Advertisment

ପଞ୍ଜାବ ଦୁଷ୍କର୍ମ ଘଟଣାରେ ବିଜେପିକୁ ରାହୁଲଙ୍କ ଜବାବ

ନୂଆଦିଲ୍ଲୀ: ବିହାରର ଜଣେ ଦଳିତ ଶିଶୁକୁ ପଞ୍ଜାବରେ ଦୁଷ୍କର୍ମ ଏବଂ ଜାଳିଦେବା ଘଟଣାକୁ ନେଇ କଂଗ୍ରେସ ଉପରେ ବର୍ଷିଥିଲା ବିଜେପି। ହାଥରସ ଘଟଣା ଯେମିତି କଂଗ୍ରେସ ତତ୍ପରତା ଦେଖାଇଥିଲା ସେହିଭଳି ପଞ୍ଜାବରେ ଘଟିଥିବା ଘଟଣାକୁ ନେଇ କଂଗ୍ରେସ କାହିଁକି ନୀରବ ଅଛି ବୋଲି ବିଜେପି ପ୍ରଶ୍ନ ଉଠାଇଥିଲା। ଏବେ ଏହାର ଜବାବ ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବେଜେପିକୁ ପ୍ରତିଜବାବ ଦେଇ ରାହୁଲ କହିଛନ୍ତି “ ୟୁପି ଭଳି ପଞ୍ଜାବ ଓ ରାଜସ୍ଥାନ ସରକାର ଝିଅ […]

author-image
Abinash Pati
ପଞ୍ଜାବ ଦୁଷ୍କର୍ମ ଘଟଣାରେ ବିଜେପିକୁ ରାହୁଲଙ୍କ ଜବାବ

rahul

ନୂଆଦିଲ୍ଲୀ: ବିହାରର ଜଣେ ଦଳିତ ଶିଶୁକୁ ପଞ୍ଜାବରେ ଦୁଷ୍କର୍ମ ଏବଂ ଜାଳିଦେବା ଘଟଣାକୁ ନେଇ କଂଗ୍ରେସ ଉପରେ ବର୍ଷିଥିଲା ବିଜେପି। ହାଥରସ ଘଟଣା ଯେମିତି କଂଗ୍ରେସ ତତ୍ପରତା ଦେଖାଇଥିଲା ସେହିଭଳି ପଞ୍ଜାବରେ ଘଟିଥିବା ଘଟଣାକୁ ନେଇ କଂଗ୍ରେସ କାହିଁକି ନୀରବ ଅଛି ବୋଲି ବିଜେପି ପ୍ରଶ୍ନ ଉଠାଇଥିଲା। ଏବେ ଏହାର ଜବାବ ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି।

Advertisment

ବେଜେପିକୁ ପ୍ରତିଜବାବ ଦେଇ ରାହୁଲ କହିଛନ୍ତି “ ୟୁପି ଭଳି ପଞ୍ଜାବ ଓ ରାଜସ୍ଥାନ ସରକାର ଝିଅ ସହିତ ଦୁଷ୍କର୍ମ ଘଟଣାକୁ ଅସ୍ୱୀକାର କରିନାହାନ୍ତି। ପୀଡ଼ିତାଙ୍କ ପରିବାରକୁ ଧମକାଇ ନାହାନ୍ତି କି ଆଇନଗତ ଲଢ଼େଇରେ କୌଣସି ବାଧା ସୃଷ୍ଟି କରି ନାହାନ୍ତି। ଯଦି ସେମାନେ ଏପରି କରନ୍ତି, ତେବେ ସେଠାରେ ମୁଁ ନ୍ୟାୟ ମାଗିବାକୁ ଯିବି।” ବିଜେପିର ପ୍ରଶ୍ନରେ ଟ୍ୱିଟ୍ କରି ଏମିତି ଜବାବ ରଖିଛନ୍ତି ରାହୁଲ।

ଏହି ଘଟଣାକୁ ନେଇ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର କଂଗ୍ରେସକୁ ସମାଲୋଚନା କରିଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବି ଏନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଏନେଇ ସେ କହିଥିଲେ ଯେ କୌଣସି ଦୁଷ୍କର୍ମ ଘଟଣାର ରାଜନୀତୀକରଣ ହେବା କଥା ନୁହେଁ। କିନ୍ତୁ ଆମେ ଆମ ରଜନୀତୀ ଗୋଟି ଚଳାଇବା ପାଇଁ କେବଳ ନିର୍ଦ୍ଦିଷ୍ଟ ଘଟଣାରେ ସ୍ୱର ଉଠାଇ ଥାନ୍ତି। କିନ୍ତୁ ଯେତେବେଳେ ସେହି ଘଟଣା କଂଗ୍ରେସ ଶାସିତ ରାଜ୍ୟରେ ହୁଏ, ସେତେବେଳେ କିଛି ଲୋକ ଚୁପ ହୋଇଯାଆନ୍ତି ବୋଲି ନିର୍ମଳା କହିଥିଲେ।

Advertisment
Advertisment
Advertisment