/odishatv-khabar/media/media_files/2026/01/20/foresight-2026-01-20-20-37-58.jpg)
Foresight Photograph: (OTV)
ଆସନ୍ତା ୭ରୁ ୮ ମାସରେ ସରିବ ଭୁବନେଶ୍ବର ରିଂ ରୋଡ୍ କାର୍ଯ୍ୟ। ଦିଲ୍ଲୀରେ ଆୟୋଜିତ ଓଟିଭିର ଫୋରସାଇଟରେ ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା। ଓଡ଼ିଶାରେ ସଡ଼କ ଭିତ୍ତିଭୂମି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ହର୍ଷ ମାଲହୋତ୍ରା କହିଛନ୍ତି, ଜାତୀୟ ରାଜପଥର ୬୫ଟି ନୂତନ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏଥିପାଇଁ ୨୬ ହଜାର ୩ ଶହ କୋଟି ଟଙ୍କା ଖର୍ଚ୍ଚ ହେବ।
ନୟାଗଡ଼ରେ ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ୩୦୦ କୋଟି ଟଙ୍କା ବ୍ୟୟରେ ବାଇପାସ୍ କାମ ସାରିବାକୁ ମାର୍ଚ୍ଚ ମାସର ଡେଡଲାଇନ୍ ରହିଛି। ସେହିଭଳି ଝାରସୁଗୁଡ଼ାରେ ୬୦୦ କୋଟି ଟଙ୍କା ବ୍ୟୟରେ ଆସନ୍ତାବର୍ଷ ଜୁଲାଇ ସୁଦ୍ଧା ବାଇପାସ୍ ପାଇଁ ଲକ୍ଷ୍ୟ ରହିଛି। ଆସନ୍ତା ଜୁନ୍ ସୁଦ୍ଧା ରାୟଗଡ଼ା ଏବଂ ଜେକେପୁରରେ ୩୨୪ କୋଟି ବ୍ୟୟରେ ବାଇପାସ୍ କାମ ସାରିବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ।...
କେନ୍ଦ୍ର ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା
ଓଡ଼ିଶାରେ NHର ୬୫ଟି ନୂତନ ପ୍ରକଳ୍ପ କାର୍ଯ୍ୟ ଚାଲିଛି: ହର୍ଷ ମାଲହୋତ୍ରା
‘୨୬ ହଜାର ୩ ଶହ କୋଟି ଟଙ୍କା ଖର୍ଚ୍ଚ ହେବ ୬୫ଟି ପ୍ରକଳ୍ପ ପାଇଁ’
‘ନୟାଗଡ଼ରେ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ୩୦୦ କୋଟି ବ୍ୟୟ’
‘ବାଇପାସ୍ କାମ ସାରିବାକୁ ଡେଡଲାଇନ୍ ରହିଛି ମାର୍ଚ୍ଚ ମାସ’
‘ଝାରସୁଗୁଡ଼ାରେ ୬୦୦ କୋଟି ବ୍ୟୟରେ ଆସନ୍ତାବର୍ଷ ଜୁଲାଇ ସୁଦ୍ଧା ବାଇପାସ୍’
India Far Ahead of Other Nations: ଅନ୍ୟ ଦେଶଠୁ ବହୁ ଆଗରେ ଭାରତ, ବାଲିଯାତ୍ରାକୁ ସାଂସ୍କୃତିକ ସଂପର୍କର ସେତୁ କହିଲେ ଏସ୍. ଜୟଶଙ୍କର

Piyush Tripathy Gets Court Clearance: ଅଭିନେତା ପୀୟୂଷ ତ୍ରିପାଠୀ ଫ୍ୟାନଙ୍କ ପାଇଁ ଖୁସି ଖବର, ଯାତ୍ରା ମଞ୍ଚରେ ଚଢ଼ିବାକୁ କୋର୍ଟଙ୍କ ଅନୁମତି

OTV Foresight 2026: ‘ଓଡ଼ିଶାକୁ ଆବଶ୍ୟକ ନାହିଁ ନ୍ୟାସନାଲ୍ ମିଡିଆ ଫ୍ରଣ୍ଟପେଜ୍’

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)