Advertisment

Govinda Reacts to Sunita Ahuja Allegations: ସୁନିତାଙ୍କୁ ମୁହଁତୋଡ ଜବାବ: ମୁଁ କେବେ କୌଣସି ନାୟିକାଙ୍କ ସହ ଖରାପ ବ୍ୟବହାର କରିନାହିଁ

ଗୋବିନ୍ଦା ଏବେ ଘରୋଇ ବିବାଦ ପାଇଁ ଖବରରେ ଅଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଦାବି କରୁଛନ୍ତି ଯେ ଗୋବିନ୍ଦା କେବେ ତାଙ୍କ ପୁଅ ଯଶବର୍ଦ୍ଧନ ଆହୁଜାଙ୍କ କ୍ୟାରିଅରକୁ ଦୃଷ୍ଟି ଦେଉ ନାହାନ୍ତି। ଗୋବିନ୍ଦା ପ୍ରଥମ ଥର ପାଇଁ ଏହି ଅଭିଯୋଗ ଉପରେ ନିଜର ନୀରବତା ଭାଙ୍ଗିଛନ୍ତି।

author-image
Pramod Behera
Govinda Reacts to Sunita Ahuja Allegations

ସୁନିତାଙ୍କୁ ମୁହଁତୋଡ ଜବାବ Photograph: (OTV)

ବଲିଉଡର "ହିରୋ ନମ୍ବର ୱାନ୍" ଗୋବିନ୍ଦା ଏବେ ଘରୋଇ ବିବାଦ ପାଇଁ ଖବରରେ ଅଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଦାବି କରୁଛନ୍ତି ଯେ ଗୋବିନ୍ଦା କେବେ ତାଙ୍କ ପୁଅ ଯଶବର୍ଦ୍ଧନ ଆହୁଜାଙ୍କ କ୍ୟାରିଅରକୁ ଦୃଷ୍ଟି ଦେଉ ନାହାନ୍ତି। ଗୋବିନ୍ଦା ପ୍ରଥମ ଥର ପାଇଁ ଏହି ଅଭିଯୋଗ ଉପରେ ନିଜର ନୀରବତା ଭାଙ୍ଗିଛନ୍ତି।

Advertisment

ଗୋବିନ୍ଦା ଏହି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ ସେ ତାଙ୍କ ପରିବାର ଏବଂ ପିଲାମାନଙ୍କ ମଙ୍ଗଳକୁ ଧ୍ୟାନରେ ରଖି ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ ଏବଂ ତାଙ୍କ ପୁଅକୁ ତାଙ୍କ ଫିଲ୍ମ କ୍ୟାରିୟରରେ ମାର୍ଗଦର୍ଶନ କରିବା ପାଇଁ ମଧ୍ୟ ପଦକ୍ଷେପ ନେଇଥିଲେ।

ANI ସହିତ ଏକ ସାକ୍ଷାତକାରରେ, ଗୋବିନ୍ଦା ତାଙ୍କ ପୁଅକୁ ତାଙ୍କର କ୍ୟାରିଅର ଗଢ଼ିବାରେ ସାହାଯ୍ୟ ନ କରିବା ପ୍ରସଙ୍ଗଙ୍କୁ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି, "କେହି ମୋତେ ଏହା ପଚାରି ନାହାଁନ୍ତି, କିନ୍ତୁ ଆଜି, ଯେତେବେଳେ ପ୍ରଶ୍ନ ଉଠୁଛି, ମୁଁ ଏହାର ଉତ୍ତର ଦେବି।"

Advertisment

ପତ୍ନୀ ସୁନୀତାଙ୍କ କଟାକ୍ଷ ଉପରେ ପ୍ରତିକ୍ରିୟା ଦେଇ ଗୋବିନ୍ଦା କହିଛନ୍ତି, "ମୁଁ ପରିବାର ପାଇଁ ରାଜନୀତି ଛାଡିଥିଲି କାରଣ ମୁଁ ଚାହୁଁ ନ ଥିଲି ଯେ ରାଜନୈତିକ ଜୀବନ ମୋ ପରିବାର ଉପରେ, ବିଶେଷକରି ମୋ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଉ। ସେଥିପାଇଁ ମୁଁ ରାଜନୀତି ଛାଡି ଦେଲି।"

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ପ୍ରଯୋଜକ ସାଜିଦ ନାଡିଆଡୱାଲାଙ୍କ ସହିତ ଯୋଗାଯୋଗ କରିଥିଲେ, “ମୁଁ ନାଡିଆଡୱାଲାଙ୍କୁ କହିଥିଲି, ଏବଂ ସେ କିପରି ଫିଲ୍ମ ତିଆରି କରାଯାଏ ଏବଂ କିପରି କାମ କରାଯାଏ ସେ ବିଷୟରେ ସେ ୟଶଙ୍କୁ ମାର୍ଗଦର୍ଶନ କରିଥିଲେ।”

ତେବେ ସୁନିତା ଆହୁଜା ମିସ୍ ମାଳିନୀଙ୍କ ସହିତ ଏକ ସାକ୍ଷାତକାରରେ ଗୋବିନ୍ଦାଙ୍କ ଉପରେ କଠୋର ଆକ୍ରମଣ କରିଥିଲେ। ସେ କହିଥିଲେ, "ଯଶ ଜଣେ ସେଲ୍ଫ୍-ମେଡ୍ ପିଲା। ସେ ନିଜ ବାପାଙ୍କଠାରୁ କୌଣସି ସାହାଯ୍ୟ ନେଇ ନାହିଁ। ଗୋବିନ୍ଦାଙ୍କ ପୁଅ ହେବା ସତ୍ତ୍ୱେ, ସେ ୯୦ଟି ଅଡିସନ୍ ଦେଇଛି। ସେ କାହାକୁ ବି କଲ ନ କରିବାକୁ ଗୋବିନ୍ଦଙ୍କୁ କହି ନାହିଁ। ଗୋବିନ୍ଦ ମଧ୍ୟ ୟଶଙ୍କୁ କୌଣସି ସାହାଯ୍ୟ କରି ନାହାନ୍ତି।"


ସୁନୀତା ଆହୁରି କହିଛନ୍ତି, “ମୁଁ ତ ସିଧା ଗୋବିନ୍ଦାକୁ କହିଲି, "ତୁମେ ବାପା ନା ଆଉ କିଛି? ଯଦି ତୁମେ ତୁମର ପିଲାମାନଙ୍କୁ ସାହାଯ୍ୟ ନ କର, ତେବେ କିଏ କରିବ?" ଦେଖ ଶାହରୁଖ ଖାନ, ଅମିତାଭ ବଚ୍ଚନ, ସୁନୀଲ ସେଟ୍ଟୀ, ଜ୍ୟାକି ଶ୍ରଫ କିପରି ସେମାନଙ୍କ ପୁଅମାନଙ୍କୁ ସମର୍ଥନ କରୁଛନ୍ତି।”

ସାକ୍ଷାତକାର ବେଳେ ସୁନୀତା ଗୋବିନ୍ଦାଙ୍କ ଉପରେ ପ୍ରତାରଣା ଭଳି ଅଭିଯୋଗ କରିଥିଲେ। ସେ ଜଣେ ଯୁବ ଏବଂ ନୂଆ ନାୟିକାଙ୍କ ସହ ତାଙ୍କ ସମ୍ପର୍କକୁ ମଧ୍ୟ ସମାଲୋଚନା କରିଥିଲେ। ଗୋବିନ୍ଦା ତାଙ୍କ ପତ୍ନୀ ସୁନୀତାଙ୍କ ଏଭଳି ଅଭିଯୋଗକୁ ନେଇ ଖୋଲାଖୋଲି କହିଛନ୍ତି।

ଗୋବିନ୍ଦା କହିଛନ୍ତି, "ମୁଁ କେବେ କୌଣସି ନାୟିକାଙ୍କ ସହ ଖରାପ ବ୍ୟବହାର କରିନାହିଁ। ମୁଁ ଚାରି ଚାରି ଜଣ ସୁପରଷ୍ଟାରଙ୍କ ସହ କାମ କରିଛି, ଏବଂ ମିସ୍ ୟୁନିଭର୍ସ ଭଳି ନାୟିକାଙ୍କ ସହ ମଧ୍ୟ। ମୁଁ କେବେ ସେମାନଙ୍କ ଆଡ଼କୁ ଚାହିଁ ନାହିଁ। ମୋର ଜଣେ ବି ନାୟିକା କହିବେ ନାହିଁ ଯେ ମୁଁ ତାଙ୍କୁ ହଇରାଣ କରିଛି।”

Family Dispute Govinda Bollywood
Advertisment
Advertisment