/odishatv-khabar/media/post_attachments/uploadimage/library/16_9/16_9_0/corona-guidelines_1625379963.jpg)
corona-guidelines
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାରି କରିଥିବା ଅନଲକ୍-୪ ଗାଇଡ୍ଲାଇନ୍ରେ ଅନେକ କିଛି କୋହଳ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ଲକ୍ଡାଉନ୍ କରିବାର ଅଧିକାର ଉଠାଇ ନେଇଛନ୍ତି। ଏଣିକି କେନ୍ଦ୍ରର ବିନା ଅନୁମତିରେ ଲକ୍ଡାଉନ୍ କରିପାରିବେନି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ।
ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍ରେ କୁହାଯାଇଛି “ କେନ୍ଦ୍ର ସରକାରଙ୍କ ସହିତ ବିନା ପରାମର୍ଶରେକଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ରାଜ୍ୟ ସରକାର କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ କୌଣସି ପ୍ରକାର(ରାଜ୍ୟବ୍ୟାପୀ ଜିଲ୍ଲା, ସବ୍-ଡିଭିଜନ, ସହର ଓ ଗ୍ରାମିଣ ସ୍ତରରେ) ଲକ୍ଡାଉନ୍ ଲଗାଇ ପାରିବେ ନାହିଁ।” ତେବେ ପରାମର୍ଶ ପରେ ଜିଲ୍ଲା ପ୍ରଶାସନ ଚାହିଁଲେ କଣ୍ଟେନ୍ମେଣ୍ଟ ଜୋନ୍କୁ ପୃଥକ୍ ପୃଥକ କରିପାରିବେ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି।
ତବେ କଣ୍ଟେନ୍ମେଣ୍ଟ ଜୋନ୍ ଭିତରେ କଟକଣା ଜାରି ରହିବ। କେବଳ ଅତ୍ୟାବଶକୀୟ କାର୍ଯ୍ୟକୁ ଅନୁମିତ ମିଳିବ। କଣ୍ଟେନ୍ମେଣ୍ଟ ଜୋନ୍ ସମ୍ବନ୍ଧିତ ସମସ୍ତ ସୂଚନା ଜିଲ୍ଲା କଲେକ୍ଟର ୱେବ୍ସାଇଟ୍ରେ ସୂଚନା ଦିଆଯିବ। ତେବେ ଅନ୍ତଃରାଜ୍ୟ ଓ ଆନ୍ତଃରାଜ୍ୟ ଚଳାଚଳ ପାଇଁ କୌଣସି କଟକଣା ନାହିଁ। ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ଯିବା ପାଇଁ ସରକାରଙ୍କ ଠାରୁ କୌଣସି ଅନୁମତି ନେବାକୁ ପଡ଼ିବ ନାହିଁ।
ସରକାର ଜାରି କରିଥିବା ସୂଚନା ଅନୁସାରେ “ କୋଭିଡ-୧୯ ନିୟନ୍ତ୍ର ପାଇଁ ଥିବା ନିର୍ଦ୍ଦେଶାବଳିକୁ ସାରା ଦେଶରେ ବାଧ୍ୟତାମୂଳକ କରାଯାଇଛି। ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ ଦୋକାନୀମାନେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାଇ ରଖିବା କାର୍ଯ୍ୟ କରିବେ।”
ଅନଲକ୍- ୪ ଗାଇଡ୍ଲାଇନ୍ରେ ସେପ୍ଟେମ୍ବର ୭ ତାରିଖ ଠାରୁ ମେଟ୍ରୋକୁ ଅନୁମତି ମିଳିଥିବା ବେଳେ ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ୧୦୦ ଲୋକ ଏକାଠି ହେବାକୁ ଅନୁମତି ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)