Advertisment

କରୋନା ଟିକା ନେଲେ ୟୁଏଇ ପ୍ରଧାନମନ୍ତ୍ରୀ

ଦୁବାଇ: ୟୁନାଇଟେଡ୍ ଆରବ ଏମିରେଟ୍ସ(ୟୁଏଇ)ର ପ୍ରଧାନମନ୍ତ୍ରୀ ତଥା ଉପରାଷ୍ଟ୍ରପତି ଶୈଖ୍‌ ମୋହମ୍ମଦ ବିନ୍ ରଶିଦ ଅଲ୍ ମକ୍‌ତୋମ୍ ମଙ୍ଗଳବାର କରୋନା ଟିକା ନେଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଶୌଖ୍‌ ମୋହମ୍ମଦ। ଟ୍ୱିଟରରେ ଏହି ସୂଚନା ଦେବା ସହିତ ଟିକା ନେବା ବେଳର ଫଟୋ ବି ଶେୟାର କରିଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି “ ଆଜି କୋଭିଡ୍ -19 ଟିକା ନେଉଛି। ଆମେ ସମସ୍ତଙ୍କୁ ନିରାପତ୍ତା ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛୁ। ଏବଂ ୟୁଏଇରେ […]

author-image
Abinash Pati
ଅଦ୍ୟତନ ହୋଇଛି
କରୋନା ଟିକା ନେଲେ ୟୁଏଇ ପ୍ରଧାନମନ୍ତ୍ରୀ

uas-sheikh-mohammad

ଦୁବାଇ: ୟୁନାଇଟେଡ୍ ଆରବ ଏମିରେଟ୍ସ(ୟୁଏଇ)ର ପ୍ରଧାନମନ୍ତ୍ରୀ ତଥା ଉପରାଷ୍ଟ୍ରପତି ଶୈଖ୍‌ ମୋହମ୍ମଦ ବିନ୍ ରଶିଦ ଅଲ୍ ମକ୍‌ତୋମ୍ ମଙ୍ଗଳବାର କରୋନା ଟିକା ନେଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଶୌଖ୍‌ ମୋହମ୍ମଦ। ଟ୍ୱିଟରରେ ଏହି ସୂଚନା ଦେବା ସହିତ ଟିକା ନେବା ବେଳର ଫଟୋ ବି ଶେୟାର କରିଛନ୍ତି।

Advertisment

ସେ ଟ୍ୱିଟରେ ଲେଖିଛନ୍ତି “ ଆଜି କୋଭିଡ୍ -19 ଟିକା ନେଉଛି। ଆମେ ସମସ୍ତଙ୍କୁ ନିରାପତ୍ତା ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛୁ। ଏବଂ ୟୁଏଇରେ ଏହି ଟିକା ଉପଲବ୍ଧ କରାଇବା ପାଇଁ ନିରନ୍ତର କାର୍ଯ୍ୟ କରିଥିବା ଆମ ଗବେଷକ ଦଳ ପାଇଁ ଆମେ ଗର୍ବିତ। ୟୁଏଇରେ ଭବିଷ୍ୟତ ସବୁବେଳେ ଭଲ ରହିବ।

Advertisment


ଅଲ୍‌ ଜଜୀରା ରିପୋର୍ଟ ଅନୁସାରେ ଶୈଖ ମୋହମ୍ମଦ ଚାଇନଜ୍‌ ଷ୍ଟେଟ୍‌ ଫାର୍ମାକଚୁଆଲ ଜାଏଣ୍ଟ ସିନୋଫାର୍ମ ଦ୍ୱାରା ବିକଶତି କୋଭିଡ୍ ଭ୍ୟାକ୍ସିନ୍‌ର ଏକ ଡୋଜ୍‌ ନିଜେ ନେଇଛନ୍ତି। ସୂଚନା ଥାଉକି ବର୍ତ୍ତମାନ ପର୍ଯ୍ୟନ୍ତ ୟୁଏଇରେ ୧,୩୬,୧୪୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ୫୦୩ ଜଣଙ୍କର ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ-

ଫ୍ରାନ୍ସ ସମର୍ଥନରେ ବାହାରିଲା ୟୁଏଇ: ଉଗ୍ରବାଦକୁ କଡ଼ା ନିନ୍ଦା କଲେ କ୍ରାଉନ୍‌ ପ୍ରିନ୍ସ

Advertisment
Advertisment