Advertisment

ସହଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ବଲିଉଡ୍‌ ଅଭିନେତା ବିଜୟ ରାଜ

ମୁମ୍ବାଇ: ସହଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗତକାଲି ଗିରଫ ହୋଇଛନ୍ତି ବଲିଉଡ୍‌ ଅଭିନେତା ବିଜୟ ରାଜ। ଏନେଇ ଖବର ସରବରାହ ସଂସ୍ଥା ଏନ୍‌ଆଇ ରିପୋର୍ଟ ପ୍ରକାଶ କରିଛି। ଗୋନ୍ଦିଆର ଏକ ହୋଟେଲ୍‌ରୁ ବିଜୟଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ବିଜୟ ତାଙ୍କର ଅପକମିଂ ଫିଲ୍ମ ‘ଶେରନୀ’ ଶୁଟିଂ ପାଇଁ ମଧ୍ୟପ୍ରଦେଶର ବାଲାଘାଟ ଠାରେ ପହଞ୍ଚିଥିଲେ। ଫିଲ୍ମ ଶୁଟିଂ ଚାଲିଥିବା ବେଳେ ସହଅଭିନେତ୍ରୀ ବିଜୟଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ବିଜୟକୁ ଏକ ହୋଟେଲ୍‌ରୁ ଗିରଫ […]

author-image
Abinash Pati
ସହଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ବଲିଉଡ୍‌ ଅଭିନେତା ବିଜୟ ରାଜ

vijay-raj

ମୁମ୍ବାଇ: ସହଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗତକାଲି ଗିରଫ ହୋଇଛନ୍ତି ବଲିଉଡ୍‌ ଅଭିନେତା ବିଜୟ ରାଜ। ଏନେଇ ଖବର ସରବରାହ ସଂସ୍ଥା ଏନ୍‌ଆଇ ରିପୋର୍ଟ ପ୍ରକାଶ କରିଛି। ଗୋନ୍ଦିଆର ଏକ ହୋଟେଲ୍‌ରୁ ବିଜୟଙ୍କୁ ଗିରଫ କରିଛି ପୋଲିସ।

Advertisment

ସୂଚନା ମୁତାବକ ବିଜୟ ତାଙ୍କର ଅପକମିଂ ଫିଲ୍ମ ‘ଶେରନୀ’ ଶୁଟିଂ ପାଇଁ ମଧ୍ୟପ୍ରଦେଶର ବାଲାଘାଟ ଠାରେ ପହଞ୍ଚିଥିଲେ। ଫିଲ୍ମ ଶୁଟିଂ ଚାଲିଥିବା ବେଳେ ସହଅଭିନେତ୍ରୀ ବିଜୟଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ବିଜୟକୁ ଏକ ହୋଟେଲ୍‌ରୁ ଗିରଫ କରିଥିଲା। ଏ ନେଇ ଗୋନ୍ଦିଆ ମହାରାଷ୍ଟ୍ରର ଆଡିସନାଲ ସୁପରିଟେଣ୍ଡେଣ୍ଟ ଅଫିସ୍ ପୋଲିସ ଅତୁଲ କୁଲକରନୀ ANIକୁ ସୂଚନା ଦେଇଛନ୍ତି। ତେବେ ଘଟଣାରେ ତଦନ୍ତ ଜାରି ରହିଛି।

ବିଜୟ ରାଜ୍ ହିନ୍ଦୀ ସିନେମା ଜଗତରେ ଜଣେ ଜଣାଶୁଣା କମେଡି ଅଭିନେତା। ରନ୍‌ ଫିଲ୍ମର କୱା ବିରିୟାନୀ ଦୃଶ୍ୟରୁ ସେ ଫେମସ୍ ହୋଇଥିଲେ। ୧୯୯୯ରେ ମୁକ୍ତିଲାଭ କରିଥିବା ଭୋପାଳ ଏକ୍ସପ୍ରେସରୁ ନିଜ କ୍ୟାରିୟର ଆରମ୍ଭ କରି ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ବିଜୟ। ସେଗୁଡ଼ିକ ମଧ୍ୟରୁ ଧମଲା, ୱେଲ୍‌କମ୍‌, ଦିୱାନେ ହୁଏ ପାଗଲ, ରଘୁ ରୋମିଓ, ମୁମ୍ବାଇ ଟୁ ଗୋଆ ଓ ଗଲି ବୟ ଅନ୍ୟତମ।

Advertisment

ସୂଚନା ଥାଉକି, ଶେର୍‌ନୀ ଫିଲ୍ମରେ ଶୁଟିଂ ଜାରି ରହିଛି। ଏଥିରେ ଅଭିନେତ୍ରୀ ବିଦ୍ୟା ବାଲନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Advertisment
Advertisment