/odishatv-khabar/media/media_files/2026/02/27/convicted-2026-02-27-12-28-18.jpg)
Convicted Photograph: (OTV)
ବହୁଚର୍ଚ୍ଚିତ ଅଭିନେତ୍ରୀ ନିକିତା ହତ୍ୟା ମାମଲାରେ ସ୍ବାମୀ ଲିପନ ସାହୁକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ। ନିକିତା ଓରଫ୍ ଲକ୍ଷ୍ମୀପ୍ରିୟା ବେହେରାଙ୍କ ହତ୍ୟା ଅଭିଯୋଗ ମାମଲାରେ ବଡ଼ ରାୟ ଶୁଣାଇଛନ୍ତି କଟକ ତୃତୀୟ ଏଡିଜେ କୋର୍ଟ।
ତା’ସହ ଲିପନକୁ ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ଘରୋଇ ହିଂସା ମାମଲାରେ ଲିପନର ମାଆ ଓ ବାପାଙ୍କୁ କିନ୍ତୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ।...
୨୦୧୯, ଜାନୁଆରୀ ୪ରେ କଟକ ମହାନଦୀ ବିହାରରେ ଥିବା ଆପାର୍ଟମେଣ୍ଟ ଛାତରୁ ଖସିପଡ଼ିବାରୁ ନିକିତା ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ବାମୀ ଲିପନ ତାଙ୍କୁ ଛାତରୁ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ଥାନାରେ ଏତଲା ଦେଇଥିଲେ ନିକିତାଙ୍କ ପରିବାର ଲୋକେ। ଏହାସହ ତାଙ୍କୁ ଯୌତୁକ ଜନିତ ନିର୍ଯାତନା ଦିଆଯାଉଥିଲା ବୋଲି ମଧ୍ୟ ଅଭିଯୋଗ ଥିଲା।...
ଜଣାଶୁଣା ଅଭିନେତ୍ରୀ ଥିଲେ
‘ମିତ ବସିଛି ମୁଁ ଭୂତ ସାଥୀରେ’, ‘ଚୋରି ଚୋରି’, ‘ମଥାରେ ଦେଇ ପାଟ ଓଢ଼ଣୀ’, ‘ଗୁଣ୍ଡା’ ଭଳି ସିନେମାରେ ଅଭିନୟ କରିଥିଲେ ନିକିତା। ତାସହ ଓଡ଼ିଆ ଧାରାବାହିକ ‘ଏସିପି ନିକିତା’ ଜରିଆରେ ଓଡ଼ିଶାର ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେହିପରି ‘ତପସ୍ୟା’ ଧାରାବାହିକରେ ମଧ୍ୟ ତାଙ୍କର ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲା।...
କଟକ ତୃତୀୟ ଏଡିଜେ କୋର୍ଟ ଦେଲେ ରାୟ
‘ଅଭିନେତ୍ରୀ ନିକିତାଙ୍କୁ ହତ୍ୟା କରିଥିଲେ ସ୍ବାମୀ’
୨୦୧୯ରେ କଟକ ମହାନଦୀ ବିହାରରେ ଘଟିଥିଲା
ଆପାର୍ଟମେଣ୍ଟ ଛାତରୁ ତଳେ ପଡ଼ି ଗୁରୁତର ହୋଇଥିଲେ
Shah Odisha-Bound on 5th: ଆସନ୍ତା ୫ରେ ଓଡ଼ିଶା ଆସିବେ ଶାହ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

Evidence Falls Short: ପ୍ରମାଣ ଅଭାବରୁ ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିସୋଦିଆ ଖଲାସ, ସିବିଆଇକୁ ଭର୍ତ୍ସନା କଲେ କୋର୍ଟ

Rape-Murder Allegation: ଦୁଷ୍କର୍ମ ପରେ ଛାତରୁ ଠେଲି ହତ୍ୟା କରାଯାଇଥିବା ଅଭିଯୋଗ, ସଂପୃକ୍ତ ଘରୁ ଜବତ ହୋଇଛି ମୃତ ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଓ ମୋବାଇଲ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)