/odishatv-khabar/media/media_files/2025/10/10/india-britain-2025-10-10-09-43-35.jpg)
INDIA-BRITAIN Photograph: (OTV)
ଭାରତ ଓ ୟୁକେ (India UK) ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହୋଇଛି । ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର ଷ୍ଟାରର୍ମରଙ୍କ ଭାରତ ଗସ୍ତ ଅବସରରେ ୩୫୦ ମିଲିୟନ ୟୁରୋର ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିଛନ୍ତି ଭାରତ ଓ ୟୁକେ । ଏହି ଅବସରରେ ଏୟାର ଡିଫେନ୍ସ ମିସାଇଲ ଓ ଲଂଚର ସିଷ୍ଟମ ନେଇ ମଧ୍ୟ ଚୁକ୍ତି ଦସ୍ତଖତ ହୋଇଛି । ୟୁକେର LMM କଂପାନି ଏହି ଯୁଦ୍ଧାସ୍ତ୍ର ଭାରତୀୟ ସେନାକୁ ଯୋଗାଇବ ।
ଏହି ଡିଲ ଯୋଗୁ ଭାରତ ଓ ୟୁକେ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବଢ଼ିବ । ପ୍ରଧାନମନ୍ତ୍ରୀ ହେବା ପରେ କେୟର ଷ୍ଟାରର୍ମକଙ୍କର ଏହା ପ୍ରଥମ ଭାରତ ଗସ୍ତ । ୨ ଦିନିଆ ଭାରତ ଗସ୍ତ ବେଳେ କେୟର ଷ୍ଟାରର୍ମର ନିଜ ସହ ଶହେ ଜଣ ଶିଳ୍ପ ଉଦ୍ୟୋଗୀଙ୍କୁ ସାଙ୍ଗରେ ନେଇ ଆସିଛନ୍ତି । ତେବେ ବ୍ରିଟିଶ ଫିଲ୍ମ ଇଷ୍ଟିଚ୍ୟୁଟ ସହ ନ୍ୟାସନାଲ ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଦୁଇ ଦେଶ ମିଳିତ ଭାବେ ଫିଲ୍ମ କ୍ଷେତ୍ରରେ ଗବେଷଣା ଓ ପ୍ରସ୍ତୁତି ନେଇ ଚୁକ୍ତି ହୋଇଛି ।
Advertisment
ଅଧିକ ଦେଖନ୍ତୁ:
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)