Advertisment

Delhi Blast Probe: ଦିଲ୍ଲୀ ବିସ୍ଫୋରଣ ଘଟଣା ପଛରେ I-20 କାର୍‌ , ହରିୟାଣା ନଂ ଥିବା ଏହି କାର୍‌ ଉପରେ ବଢ଼ିଲା ସନ୍ଦେହ

ବିସ୍ଫୋରଣ ପରେ ଦିଲ୍ଲୀ ଓ ମୁମ୍ବାଇରେ ହାଇଆଲର୍ଟ । ବିସ୍ଫୋରଣ ସ୍ଥଳରେ NIA  ଓ NSG ଟିମର ତନାଘନା । ଦିଲ୍ଲୀ ଲାଲକିଲ୍ଲା ନିକଟରେ ଏକ କାରରେ ବିସ୍ଫୋରଣ ଘଟିଛି । ଏଥିରେ ୧୦ଜଣଙ୍କ  ମୃତ୍ୟୁ ହୋଇଛି ।

author-image
Manas Ranjan Mohanty
delhi

delhi Photograph: (OTV)

ଦିଲ୍ଲୀ ବିସ୍ଫୋରଣ ଘଟଣା ପଛରେ I-20 କାର୍‌ । ହରିୟାଣା ନଂ ଥିବା ଏହି କାର୍‌ ଉପରେ ବଢ଼ିଲା ସନ୍ଦେହ । ଏଥିରେ ୩ ଜଣ ସନ୍ଦିଗ୍ଧ ଥିବା ନେଇ ମିଳିଲା ସୂଚନା । ଏହି କାର୍‌ଟି ବିସ୍ଫୋରଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା । ପ୍ରକୃତରେ କାର୍‌ରେ କେଉଁମାନେ ଥିଲେ ଜାଣିବାକୁ ତଦନ୍ତ ଚାଲିଛି ।

Advertisment

ବିସ୍ଫୋରଣ ପରେ ଦିଲ୍ଲୀ ଓ ମୁମ୍ବାଇରେ ହାଇଆଲର୍ଟ । ବିସ୍ଫୋରଣ ସ୍ଥଳରେ NIA  ଓ NSG ଟିମର ତନାଘନା । ଦିଲ୍ଲୀ ଲାଲକିଲ୍ଲା ନିକଟରେ ଏକ କାରରେ ବିସ୍ଫୋରଣ ଘଟିଛି । ଏଥିରେ ୧୦ଜଣଙ୍କ  ମୃତ୍ୟୁ ହୋଇଛି । ୩୦ଜଣ ବିସ୍ଫୋରଣରେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲ ସ୍ଥାନାନ୍ତର କରାଯାଇଛି ।

ମେଟ୍ରୋ ଷ୍ଟେସନ ଗେଟ୍ ୧ ନିକଟ ପାର୍କିଂରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳିଲା କାର୍ । ଆଉ ୮ଟି ଗାଡ଼ି ମଧ୍ୟ ବିସ୍ଫୋରଣରେ ଜଳିଗଲା ।  ବିସ୍ଫୋରଣ ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି । କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ତାର ତଦନ୍ତ ଚାଲିଛି । 

Advertisment

କଟକ ବାଲିଯାତ୍ରା ପଡ଼ିଆରେ ପୋଲିସ ଡିଜିଙ୍କ ସମୀକ୍ଷା । ଦିଲ୍ଲୀ ବିସ୍ଫୋରଣ ପରେ ବାଲିଯାତ୍ରା ପଡ଼ିଆରେ ଡିଜିପିଙ୍କ ସମୀକ୍ଷା । କଟକ ଡିସିପିଙ୍କ ସହ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି ।

ଦିଲ୍ଲୀ ବିସ୍ଫୋରଣ ପରେ ପୋଲିସ ଡିଜିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ । ବାଲିଯାତ୍ରା ଚାଲିଥିବାରୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ପ୍ରମୁଖ ସହର ଓ ସମ୍ୱେଦନଶୀଳ ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ । ସାଧାରଣ ଲୋକଙ୍କ ଜୀବନହାନି ନେଇ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଦୁଃଖପ୍ରକାଶ ସହ ଘଟଣାର କଡ଼ା ନିନ୍ଦା କଲେ ମୁଖ୍ୟମନ୍ତ୍ରୀ । ଏଭଳି ଅମାନବୀୟ ଘଟଣାକୁ ଭାରତ କେବେ ବରଦାସ୍ତ କରିନାହିଁ, କି କରିବନି । 

ରାଜଧାନୀ ଭୁବନେଶ୍ବରରେ ବି ହାଇଆଲର୍ଟ । ଦିଲ୍ଲୀ ବିସ୍ଫୋରଣ ପରେ ଭୁବନେଶ୍ବରରେ ହାଇଆଲର୍ଟ ଜାରି କରାଯାଇଛି । ହାଇଆଲର୍ଟ ନେଇ ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି । ସବୁ ପ୍ରବେଶ ଓ ପ୍ରସ୍ଥାନ ପଥରେ କଡ଼ା ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ରେଲୱେ ଷ୍ଟେସନ ଓ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି । ସମସ୍ତ ହୋଟେଲ୍‌ରେ ସର୍ଚ୍ଚ କରିବାକୁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

ହାଇଆଲର୍ଟରେ ପୁରୀ । ହାଇଆଲର୍ଟ ନେଇ ପୁରୀ ଏସ୍‌ପିଙ୍କ ସୂଚନା । ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲୱେ ଷ୍ଟେସନ, ବସ୍‌ଷ୍ଟାଣ୍ଡରେ ହାଇଆଲର୍ଟ ଜାରି । ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment