Advertisment

OTV Foresight 2026: ‘ଓଡ଼ିଶାକୁ ଆବଶ୍ୟକ ନାହିଁ ନ୍ୟାସନାଲ୍ ମିଡିଆ ଫ୍ରଣ୍ଟପେଜ୍’

ଭାରତର ବିକାଶ କାହାଣୀରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଆଲୋଚନା। ମତ ରଖିଲେ ମିଡିଆ ଆଇକନ୍ ଅର୍ଣ୍ଣବ ଗୋସ୍ୱାମୀ ଓ ସ୍ମିତା ପ୍ରକାଶ। ଅର୍ଣ୍ଣବ ଖିଲେ ଓଡ଼ିଶାର ହିଷ୍ଟ୍ରି ଲେଖିବନି ନ୍ୟାସନାଲ୍ ହେଡଲାଇନ୍ସ।

author-image
Pramod Behera
OTV Foresight 2026

‘ଓଡ଼ିଶାକୁ ଆବଶ୍ୟକ ନାହିଁ ନ୍ୟାସନାଲ୍ ମିଡିଆ ଫ୍ରଣ୍ଟପେଜ୍’ Photograph: (OTV)

ହେଡଲାଇନ୍ସ କେବେ ହିଷ୍ଟ୍ରି ଲେଖେନି। ଓଡ଼ିଶାକୁ ଆବଶ୍ୟକ ନାହିଁ ନ୍ୟାସନାଲ୍ ମିଡିଆ ଫ୍ରଣ୍ଟପେଜ୍। ନୂଆଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶା ଫୋର୍ ସାଇଟ୍ ମଞ୍ଚରେ ଭାରତର ବିକାଶ କାହାଣୀରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଆଲୋଚନାରେ ଏଭଳି ମତ ରଖିଛନ୍ତି ଅତିଥିଗଣ। ଗଣମାଧ୍ୟମର ଦାୟିତ୍ୱ, ମିଡିଆରେ ଏଆଇର ପ୍ରଭାବ ଏବଂ ଗଣମାଧ୍ୟମର ସ୍ୱାଧିନତା ଉପରେ ହୋଇଛି ବ୍ୟାପକ ଆଲୋଚନା। ଆଞ୍ଚଳିକ ଗଣମାଧ୍ୟମ କିଭଳି ଦେଶର ବିକାଶ ଯାତ୍ରାରେ ସାମିଲ ହୋଇଛି ତାକୁ ନେଇ ମଧ୍ୟ କରାଯାଇଛି ମାନସମନ୍ଥନ।

Advertisment

ଗଣମାଧ୍ୟମର ଦାୟିତ୍ୱଠୁ ସ୍ଥାୟିତ୍ୱ ଯାଏଁ। ଡେଭଲପମେଣ୍ଟ ଷ୍ଟୋରୀଠୁ AI ପ୍ରଭାବ ପର୍ଯ୍ୟନ୍ତ। ଓଟିଭି ଫୋର୍ ସାଇଟ-୨୦୨୬ ମଞ୍ଚରେ ମିଡିଆକୁ ନେଇ ମାନସମନ୍ଥନ। ଦୁଇଟି ପର୍ଯ୍ୟାୟରେ ସାରଗର୍ଭକ ଆଲୋଚନା। ଶୀର୍ଷକ ଥିଲା- ମେଡିଆସ ରୋଲ୍ ଇନି ଇଣ୍ଡିଆସ୍ ଡେଭଲପମେଣ୍ଟ ଷ୍ଟୋରୀ- ଅର୍ଥାତ ଭାରତର ବିକାଶ କାହାଣୀରେ ଗଣମାଧ୍ୟମର ଭୂମିକା। 

ଏହି ପ୍ରସଙ୍ଗରେ ଓଟିଭି ବିଜନେସ୍ ହେଡ୍ ନ୍ୟୁଜ୍ ଆଣ୍ଡ ଡିଜିଟାଲ ଲିତିଶା ମଙ୍ଗତ ପଣ୍ଡାଙ୍କ ସହ ଆଲୋଚନା ବେଳେ ଆଞ୍ଚଳିକ ଗଣମାଧ୍ୟମର ସ୍ଥାୟିତ୍ବ ଓ ଦାୟିତ୍ବ ଉପରେ ମତ ରଖିଥିଲେ ରିପବ୍ଲିକ ଟିଭି ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ବାମୀ। ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ଅବହେଳା ପ୍ରଶ୍ନରେ ଚମତ୍କାର ଢଙ୍ଗରେ ଉତ୍ତର ରଖିଥିଲେ ଅର୍ଣ୍ଣବ। କହିଥିଲେ, ହେଡଲାଇନ୍ ଇତିହାସ ଲେଖେନି। ଓଡ଼ିଶାକୁ ଫ୍ରଣ୍ଟ ପେଜରେ ଆସିବାର କୌଣସି ଆବଶ୍ୟକ ନାହିଁ। ଓଡ଼ିଶାର ଇତିହାସ ହିଁ ଶ୍ରେଷ୍ଠତାର ପରିଚୟ ଦେଉଛି । 

Advertisment

ଗଣମାଧ୍ୟମ ଆଉ ଆଞ୍ଚଳିକ ଖବର ଉପରେ ଗୁରୁତ୍ୱ ଦେଇ ଅର୍ଣ୍ଣବ କହିଥିଲେ, ଗଣମାଧ୍ୟମ ସଂସ୍ଥାର କେନ୍ଦ୍ରସ୍ଥଳ କେବଳ ଦିଲ୍ଲୀ ଭିତରେ ସୀମିତ ନରହୁ। ଓଡ଼ିଶାରୁ ମଧ୍ୟ ନ୍ୟାସନାଲ୍ ମିଡିଆ ଚାଲିବାର ଭରପୁର ସୁଯୋଗ ରହିଛି। ସେହିଭଳି ଅର୍ଥନୈତିକ ସ୍ବାଧିନତା ହିଁ କୌଣସି ଗଣମାଧ୍ୟମ ସଂସ୍ଥାକୁ ଏଡିଟୋରିଆଲ ସ୍ବାଧିନତା ଦେଇଥାଏ ବୋଲି ଗୁରୁତ୍ୱପୂର୍ଣ୍ଣ ମତ ରଖିଥିଲେ ଅର୍ଣ୍ଣବ ।

ସେପଟେ ସମାନ ପ୍ରସଙ୍ଗରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ, ଆଞ୍ଚଳିକ ଗଣମାଧ୍ୟମର ଅଭ୍ୟୁଦୟ ଏବଂ ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ANI ସମ୍ପାଦକ ସ୍ମିତା ପ୍ରକାଶ । ଓଟିଭି ଏକଜିକ୍ୟୁଟିଭ ଏଡିଟର ରାଧାମାଧବ ମିଶ୍ରଙ୍କ ସହ ବାର୍ତ୍ତାଳପରେ ସ୍ମିତା ପ୍ରକାଶ କହିଛନ୍ତି, ପୂର୍ବରୁ ଟିଭି ଓ ରେଡିଓ ସରକାରଙ୍କ ନିୟନ୍ତ୍ରଣରେ ରହିଥିଲା। ଓଡ଼ିଶାରେ ବାତ୍ୟା ନ ହେଲେ ନ୍ୟାସନାଲ ମିଡିଆ କଭର କରୁ ନ ଥିଲେ । ହେଲେ ଏବେ ପୂର୍ବ ସ୍ଥିତି ଓ ଖବର ପ୍ରସାରଣର ତରିକାରେ ପରିବର୍ତ୍ତନ ଆସିଛି।

ଗଣମାଧ୍ୟମରେ ବାରମ୍ବାର ନେଗେଟିଭ୍ ଖବର ପ୍ରସାରଣ ସମାଜ ପାଇଁ କ୍ଷତିକାରକ ବୋଲି କହିଛନ୍ତି ସ୍ମିତା । ଗୋଟିଏ ସ୍ଥାନକୁ ରେପ୍ କ୍ୟାପିଟାଲ କହିବା ଦ୍ବାରା ଶତ୍ରୁ ଫାଇଦା ଉଠାନ୍ତି । ଏହାଦ୍ବାରା ଦେଶରେ ପୁଞ୍ଜି ନିବେଶ ପାଇଁ ଆସିବାକୁ ଚାହୁଁଥିବା ବ୍ୟକ୍ତି ମୁହଁ ଫେରାଇ ନିଅନ୍ତି। ସେହିଭଳି ଓଡ଼ିଶାରେ ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ ଓଟିଭିକୁ ବ୍ୟାନ୍ ନିଷ୍ପତ୍ତି ଉପରେ ବି ମତ ରଖିଛନ୍ତି ସ୍ମିତା ପ୍ରକାଶ।

ଦିନକୁ ଦିନ ପରିବର୍ତ୍ତନର ସାମ୍ନା କରୁଛି ଗଣମାଧ୍ୟମ ଜଗତ। ବଦଳୁଥିବା ଦର୍ଶକଙ୍କ ରୁଚି ଅନୁସାରେ ଖବର ପ୍ରସାରଣ ତରିକା ମଧ୍ୟ ବଦଳିବାରେ ଲାଗିଛି। ଏସବୁ ଭିତରେ ବି ଲୋକଙ୍କ ଖବରକୁ ଗୁରୁତ୍ବ ଦେବାକୁ ଆଲୋଚନା ମତପ୍ରକାଶ ପାଇଛି।

Otv OTV Foresight OTV News
Advertisment
Advertisment