Advertisment

BJP’s big blueprint out for Nuapada: ନୂଆପଡ଼ା ଦଖଲ ପାଇଁ ବଳ କଷାକଷି, ବିଜେପି କରିଛି ବଡ଼ ବ୍ଲୁ ପ୍ରିଣ୍ଟ

ନୂଆପଡା ଦଖଲ ପାଇଁ ଇଲେକ୍ସନ ମ୍ୟାନେଜମେଣ୍ଟ ନେଇ ବଡ଼ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଶାସକ ଦଳ ବିଜେପି। ବୁଥ୍ ଜଗିବାକୁ ବିଧାୟକ ଏବଂ ପୂର୍ବତନ ବିଧାୟକ ମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ୮ ମଣ୍ଡଳ ଦାୟିତ୍ୱରେ ରହିବେ ୮ ଜଣ ମନ୍ତ୍ରୀ।

author-image
Tapan Swain
nuapada

nuapada Photograph: (OTV)

ପ୍ରାର୍ଥୀ ଘୋଷଣା ପରେ ନୂଆପଡାର ୩ ଦଳର ନିର୍ବାଚନ ପରିଚାଳନା ଉପରେ ନଜର। ଗତକାଲି ରାତି ଯାଏଁ ବୈଠକ କରି ନେତାଙ୍କୁ ବୁଥ ଓ ମଣ୍ଡଳ ଦାୟିତ୍ୱ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ଆଉ ମୁଖ୍ୟମନ୍ତ୍ରୀ। ନିର୍ବାଚନ ନସରିବା ଯାଏଁ ନୂଆପଡା ନଛାଡିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ବିଜେଡି ବି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିବା ସହ ବ୍ଲକ୍ ଏବଂ ଏନଏସି ୱାଇଜ ୫୨ ନେତାଙ୍କୁ ଦେଇଛି ଦାୟିତ୍ୱ। ଆଉ ଷ୍ଟିୟରିଂ ଏବଂ ମନିଟରିଂ କମିଟି କରି ନିର୍ବାଚନ ପରିଚାଳନା କରିବାକୁ କଂଗ୍ରେସର ରଣନୀତି।...

Advertisment

ପ୍ରାର୍ଥୀ ପରେ ଏବେ ନିର୍ବାଚନ ପ୍ରଚାର ଏବଂ ପରିଚାଳନାକୁ ଫୋକସ୍ । ରଣନୀତି ପ୍ରସ୍ତୁତ କରିଛନ୍ତି ୩ ଦଳ । ବିଜେପି ଓ କଂଗ୍ରେସ ପାଇଁ ପ୍ରଚାର କରିବେ ଛତିଶଗଡି ନେତା । ବୁଥ ୱାଇଜ୍ ଦାୟିତ୍ୱ ଦେଇଛି ବିଜେଡି ।

ନୂଆପଡା ଦଖଲ ପାଇଁ ଇଲେକ୍ସନ ମ୍ୟାନେଜମେଣ୍ଟ ନେଇ ବଡ଼ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଶାସକ ଦଳ ବିଜେପି। ବୁଥ୍ ଜଗିବାକୁ ବିଧାୟକ ଏବଂ ପୂର୍ବତନ ବିଧାୟକ ମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ୮ ମଣ୍ଡଳ ଦାୟିତ୍ୱରେ ରହିବେ ୮ ଜଣ ମନ୍ତ୍ରୀ। ଗତକାଲି ସମାବେଶ ପରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ବୈଠକ କରି ନେତାଙ୍କୁ ଏଇ ଦାୟିତ୍ବ ବାଣ୍ଟିଛନ୍ତି।

Advertisment

ନିର୍ବାଚନ ନସରିବା ଯାଏଁ, ନେତାଙ୍କୁ ନୂଆପଡା ନଛାଡିବାକୁ ନିର୍ଦ୍ଦେଶ ରହିଛି। ଏଥି ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଆହୁରି ୨ ଥର ନୂଆପଡା ଯାଇ ଦଳ ପାଇଁ ମାରାଥନ ପ୍ରଚାର କରିବେ। ଛତିଶଗଡ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଷ୍ଟାର ପ୍ରଚାରକ ତାଲିକାରେ ଥିବା ନେତା ମଧ୍ୟ ବାରମ୍ବାର ପ୍ରଚାର ମୈଦାନକୁ ଓହ୍ଲାଇବାକୁ ସ୍ଥିର ହୋଇଛି। 

ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିବା ସହ ବ୍ଲକ୍ ଏବଂ ଏନଏସିୱାରି ଦେଇଛି ଦାୟିତ୍ୱ। କିନ୍ତୁ ବଡ଼ କଥା ହେଲା ଦାୟିତ୍ୱରେ ଅଛନ୍ତି ବହୁ ଉପକୂଳିଆ ନେତା। ନୂଆପଡା ବ୍ଲକ ଦାୟିତ୍ୱ ନିରଞ୍ଜନ ପୂଜାରୀଙ୍କୁ ଦିଆଯାଇଥିବା ବେଳେ କୋମନା ବ୍ଲକ ଦାୟିତ୍ୱ ଦିଆଯାଇଛି ପ୍ରଣବ ପ୍ରକାଶ ଦାସଙ୍କୁ। ନୂଆପଡା ଏନଏସି ଅତନୁ ସବ୍ୟସାଚୀ ନାୟକଙ୍କୁ ଦିଆଯାଇଥିବା ବେଳେ ଖରିଆର ରୋଡ ଏନଏସି ଦାୟିତ୍ୱରେ ରହିବେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏମିତି ୫୨ ଜଣ ନେତାଙ୍କୁ ନିର୍ବାଚନ ପରିଚାଳନା ପାଇଁ ଦାୟିତ୍ୱ ଦେଇଛି ଶଙ୍ଖ ଦଳ।...

ପିସିସି ସଭାପତି ଭକ୍ତ ଦାସ ନୂଆପଡାରେ ଡେରା ପକାଇଥିବା ବେଳେ ନିର୍ବାଚନ ପରିଚାଳନା ପାଇଁ ୨ଟି କମିଟି କରିଛି କଂଗ୍ରେସ। ୧୦ ଜଣିଆ ଷ୍ଟିୟରିଂ କମିଟି ଗଢ଼ା ହୋଇଛି, ଯେଉଁଥିରେ ରହିଛି ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସହ ୭ ବିଧାୟକଙ୍କ ନାଁ। ସେହିପରି ୨୧ ଜଣିଆ ମନିଟରିଂ କମିଟିରେ ପୂର୍ବତନ ବିଧାୟକ ଏବଂ ଜିଲ୍ଲା ସଭାପତିମାନେ ରହିଛନ୍ତି। ଆଉ ପ୍ରଚାର ପାଇଁ ଛତିଶଗଡ ନେତାଙ୍କ ସହ କେନ୍ଦ୍ର ନେତୃତ୍ୱଙ୍କୁ ବି ମୈଦାନକୁ ଓହ୍ଲାଇବାକୁ ଯୋଜନା କରୁଛି ଦଳ।... 

ପୂର୍ବ ଉପନିର୍ବାଚନ ଗୁଡିକରେ ତତ୍କାଳୀନ ଶାସକ ଦଳ ତଥା ବିଜେଡିର ନିର୍ବାଚନ ପରିଚାଳନା ସବୁ ବେଳେ ଚର୍ଚ୍ଚାରେ ଥାଏ। ଏଥର କିନ୍ତୁ ବିଜେପି ପୂରା ବିଜେଡି ଢଙ୍ଗରେ ନିର୍ବାଚନ ପରିଚାଳନା ରଣନୀତି ପ୍ରସ୍ତୁତ କରି ଆଗକୁ ବଢୁଛି। ତେବେ କାହାର ପରିଚାଳନା କେତେ ସଫଳ ହେଉଛି ତା ଉପରେ ନଜର।... 

nuapada election fight nuapada by election nuapada bypoll
Advertisment
Related Articles
Advertisment