Advertisment

କରୋନା ଆକ୍ରାନ୍ତ ହେଲେ ଉତ୍ତରାଖଣ୍ଡ ରାଜ୍ୟପାଳ

ଡେରାଡ଼ୁନ୍‌: ଉତ୍ତାରାଖଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଉତ୍ତରାଖଣ୍ଡର ଗଭର୍ଣ୍ଣର ବେବି ରାନୀ ମୌର୍ଯ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ରାଜ୍ୟପାଳ ଆଇସୋଲେସନରେ ରହିଛନ୍ତି। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସୋମବାର ବେବୀ ରାନୀ ମୌର୍ଯ୍ୟ ଋଷିକେଷ ସ୍ଥିତ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ୫ ଜଣିଆ ଡାକ୍ତର ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି। ଜଣେ ସୁରକ୍ଷା ଅଧିକାରୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ରାଜ୍ୟପାଳ ନିଜର କରୋନା ଟେଷ୍ଟ […]

author-image
Minati Mishra
ଅଦ୍ୟତନ ହୋଇଛି
କରୋନା ଆକ୍ରାନ୍ତ ହେଲେ ଉତ୍ତରାଖଣ୍ଡ ରାଜ୍ୟପାଳ

governer

ଡେରାଡ଼ୁନ୍‌: ଉତ୍ତାରାଖଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଉତ୍ତରାଖଣ୍ଡର ଗଭର୍ଣ୍ଣର ବେବି ରାନୀ ମୌର୍ଯ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ରାଜ୍ୟପାଳ ଆଇସୋଲେସନରେ ରହିଛନ୍ତି। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସୋମବାର ବେବୀ ରାନୀ ମୌର୍ଯ୍ୟ ଋଷିକେଷ ସ୍ଥିତ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ୫ ଜଣିଆ ଡାକ୍ତର ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି।

Advertisment

ଜଣେ ସୁରକ୍ଷା ଅଧିକାରୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ରାଜ୍ୟପାଳ ନିଜର କରୋନା ଟେଷ୍ଟ କରାଇଥିଲେ। ପଜେଟିଭ ରିପୋର୍ଟ ଆସିବା ପରେ ରବିବାର ରାଜ୍ୟପାଳ ନିଜେ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ଅନୁରୋଧ କରିଛନ୍ତି।

ସୂଚନାଥାଉ କି, ଉତ୍ତରାଖଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୬ କରୋନା ସଂକ୍ରମିତ ହୋଇଛନ୍ତି। ଏହା ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୧, ୬୩୨ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଲାଣି।

Advertisment
Advertisment
Advertisment