/odishatv-khabar/media/media_files/2026/02/11/bharata-bandha-tomorrow-2026-02-11-17-35-36.jpg)
Bharata Bandha Tomorrow Photograph: (OTV)
ଆସନ୍ତାକାଲି ଅଖଚକ ସବୁ ବନ୍ଦ ! ୧୨ ଘଣ୍ଟିଆ ଭାରତ ବନ୍ଦ କରିବ କେନ୍ଦ୍ରୀୟ ଶ୍ରମିକ ସଂଗଠନ । ବନ୍ଦ ହେବ ଦୋକାନ ବଜାର, ଗଡ଼ିବନି ଗାଡ଼ି ! ଫେବ୍ରୁଆରୀ ୧୨ ତାରିଖରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ପୂର୍ବରୁ ସୂଚନା ଦେଇଥିଲେ ବିଭିନ୍ନ ଶ୍ରମିକ ସଂଗଠନ ।
କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବାକୁ ୧୦ଟି ଟ୍ରେନ ୟୁନିଅନ ନିଷ୍ପତ୍ତି ନେଇଥିଲେ । ଆଉ ଏବେ ନିଜର ହକ୍ ପାଇଁ ଶ୍ରମିକ ସଂଗଠନ ଗୁଡ଼ିକ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତି ଚଳାଇଥିବା ବେଳେ, ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଂଗ୍ରେସ ।
ଶ୍ରମିକମାନଙ୍କ ଏହି ବନ୍ଦ ଡାକରକୁ କଂଗ୍ରେସ ସହ ଅନ୍ୟ କିଛି ସଂଗଠନ ସମର୍ଥନ ଜଣାଇଛନ୍ତି । ତେଣୁ ଭାରତ ବନ୍ଦର ପ୍ରଭାବ ଅନେକ ରାଜ୍ୟକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ଯେପରିକି ବ୍ୟାଙ୍କ, ପରିବହନ ସେବା ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି ।
କେବଳ ଏତିକି ନୁହେଁ, ବନ୍ଦ ପାଳନରେ ୩୦ କୋଟିରୁ ଅଧିକ ଶ୍ରମିକ ସାମିଲ ହେବେ ବୋଲି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି କରାଯାଉଛି । ତେଣୁ ସାରା ଦେଶରେ ତାଲା ପଡ଼ିବା ସହ ଅଖଚକ ବନ୍ଦ ହେବା ଏକ ପ୍ରକାର ସ୍ପଷ୍ଟ ବୋଲି କୁହାଯାଉଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, ଚାଷୀ ବିରୋଧୀ ଏବଂ କର୍ପୋରେଟ୍ ସମର୍ଥନ ନୀତିକୁ ବିରୋଧ କରି ଏହି ବନ୍ଦ ପାଳନ କରାଯିବ ।
ଭାରତ ବନ୍ଦ ଡାକରାରେ ଅଂଶଗ୍ରହଣ କରୁଥିବା ପ୍ରମୁଖ ଟ୍ରେଡ ୟୁନିଅନଗୁଡ଼ିକ ମଧ୍ୟରେ ରହିଛନ୍ତି CITU, AITUC, INTUC, HMS, AICCTU, LPF ଏବଂ UTUC । ସେପଟେ ଏହି ବନ୍ଦ ଡାକରାକୁ ନେଇ ବିଜେପି କହିଛି, ଯେଉଁମାନେ ଶ୍ରମିକମାନଙ୍କୁ ନେଇ ରାଜନୀତି କରୁଛନ୍ତି ସେମାନେ ଶ୍ରମ କାର୍ଡକୁ ବିରୋଧ କରୁଛନ୍ତି ।
କେନ୍ଦ୍ରର ଶ୍ରମ ସଂସ୍କାର ଏବଂ ଆର୍ଥିକ ନୀତିକୁ ବିରୋଧ କରି ଏହି ବନ୍ଦ ଆୟୋଜିତ କରାଯାଇଥିବା ଶ୍ରମିକ ସଂଗଠନ ମାନେ କହିଛନ୍ତି । ସେପଟେ ବନ୍ଦକୁ କୃଷକ ସଂଗଠନ ଗୁଡ଼ିକର ସମର୍ଥନ ଆହୁରି ପ୍ରଭାବିତ କରିବ ବୋଲି କହିଛି ଶ୍ରମିକ ସଂଗଠନ ।
South Africa Wins: T-20 ବିଶ୍ୱକପ୍ ମୁକାବିଲା; ଦର୍ଶକ ଦେଖିଲେ ସୁପର ଫାଇଟ୍

Legends That Haunt: ଭାରତର ସବୁଠାରୁ ରହସ୍ୟମୟ ଦୁର୍ଗ, କାହାଣୀ ଶୁଣିଲେ ଲୋମ ଟାଙ୍କୁରି ଉଠେ

Major Food Safety Raid: ରେଡ୍ କଲା ସ୍ୱାସ୍ଥ୍ୟ ବିଭାଗ, ବିପୁଳ ପରିମାଣର ବାସି ଖାଦ୍ୟ ନଷ୍ଟ କରି ସିଲ୍ କଲା ହୋଟେଲ

Vaibhav Faces Class 10 Board Exams: ଅଣ୍ଡର-୧୯ କ୍ରିକେଟ୍ ତାରକା ବୈଭବଙ୍କ ଆଗରେ ଏବେ ଦଶମ ପରୀକ୍ଷା ଚ୍ୟାଲେଞ୍ଜ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)