Advertisment

Project Cheetah Milestone: ପ୍ରୋଜେକ୍ଟ ଚିତାକୁ ପୁଣି ବଡ଼ ସଫଳତା, ଦେଶରେ ଚିତା ସଂଖ୍ୟା ୫୩କୁ ବୃଦ୍ଧି

ପ୍ରୋଜେକ୍ଟ ଚିତାକୁ ପୁଣି ବଡ଼ ସଫଳତା। ୫ଟି ଛୁଆ ଜନ୍ମଦେଲା ଚିତା ଜ୍ବାଲା। ତୃତୀୟ ଥର ପାଇଁ ଜ୍ବାଲା ପ୍ରସବ କରିଛି। ଛୁଆ ଓ ମା' ସୁସ୍ଥ ଥିବା ବେଳେ ସେମାନଙ୍କୁ ସ୍ବତନ୍ତ୍ର ଭେଟେରିନାରି ଟିମ୍ ଓ ଫିଲ୍ଡ ଷ୍ଟାଫ୍ ନିରୀକ୍ଷଣ କରୁଛନ୍ତି ।

author-image
Tapan Swain
Cheetah

Cheetah Photograph: (OTV)

କୁନୋରୁ ଆସିଲା ଖୁସି ଖବର। ପ୍ରୋଜେକ୍ଟ ଚିତାକୁ ପୁଣି ବଡ଼ ସଫଳତା। ୫ଟି ଛୁଆ ଜନ୍ମଦେଲା ଚିତା ଜ୍ବାଲା। ତୃତୀୟ ଥର ପାଇଁ ଜ୍ବାଲା ପ୍ରସବ କରିଛି। ଛୁଆ ଓ ମା' ସୁସ୍ଥ ଥିବା ବେଳେ ସେମାନଙ୍କୁ ସ୍ବତନ୍ତ୍ର ଭେଟେରିନାରି ଟିମ୍ ଓ ଫିଲ୍ଡ ଷ୍ଟାଫ୍ ନିରୀକ୍ଷଣ କରୁଛନ୍ତି । ଏହା ଭାରତରେ ଦଶମ ସଫଳ ଚିତା ପ୍ରଜନନ । ନୂଆ ଅତିଥିଙ୍କୁ ମିଶାଇ ଦେଶରେ ମୋଟ ଚିତା ସଂଖ୍ୟା ୫୩କୁ ବୃଦ୍ଧି ପାଇଛି ।

Advertisment

କେବଳ ଭାରତରେ ଜନ୍ମ ହୋଇଥିବା ଚିତାଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି। ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ।

କୁନୋରୁ ଆସିଲା ଖୁସି ଖବର
୫ଟି ଛୁଆ ଜନ୍ମଦେଲା ଚିତା ଜ୍ବାଲା
ତୃତୀୟ ଥର ପାଇଁ ଜ୍ବାଲାର ପ୍ରସବ
ସମସ୍ତ ଛୁଆ ଓ ମା' ସୁସ୍ଥ ଥିବା ସୂଚନା
ଦେଶରେ ଚିତା ସଂଖ୍ୟା ୫୩କୁ ବୃଦ୍ଧି
 କେବଳ ଭାରତରେ ଜନ୍ମ ହେଲେଣି ୩୩ ଚିତା 

Advertisment
Cheetah
Advertisment
Related Articles
Advertisment