Advertisment

Fight Over Stale Sambar: ବାସି ସାମ୍ବର ପାଇଁ ଉଜୁଡିଗଲା ସଂସାର! ଜୀବନ ହାରିଦେଲା ସ୍ତ୍ରୀ

କଥାରେ ଅଛି 'ରାଗ ଗୁରୁ ଚଣ୍ଡାଳ', ଆଉ ଏହି ରାଗ ଆଜି ଜଣେ ମହିଳାଙ୍କୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି। କାରଣଟି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

author-image
Madhupriya Mistry
Suicide

Suicide Photograph: (OTV)

ସାମାନ୍ୟ କଥାକୁ ନେଇ ସଂସାରରେ ନିଆଁ। ଆଉ ସେହି ନିଆଁରେ ଜଳିପୋଡ଼ି ଛାରଖାର ହୋଇଗଲା ଏକ ହସଖୁସିର ପରିବାର। କଥାରେ ଅଛି 'ରାଗ ଗୁରୁ ଚଣ୍ଡାଳ', ଆଉ ଏହି ରାଗ ଆଜି ଜଣେ ମହିଳାଙ୍କୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି। କାରଣଟି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। କେବଳ 'ବାସି ସାମ୍ବର' ପରଷିବାକୁ ନେଇ କଳି ଏତେ ବଢ଼ିଗଲା ଯେ, ଶେଷରେ ସ୍ତ୍ରୀ ନିଜ ଜୀବନ ହାରିଦେଲେ।

Advertisment

ଘଟଣାଟି ଘଟିଛି ବେଙ୍ଗାଲୁରୁର ନେଲମଙ୍ଗଳା ଅଞ୍ଚଳରେ। ମୃତ ମହିଳା ହେଲେ ୨୭ ବର୍ଷୀୟା କାବ୍ୟା। ମାତ୍ର ୫ ବର୍ଷ ତଳେ ରଙ୍ଗସ୍ୱାମୀଙ୍କ ସହ ତାଙ୍କର ବିବାହ ହୋଇଥିଲା। କୋଳରେ ୪ ବର୍ଷର ପୁଅଟିଏ, ମନରେ ଅନେକ ସ୍ୱପ୍ନ। ହେଲେ କିଏ ଜାଣିଥିଲା, ରୋଷେଇ ଘରୁ ଆରମ୍ଭ ହୋଇଥିବା ସାମାନ୍ୟ ବଚସା ଶେଷରେ ଶ୍ମଶାନରେ ପହଞ୍ଚିବ।

କାବ୍ୟା ତିନି ଦିନ ତଳେ ସାମ୍ବର ରୋଷେଇ କରିଥିଲେ। ସେହି ଏକା ସାମ୍ବରକୁ ସେ ବାରମ୍ବାର ଗରମ କରି ଗତ ତିନି ଦିନ ହେବ ସ୍ୱାମୀଙ୍କୁ ପରଷୁଥିଲେ। ଗୁରୁବାର ରାତିରେ ଯେତେବେଳେ ସେହି ବାସି ସାମ୍ବର ପୁଣିଥରେ ରଙ୍ଗସ୍ୱାମୀଙ୍କ ଥାଳିକୁ ଆସିଲା, ସେତେବେଳେ ସେ ନିଜ ରାଗ ଉପରେ ନିୟନ୍ତ୍ରଣ ହରାଇଥିଲେ।

Advertisment

ବାସି ଖାଦ୍ୟକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହେଲା ଭୟଙ୍କର ଝଗଡ଼ା। ପାଟିତୁଣ୍ଡ ଏତେ ଉଗ୍ର ରୂପ ନେଇଥିଲା ଯେ, ସ୍ୱାମୀ ରଙ୍ଗସ୍ୱାମୀ କୁଆଡ଼େ କାବ୍ୟାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଉପରକୁ ହାତ ଉଠାଇବାକୁ ଚେଷ୍ଟା କରିଥିଲେ। 

ସ୍ୱାମୀଙ୍କ ଏଭଳି ବ୍ୟବହାର କାବ୍ୟାଙ୍କୁ ମର୍ମାହତ କରିଥିଲା। ଅଭିମାନ ଓ ଅପମାନ ସହି ନପାରି ସେ କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେଇଥିଲେ ସତ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଡାବାସପେଟେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ଜାରି ରଖିଛି। 

Suicide Domestic Dispute Family Dispute Over Food Bengaluru Stale Sambar
Advertisment
Related Articles
Advertisment