Advertisment

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ମୁମ୍ବାଇ: ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ। ସୋମବାର ଅଭିନେତ୍ରୀ ମାଲବୀ ମଲହୋତ୍ରାଙ୍କୁ ଛୁରାମାଡ଼ କରିଛନ୍ତି ତାଙ୍କ ଫେସ୍‌ବୁକ ବନ୍ଧୁ କୁମାର ମହିପାଲ ସିଂହ। ମୁମ୍ବାଇର ବରସୋଭାସ୍ଥିତ ଫିଶେରିସ୍‌ ୟୁନିଭର୍ସିଟି ରୋଡ୍‌ ନିକଟରେ ଘଟିଛି ଏଭଳି ଘଟଣା। ମାଲ୍‌ବୀ ଅନେକ ଟିବି ଶୋ’ରେ କାମ କରିବା ସହିତ ଫିଲ୍ମ ହୋଟେଲ୍‌ ମିଲନ୍‌ରେ ବି ସେ ଅଭିନୟ କରିଛନ୍ତି। ମହିପାଲ ହିରୋଇନ୍‌କୁ ଛୁରା ମାରିବା ପରେ ନିଜ ଅଡି କାର୍‌ରେ ବସି ସେଠାରୁ […]

author-image
Abinash Pati
ଅଦ୍ୟତନ ହୋଇଛି
ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

malvi-malhotra

ମୁମ୍ବାଇ: ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ। ସୋମବାର ଅଭିନେତ୍ରୀ ମାଲବୀ ମଲହୋତ୍ରାଙ୍କୁ ଛୁରାମାଡ଼ କରିଛନ୍ତି ତାଙ୍କ ଫେସ୍‌ବୁକ ବନ୍ଧୁ କୁମାର ମହିପାଲ ସିଂହ। ମୁମ୍ବାଇର ବରସୋଭାସ୍ଥିତ ଫିଶେରିସ୍‌ ୟୁନିଭର୍ସିଟି ରୋଡ୍‌ ନିକଟରେ ଘଟିଛି ଏଭଳି ଘଟଣା।

Advertisment

ମାଲ୍‌ବୀ ଅନେକ ଟିବି ଶୋ’ରେ କାମ କରିବା ସହିତ ଫିଲ୍ମ ହୋଟେଲ୍‌ ମିଲନ୍‌ରେ ବି ସେ ଅଭିନୟ କରିଛନ୍ତି। ମହିପାଲ ହିରୋଇନ୍‌କୁ ଛୁରା ମାରିବା ପରେ ନିଜ ଅଡି କାର୍‌ରେ ବସି ସେଠାରୁ ଫେରାର୍ ହୋଇଯାଇଛି। ତେବେ ଏପର୍ଯ୍ୟନ୍ତ ପୋଲିସ ଦୋଷୀକୁ ଗିରଫ କରିପାରି ନାହିଁ। ମହିପାଲ ଜଣେ ଫିଲ୍ମ ପ୍ରଯୋଜକ। ସେ ୨୦୧୯ରେ ମାଲବୀଙ୍କ ଫେସ୍‌ବୁକ ବନ୍ଧୁ ହୋଇଥିଲେ। ପରେ ପରସ୍ପରଙ୍କର ଦେଖା ସାକ୍ଷାତ ବି ହୋଇଥିଲା।

Malvi Malhotra (@MalviMalhotra) | Twitter

ଛୁରାମାଡ଼ ପରେ ମହିପାଲଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ମାଲବୀ। ଏତଲାରେ ସେ ଦର୍ଶାଇଛନ୍ତି ଯେ ମହିପାଲ ତାଙ୍କ ସହିତ ସମ୍ପର୍କ ରଖିବାକୁ ଚାହୁଁଥିଲେ, ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ମାଲବୀ ଏଥିରେ ରାଜି ନ ହୋଇ ମହିପାଲଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ତେଣୁ ପ୍ରତିଶୋଧ ପରାୟଣ ହୋଇ ମହିପାଲ ଏପରି କରିଛନ୍ତି ବୋଲି ମାଲ୍‌ବୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

Advertisment

Flying TV actress Malvi Malhotra stabs youth | News Digital Hai

ଘଟଣା ସମ୍ପର୍କରେ ସୂଚନା ଦେଇ ସେ ଏତଲାରେ ଲେଖିଛନ୍ତି ଯେ ଅକ୍ଚୋବର ୨୫ ତାରିଖରେ ସେ ଶୁଟିଂ ସାରି ଦୁବାଇରୁ ଫେରିଥିଲେ। ସୋମବାର ରାତିରେ ସେ ଏକ କଫି ସପ୍‌ରୁ ଫେରୁଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କୁ ଅଟକାଇଥିଲା। ତାଙ୍କ ସାମ୍ନାରେ ଅଡି କାର୍‌ ରଖି କଥା ହେବାର ଅଛି କହି ସେ ମାଲବୀଙ୍କୁ ଅଟକାଇଥିଲା। ହେଲେ ମାଲବୀ ଯେତେବେଳେ ତାଙ୍କ ସହିତ କଥା ହେବାକୁ ମନା କଲେ, ସେତେବେଳେ ମହିପାଲ ଗୋଟେ ଛୁରି କାଢ଼ି ମାଲବୀଙ୍କ ପେଟ, ଡାହାଣପଟ ମଣିବନ୍ଧ(ରିଷ୍ଟ) ଓ ବାମ  ହାତର ଏକ ଅଙ୍ଗୁଳିକୁ ଭୁସି ଦେଇଥିଲେ। ଏହି ଘଟଣାରେ ଥାନାରେ ଏତଲା ହୋଇଛି। ଅଭିନେତ୍ରୀ ମାଲବୀ ବର୍ତ୍ତମାନ ମୁମ୍ବାଇର କୋକିଲାବେନ୍ ଅମ୍ବାନୀ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ସଚେତ ଅଛନ୍ତି।

Advertisment
Advertisment