋଟିଆ ଗାଁ ଛତୁର। ଦୁଇ ପଟୁ ପାହାଡ଼ରେ ଘେରା ଥିବା ଅଞ୍ଚଳରେ ଷଡ଼ଯନ୍ତ୍ର ରଚୁଥିଲା ସୈଫୁଲା। ଖାଲି ସେ ନୁହେଁ ତା ସହ ବି କିଛି ସହଯୋଗୀ ଆତଙ୍କୀ ଥିବା ଖବର ବି ମିଳିଥିଲା। ଆତଙ୍କବାଦୀଙ୍କ ଚିହ୍ନଟ ସିନା ହୋଇ ସାରିଥିଲା କିନ୍ତୁ ସେମାନଙ୍କୁ ଧରିବା ଥିଲା ଭାରି ମୁସକିଲ୍। ଆଖପାଖରେ ଜନବସତି ଥିବାରୁ ନିର୍ଦ୍ଦିଷ୍ଟ କେଉଁଠି ସେ ଲୁଚିଥିଲା ତାକୁ ଖୋଜିବାକୁ ଅପରେସନ୍ କୁ ଓହ୍ଲାଇଥିଲା ସେନାର ବାହାଦୂର କୁକୁର ‘ଟାଇସନ୍’।    

ଟାଇସନ୍ ଖୋଜି ପାଇଥିଲା ଆତଙ୍କୀ ଲୁଚିଥିବା ସେଇ ନିର୍ଦ୍ଦିଷ୍ଟ ମାଟି ଘରର ଠିକଣା 

ସେନାରେ ସ୍ପେଶାଲ ଫୋର୍ସ ସଦସ୍ୟ ଜର୍ମାନ ସେଫର୍ଡ ଟାଇସନ୍ ଆତଙ୍କୀ ଲୁଚିଥିବା ସେଇ ନିର୍ଦ୍ଦିଷ୍ଟ ମାଟି ଘରର ଠିକଣା ଖୋଜି ପାଇଥିଲା। ନିଜେ ବାମ ଗୋଡ଼ରେ ଗୁଳି ଖାଇଲା ତଥାପି ହାରି ନଥିଲା କି ହାର ମାନିନଥିଲା। ଗୋଟିଏ ଗୋଡ଼ରେ ଦୌଡ଼ି ଦୌଡ଼ି ଯବାନଙ୍କୁ ପହଞ୍ଚାଇଥିଲା ଆତଙ୍କୀଙ୍କ ଠିକଣାରେ।...ବାସ୍ ତା ପରେ ବାକି କାମ ସମ୍ଭାଳିଥିଲେ ସ୍ପେଶାଲ୍ ଫୋର୍ସ କମାଣ୍ଡୋ ।

ପାହାଡ଼ ଜଙ୍ଗଲ ଘେରା ସୀମାର ଗଳା ବାଟେ ପାକିସ୍ତାନରୁ ଭାରତକୁ ପଶିଥିଲା ସୈଫୁଲା। ‘୭୨ ହୁର୍’ ର ସ୍ବପ୍ନ ଦେଖାଇ ଆତଙ୍କୀ ଆକ୍କା ତାକୁ ଭାରତକୁ ପଠାଇଥିଲେ। ଟାଗେର୍ଟ ଥିଲା ଉପତ୍ୟକାର ନୂଆ ପିଢ଼ି ବିଶେଷ କରି ଅଳ୍ପ ପାଠ ପଢ଼ିଥିବା ଯୁବକଙ୍କୁ ଚିହ୍ନଟ କରିବା, ସେମାନଙ୍କ ହାତରେ ବନ୍ଧୁକ ଧରାଇ ଆତଙ୍କବାଦୀ ଭାବେ ପ୍ରସ୍ତୁତ କରିବା।

ଏଥିପାଇଁ କିସ୍ତୱାର୍ କୁ ବାଛିଥିଲା ସୈଫୁଲା। ପୂରା କଶ୍ମୀରରେ ନେଟୱର୍କ ସହ ଏଠୁ ପିଓକେକୁ ଫେରାର ହେବା ପାଇଁ ବି ବାଟ ବାହାର କରିଥିଲା। ହେଲେ ସୈଫୁଲାର ସବୁ ପ୍ରୟାସ ଶେଷରେ ଫୁସ୍ କରିଛନ୍ତି ବାହାଦୂର ଭାରତୀୟ ସେନା।...

Terrorist Kashmir
Advertisment
Related Articles
Advertisment