/odishatv-khabar/media/post_attachments/uploadimage/library/16_9/16_9_0/election-1-1_1625157408.jpg)
election-1
ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ବ୍ୟତୀତ ଦେଶରେ ୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ହେଉଛି। ଏହା ମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ୨୮ଟି ଆସନ ରହିଛି। କରୋନା ମହାମାରୀ ଭିତରେ ନିର୍ବାଚନ ହେଉଥିବାରୁ ଏଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସକାଳ ୭ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଭୋଟ୍ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି। ଛତିଶଗଡ଼, ନାଗାଲାଣ୍ଡ ଓ ଝାଡ଼ଖଣ୍ଡରେ ମତଦାନ ସମୟ ଭିନ୍ନ ରହିଛ॥
ତେବେ ମତଦାନର ଶେଷ ଘଣ୍ଟାଏରେ କରୋନା ପଜିଟିଭ୍ ଭୋଟର ଭୋଟ୍ ଦେଇପାରିବେ। ସମସ୍ତ ଆସନରେ ନଭେମ୍ବର ୧୦ରେ ଗଣତି ହେବ। ସମସ୍ତଙ୍କ ନଜର ରହିଛି ମଧ୍ୟପ୍ରଦେଶ ଉପରେ। ୨୨୯ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ୧୦୭ ଜଣ ସଦସ୍ୟ ଅଛନ୍ତି ତେଣୁ ଏହି ଉପନିର୍ବାଚନରେ ମୋଟ୍ ୨୮ଟି ଆସନରୁ ଦଳକୁ ଅତି କମ୍ରେ ୮ଟି ଆସନରେ ବିଜୟୀ ହେବାକୁ ହେବ।
ଗତ ମାର୍ଚ୍ଚରେ କଂଗ୍ରେସରୁ ୨୫ ଜଣ ବିଧାୟକ ଇସ୍ତଫା ଦେଇ ବିଜେପିରେ ମିଶି ଯିବାରୁ କମଳନାଥଙ୍କ ସରକାର ଗଡ଼ି ପଡ଼ିଥିଲା ଓ ଉପନିର୍ବାଚନ ପାଇଁ ପରିସ୍ଥିତି ଉପୁଜିଥିଲା। ସେହିପରି ୩ ଜଣ ବିଧାୟକଙ୍କ ଦେହାନ୍ତ ଯୋଗୁଁ ଉପନିର୍ବାଚନ ଆବଶ୍ୟକ ପଡ଼ିଥିଲା। ବଡ଼କଥା ହେଉଛି, ପୂର୍ବରୁ ଆଜି ନିର୍ବାଚନ ହେଉଥିବା ୫୪ଟି ଆସନ ମଧ୍ୟରୁ ୩୮ଟି କଂଗ୍ରେସର ଥିଲା। ସେହିପରି ମଧ୍ୟପ୍ରଦେଶ, ଗୁଜରାଟ ଓ କର୍ଣ୍ଣାଟକରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ୩୧ ଜଣଙ୍କୁ ବିଜେପି ପ୍ରାର୍ଥୀ କରିଛି। ସେହିପରି ଉତ୍ତରପ୍ରଦେଶରେ ୭ଟି, ଗୁଜରାଟରେ ୮ଟି, ଛତିଶଗଡ଼, ହରିଆଣାରେ ଗୋଟିଏ ଲେଖାଏଁ ଓ ଝାଡ଼ଖଣ୍ଡ, କର୍ଣ୍ଣାଟକ ଏବଂ ନାଗାଲାଣ୍ଡରେ ୨ଟି ଲେଖାଏଁ ଆସନରେ ଉପ ନିର୍ବାଚନ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)