/odishatv-khabar/media/post_attachments/uploadimage/library/16_9/16_9_0/covid-19_1625140547.jpg)
covid-19
ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରିରେ କରୋନା ଟିକା କୋଭାକ୍ସିନ୍ ଆସିବାର ସମ୍ଭାବନା ଅଛି। ଯଦି ସବୁ ପ୍ରକ୍ରିୟା ଠିକ୍ଠାକ୍ରେ ହୁଏ ଏବଂ ଭାରତ ବାଓଟେକ୍ ଦ୍ୱାରା ପ୍ରସ୍ତୁତ ଏହି ଟିକା ଯଦି ସତରେ ଫେବ୍ରୁଆରି ସୁଦ୍ଧା ଆସିଯାଏ, ତେବେ କାହାକୁ ଆଗ ଟିକା ଦିଆଯିବ, କେମିତି ଦିଆଯିବ, ତାର ଯୋଜନା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର।
Advertisment
ଦେଶବାସୀଙ୍କୁ ଟିକା ପ୍ରଦାନ ପାଇଁ ଗୋଟିଏ ବିଶେଷଜ୍ଞ ଟିମ୍ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ। ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୩୦ କୋଟି ଲୋକଙ୍କୁ ପ୍ରାଥମିକତା ଦେଇ ମାଗଣାରେ କୋଭାକ୍ସିନ୍ ପ୍ରଦାନ କରାଯିବାର ଯୋଜନା ଅଛି।
ଏଥିପାଇଁ ୪ଟି ବର୍ଗ କରାଯାଇଛି:-
- ପ୍ରଥମ ବର୍ଗରେ ଅଛନ୍ତି ଡାକ୍ତର, ନର୍ସ, ଆଶା କର୍ମୀ, ଡାକ୍ତରୀ ଛାତ୍ରଙ୍କ ପରି ସ୍ୱାସ୍ଥ୍ୟ ସେବା ସହିତ ଜଡ଼ିତ ପ୍ରାୟ ୧ କୋଟି ଲୋକ।
- ଦ୍ୱିତୀୟ ପର୍ଯ୍ୟାୟରେ ୨ କୋଟି ଫ୍ରଣ୍ଟଲାଇନ ଓ୍ୱାର୍କରଙ୍କୁ କୋଭାକ୍ସିନ୍ ଦିଆଯିବ। ଏହି ବର୍ଗରେ ଅଛନ୍ତି ମ୍ୟୁନସିପାଲଟି କର୍ମୀ, ପୋଲିସ ଓ ସେନା ବାହିନୀ।
- ତୃତୀୟ ବର୍ଗରେ ଆସୁଛନ୍ତି ୫୦ ବର୍ଷରୁ ଅଧିକ ବୟସର ଲୋକ। ଏମାନଙ୍କ ସଂଖ୍ୟା ପ୍ରାୟ ୨୬ କୋଟି ବୋଲି ଆକଳନ କରାଯାଇଛି। ବୟସାଧିକରୁ ଏମାନଙ୍କୁ ସହଜରେ କରୋନା ଆକ୍ରମଣ କରିବାର ଆଶଙ୍କା ଅଛି, ତେଣୁ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯିବ।
- ଚତୁର୍ଥ ପର୍ଯ୍ୟାୟରେ ସ୍ୱତନ୍ତ୍ର ବର୍ଗର ଲୋକ ଅଛନ୍ତି ଯଦିଓ ଏମାନଙ୍କର ବୟସ ୫୦ ବର୍ଷରୁ କମ୍, ତେବେ ଏମାନେ ବିଭିନ୍ନ ରୋଗରେ ପୀଡ଼ିତ ଥିବାରୁ ସେମାନଙ୍କୁ ମଧ୍ୟ ଯଥାଶୀଘ୍ର କରୋନା ଟିକା ପ୍ରଦାନ କରିବାକୁ ବିଚାର କରାଯାଉଛି।
Advertisment
କରୋନା ଟିକା ପ୍ରଦାନର ବ୍ୟବସ୍ଥା କରିବାକୁ ଆଗରୁ ହିଁ ଟାକ୍ସ ଫୋର୍ସ ଗଠନ କରିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର କହିଛନ୍ତି। ହିତାଧିକାରୀଙ୍କୁ ଆଧାର ଜରିଆରେ ଟ୍ରାକ୍ କରାଯିବ ଯାହାର ଆଧାର ନ ଥିବ, ସେ ଯକୌଣସି ସରକାରୀ ପରିଚୟ ପତ୍ର ଦେଖାଇ ପାରିବେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)