/odishatv-khabar/media/post_attachments/uploadimage/library/16_9/16_9_0/donald_1625157348.jpg)
donald
ନୂଆଦିଲ୍ଲୀ: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ। ନିର୍ବାଚନ ପୂର୍ବରୁ ଉଭୟ ପ୍ରାର୍ଥୀଙ୍କ ମଧ୍ୟ ପ୍ରେସିଡେନ୍ସିଆଲ ଡିବେଟ ହୋଇଥିଲା। ଭୋଟରଙ୍କୁ ମନାଇବାକୁ ଉଭୟ ଭରପୁର ଉଦ୍ୟମ କରିଛନ୍ତି। ତେବେ ଆସନ୍ତା ବର୍ଷ ଜାନୁଆରୀ ୬ ତାରିଖରେ ଆମେରିକୀୟ କଂଗ୍ରେସର ବୈଠକ ହେବ। ଏଥିରେ ବିଦ୍ଧିବଦ୍ଧ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ନାଁ ଘୋଷଣା କରାଯିବ। ଭୋଟ ପୂର୍ବରୁ କରାଯାଇଥିବା ଜନମତ ସର୍ଭେରେ ବାଇଡେନ ଟ୍ରମ୍ପଙ୍କଠାରୁ ବହୁ ଆଗରେ ଥିବାରୁ ତାଙ୍କ ବିଜୟ ନିଶ୍ଚିତ ଜଣାପଡୁଛି।
ରଏଟର ପକ୍ଷରୁ କରାଯାଇଥିବା ସର୍ଭେରେ ଟ୍ରମ୍ପଙ୍କ ଜିତିବା ସମ୍ଭାବନା ୪୨ ପ୍ରତିଶତ ରହିଥିବା ବେଳେ ବାଇଡେନଙ୍କ ବିଜୟ ସଂଭାବନା ୫୧ ପ୍ରତିଶତ ରହିଛି। ଚଳିତ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କ ଭୂମିକା ନିର୍ଣ୍ଣାୟକ ହୋଇପାରେ। ଆମେରିକାରେ ରହୁଥିବା ପ୍ରାୟ ୪୦ ଲକ୍ଷ ଭାରତୀୟଙ୍କ ମଧ୍ୟରୁ ୨୦ ଲକ୍ଷରୁ ଅଧିକଙ୍କର ଭୋଟ ଦେବା ଅଧିକାର ରହିଛି। ଏଥିମଧ୍ୟରୁ ୮ଟି ରାଜ୍ୟ ଆରିଜନା, ଫ୍ଲୋରିଡା, ଜର୍ଜିଆ, ମିଚିଗାନ, ନର୍ଥ କରୋଲିନ୍, ପେନସିଲଭାନିଆ, ଟେକ୍ସାସ ଓ ଓ୍ୱିସକନସିନ୍ରେ ୧୩ ଲକ୍ଷରୁ ଅଧିକ ଭୋଟର ଅଛନ୍ତି। ଫଳରେ ଏସବୁ ରାଜ୍ୟରେ ଭାରତୀୟଙ୍କ ଭୋଟ୍ ନିର୍ଣ୍ଣାୟକ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)