/odishatv-khabar/media/media_files/2026/02/27/arvind-kejriwal-2026-02-27-12-52-24.jpg)
Arvind Kejriwal Photograph: (OTV)
ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ କୋର୍ଟଙ୍କ ବଡ଼ ରାୟ। ଅରବିନ୍ଦ କେଜରିୱାଲ ଓ ମନୀଷ ସିସୋଦିଆ ଦୋଷମୁକ୍ତ। ପ୍ରମାଣ ଅଭାବରୁ ଉଭୟଙ୍କୁ ଦୋଷମୁକ୍ତ କଲେ କୋର୍ଟ। କୋର୍ଟଙ୍କ ରାୟ ପରେ ଭାବପ୍ରବଣ ହୋଇପଡିଛନ୍ତି କେଜ୍ରିୱାଲ୍। ମିଡିଆକୁ ବାଇଟ ଦେବା ବେଳେ କାନ୍ଦି ପକାଇଛନ୍ତି ଅରବିନ୍ଦ କେଜ୍ରିୱାଲ୍।
ଦିଲ୍ଲୀ କୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି ସୁନୀତା କେଜରିୱାଲ। ସତ୍ୟର ସବୁବେଳେ ବିଜୟ ହୁଏ ବୋଲି 'ଏକ୍ସ'ରେ ଲେଖିଛନ୍ତି ସୁନୀତା। କୋର୍ଟରୁ ବାହାରି କେଜରିୱାଲ କହିଛନ୍ତି, ଆପ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିଲା। ଆମ୍ ଆଦମୀ ପାର୍ଟିକୁ ଧ୍ୱଂସ କରିବା ପାଇଁ ସମସ୍ତ ଶୀର୍ଷ ନେତାଙ୍କୁ ଜେଲ ପଠାଯାଇଥିଲା। ଦଳର ପାଞ୍ଚ ପ୍ରମୁଖ ନେତାଙ୍କୁ ଗିରଫ କରାଯାଇଥିଲା।
ମଦ ଦୁର୍ନୀତି ମାମଲାରେ ୨୦୨୪ ମାର୍ଚ୍ଚ ୨୧ରେ ଗିରଫ କରିଥିଲା ଇଡି। ୧୩ ଜୁଲାଇ ୨୦୨୪ରେ ଜେଲରୁ ବାହାରିଥିଲେ। ଏହି ମଦ ଦୁର୍ନୀତି ମାମଲାରେ ଉଭୟ ଇଡି ଏବଂ ସିବିଆଇ କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।
ମଦ ଦୁର୍ନୀତି: କେଜରିୱାଲ, ସିସୋଦିଆ ନିର୍ଦ୍ଦୋଷ
CBIର ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ କୋର୍ଟଙ୍କ ବଡ଼ ରାୟ
ଅରବିନ୍ଦ କେଜରିୱାଲ ଓ ମନୀଷ ସିସୋଦିଆ ନିର୍ଦ୍ଦୋଷ
ପ୍ରମାଣ ଅଭାବରୁ ଉଭୟଙ୍କୁ ଦୋଷମୁକ୍ତ କଲେ କୋର୍ଟ
ମାମଲାରେ ପର୍ଯ୍ୟାପ୍ତ ପ୍ରମାଣ ନଥିବା କହିଲେ କୋର୍ଟ
ଦିଲ୍ଲୀ କୋର୍ଟଙ୍କ ରାୟ ପରେ କାନ୍ଦି ପକାଇଲେ କେଜରିୱାଲ
ସତ୍ୟର ସବୁବେଳେ ବିଜୟ ହୁଏ କହିଲେ କେଜରିୱାଲ
AAPକୁ ସମାପ୍ତ କରିବାକୁ ଷଡଯନ୍ତ୍ର କରାଯାଇଥିଲା- କେଜରିୱାଲ
'ଷଡ଼ଯନ୍ତ୍ର କରାଯାଇ ଆମକୁ ଜେଲ୍ ରେ ରଖାଗଲା'
'ସମସ୍ତ ମିଛ ମାମଲା ଖାରଜ ହୋଇଛି, ଆଜି ସତ୍ୟର ବିଜୟ ହୋଇଛି'
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)