Advertisment

ମହିଳା କଲେକ୍ଟରଙ୍କ ଆଦର୍ଶରେ ପ୍ରଭାବିତ ହୋଇ ମାସକରେ ଆତ୍ମସମର୍ପଣ କଲେ ୧୨୫ ଆତଙ୍କୀ

କାବୁଲ:ଆଫଗାନସ୍ଥାନର ଜଣେ ମହିଳା ଆଇଏଏସ ଅଫିସରଙ୍କୁ ନେଇ ସବୁଆଡେ ଚର୍ଚ୍ଚା। ଆତଙ୍କବାଦ ସହ ଲଢୁଥିବା ଆଫଗାନସ୍ଥାନର ଶାନ୍ତି ଫେରାଇ ଆଣିବା ପାଇଁ ଏହି ମହିଳା ଅଫିସର ଜଣକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି।  ଗୋଟିଏ ମାସରେ ସେ ୧୨୫ ଆତଙ୍କବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇପାରିଛନ୍ତି। ଏହି ଦକ୍ଷ ପ୍ରଶାସନିକ ଅଧିକାରୀ ଜଣକ ହେଉଛନ୍ତି ସଲିମା ମଜାରୀ। UAEର ଏକ ଖବରକାଗଜ ଦ ନାଶନାଲ ର ଏକ ରିପୋର୍ଟ ଅନୁଯାୟୀ, ସଲିମାଙ୍କୁ ଏଥିପାଇଁ ସ୍ଥାନୀୟ ପୋଲିସ ଟିମ୍‌ ଏବଂ […]

author-image
Minati Mishra
ମହିଳା କଲେକ୍ଟରଙ୍କ ଆଦର୍ଶରେ ପ୍ରଭାବିତ ହୋଇ ମାସକରେ ଆତ୍ମସମର୍ପଣ କଲେ  ୧୨୫ ଆତଙ୍କୀ

111111

କାବୁଲ:ଆଫଗାନସ୍ଥାନର ଜଣେ ମହିଳା ଆଇଏଏସ ଅଫିସରଙ୍କୁ ନେଇ ସବୁଆଡେ ଚର୍ଚ୍ଚା। ଆତଙ୍କବାଦ ସହ ଲଢୁଥିବା ଆଫଗାନସ୍ଥାନର ଶାନ୍ତି ଫେରାଇ ଆଣିବା ପାଇଁ ଏହି ମହିଳା ଅଫିସର ଜଣକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି।  ଗୋଟିଏ ମାସରେ ସେ ୧୨୫ ଆତଙ୍କବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇପାରିଛନ୍ତି।

Advertisment

ଏହି ଦକ୍ଷ ପ୍ରଶାସନିକ ଅଧିକାରୀ ଜଣକ ହେଉଛନ୍ତି ସଲିମା ମଜାରୀ। UAEର ଏକ ଖବରକାଗଜ ଦ ନାଶନାଲ ର ଏକ ରିପୋର୍ଟ ଅନୁଯାୟୀ, ସଲିମାଙ୍କୁ ଏଥିପାଇଁ ସ୍ଥାନୀୟ ପୋଲିସ ଟିମ୍‌ ଏବଂ ଅନ୍ୟ ସୁରକ୍ଷାବଳ ସହଯୋଗ କରିଛନ୍ତି। ସଲିମା ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ‘ମୋ ଦେଶରେ ଶାନ୍ତି ଫେରାଇ ଆଣିବାକୁ ମୁଁ ଚାହେଁ। ଏଥପାଇଁ ଯଥା ସମ୍ଭବ ଚେଷ୍ଟା କରିବି।

୩୯ ବର୍ଷୀୟ ସଲିମାଙ୍କ ଜନ୍ମ ଇରାନ୍‌ରେ ଜଣେ ରିଫ୍ୟୁଜି ଭାବେ ହୋଇଥିଲା। ସେ ସେଠାରେ ବଢିଥିଲେ ସତ, କିନ୍ତୁ ରିଫ୍ୟୁଜି ଭାବେ ସାରା ଜୀବନ କଟାଇବେ ନାହିଁ। ୯ ବର୍ଷ ପୂର୍ବେ ସେ ନିଜ ଦେଶକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ। ୟୁନିଭର୍ସିଟି ଶିକ୍ଷା ଶେଷ କରିବା ପରେ ଇରାନ୍‌ରେ ଭଲ ଚାକିରି ପାଇଥିଲେ। ତଥାପି ୯ ବର୍ଷ ତଳେ ସେ ସ୍ୱାମୀ ଏବଂ ପିଲାମାନଙ୍କ ସହ ଆଫଗାନସ୍ଥାନ ଫେରିବା ପାଇଁ ନିଷ୍ପତି ନେଲେ।  ସେତେବେଳେ ତାଙ୍କର ଲକ୍ଷ୍ୟ ଥିଲା ଦେଶକୁ ଆତଙ୍କୀ କବଳରୁ ବଞ୍ଚାଇବା।

Advertisment

ସଲମା ଅଭିଯୋଗ କରିଛନ୍ତି, ସ୍ଥାନୀୟ ଯୁବକଙ୍କୁ ପାକିସ୍ତାନ ଉସକାଉଛି। ସେମାନଙ୍କୁ ମିଛି କଥା କହି ପ୍ରଲୋଭିତ କରାଇ ଆତଙ୍କବାଦୀ କ୍ୟାମ୍ପରେ ତାଲିମ ଦେଉଛି। ପରେ ଏହି ଲୋକମାନେ ନିଜ ଆତ୍ମୀୟମାନଙ୍କ ଜୀବନ ନେବାକୁ ନିଜର ଗର୍ବ ବୋଲି ଭାବୁଛନ୍ତି।

ସଲିମା କୁହନ୍ତି, କଲେକ୍ଟର ହେବା ପରେ ତାଙ୍କୁ ଦୁଇଜଣ ଅଙ୍ଗ ରକ୍ଷକ ଯୋଗାଇ ଦିଆଯାଇଛି।  ଏତେ ନିକଟରୁ ସେ କେବେ ବନ୍ଧୁକ ଦେଖି ନ ଥିଲେ। ହେଲେ ଏବେ ଗୁଳିର ଶବ୍ଦ ଶୁଣିବାରେ ଅଭ୍ୟସ୍ତ ହୋଇଗଲେଣି। ସେ ସାଧାରଣ ଲୋକ ଏବଂ ସିକ୍ୟୁରିଟି ଫୋର୍ସ ମଧ୍ୟରେ ସବୁବେଳେ ସହଯୋଗ ରଖିବାକୁ ଚାହୁଁଛନ୍ତି।

ତେବେ ସେ ସ୍ୱୀକାର କରିଛନ୍ତି, ଆଫଗାନସ୍ଥାନରେ ବହୁତ ଦୁର୍ନୀତି ଚାଲିଛି। ସେଥିପାଇଁ କାମ କରିବାକୁ ଅସୁବିଧା ହେଉଛି। ସଲିମା କୁହନ୍ତି, ତାଙ୍କ ଇଲାକାରେ ଅନେକ ପୋଷ୍ଟକୁ ଆତଙ୍କୀମାନେ କବ୍‌ଜା କରି ନେଇଥିଲେ ଏବଂ ସାଧାରଣ ଲୋକଙ୍କଠାରୁ ଟାକ୍ସ ଆଦାୟ କରୁଥିଲେ। ସୁରକ୍ଷାବଳଙ୍କ ଅସ୍ତ୍ରଶସ୍ତ୍ର ଲୁଟି ନେଉଥିଲେ।

ନିଜ ଅନୁଭୂତି ବଖାଣି ସଲିମା କହିଛନ୍ତି,  ‘ଆମେ ସାରା ଜୀବନ ସଂଘର୍ଷ କରିପାରିବା ନାହିଁ।  ସେଇକଥା ମୁଁ ତାଲିବାନମାନଙ୍କୁ ମଧ୍ୟ କହିବାକୁ ଚାହେଁ। ଏକମାସ ପୂର୍ବରୁ ତାଲିବାନମାନେ ଏକ ଗାଁ ଉପରେ ଆକ୍ରମଣ କରିଥିଲେ। ଟାକ୍ସ ଦେବାକୁ ମନା କରିବାରୁ  ମହିଳା ଓ ଶିଶୁଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ବହୁତ ଦୁଃଖ ଦେଲା। ଗାଁର ବରିଷ୍ଠ ଲୋକଙ୍କ ସହାୟତାରେ ତାଲିବାନଙ୍କ ସହ ଯୋଗାଯୋଗ କଲି। ସେମାନଙ୍କୁ ଶାନ୍ତି ପଥକୁ ଫେରାଇ ଆଣିବାକୁ ବୁଝାଇଲି।’

ସେ କହିଛନ୍ତି-‘ ମୁଁ ତାଲିବାନଙ୍କୁ କହିଲି, ଆପଣ ଆଉ ମୁଁ ଗୋଟିଏ ଇସଲାମକୁ  ମାନୁ। ଇସ୍‌ଲାମ ହତ୍ୟା କରିବା ଶିଖାଇନି। ’ ତାଙ୍କର ଏପରି କଥାରେ ପ୍ରଭାବିତ ହୋଇ ଗୋଟିଏ ମାସରେ ୧୨୫ ଆତଙ୍କୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କୁ କ୍ଷମା କରାଯିବ ବୋଲି ସଲିମା କହିଛନ୍ତି।

Advertisment
Advertisment