/odishatv-khabar/media/post_attachments/uploadimage/library/16_9/16_9_0/coronavirus-5_1625217303.jpg)
coronavirus
ନୂଆଦିଲ୍ଲୀ: ଏବେ ତଳ ମୁହାଁ ହୋଇଛି ଦେଶରେ କୋଭିଡ ଆକ୍ଟିଭ କେସ୍। ଦୀର୍ଘ ଦେଢ଼ ମାସ ପରେ କୋଭିଡ ଆକ୍ଟିଭ ସଂଖ୍ୟା ଖସି ୮ ଲକ୍ଷ ତଳେ ରହିଛି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ଦେଶରେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦.୭୦ ପ୍ରତିଶତ ଆକ୍ଟିଭ୍ କେସ ରହିଛି। ସେପ୍ଟେମ୍ବର ୧ ତାରିଖରେ ଦେଶରେ ୭ ଲକ୍ଷ ୮୫ ହଜାର ୯୯୬ କରୋନା ଆକ୍ଟିଭ କେସ ରହିଥିଲା। ଏହାପରଠୁ ସେପ୍ଟେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ୧୦ ଲକ୍ଷ ଉପରେ ରହୁଥିଲା ଆକ୍ଟିଭ କେସ ସଂଖ୍ୟା।
କିନ୍ତୁ ସେପ୍ଟେମ୍ବର ୨୮ତାରିଖରୁ ତଳ ମୁହାଁ ହୋଇଥିଲା। ୯ ଲକ୍ଷ ତଳକୁ ରହୁଥିଲା ଆକ୍ଟିଭ କେସ୍। ହେଲେ ଦୀର୍ଘ ଦେଢ଼ ମାସ ପରେ ଏହାର ସୁଧାର ଆସିଛି। ଏବେ ଏହି ସଂଖ୍ୟା ୮ ଲକ୍ଷ ତଳ ମୁହାଁ ହୋଇଛି। ଆଜି ସୁଦ୍ଧା ଦେଶରେ କରୋନା ଆକ୍ଟିଭ କେସ୍ ୭ ଲକ୍ଷ ୯୫ ହଜାର ୮୭ରେ ରହିଛି। ବର୍ତ୍ତମାନ ଆମ ଦେଶରେ କୋଭିଡରୁ ସୁସ୍ଥ ହାର ୮୭.୭୮ ପ୍ରତିଶତ ରହିଥିବା ନେଇ ସୂଚନା ମିଳିଛି। ଯାହା କରୋନା ମହାମାରୀ ସମୟରେ ଏହା ଶୁଭ ସଙ୍କେତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)