Advertisment

ତାମିଲନାଡୁ ରାଜ୍ୟପାଳ କରୋନା ପଜିଟିଭ୍ ଚିହ୍ନଟ

ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ବନୱାରୀଲାଲ୍‌ ପୁରୋହିତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କିନ୍ତୁ କରୋନା ସମ୍ପର୍କିତ ତାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍‌ପିଟାଲ୍ ଦ୍ୱାରା ଜାରି ହୋଇଥିବା ମେଡିକାଲ୍‌ ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ଆସିବା ପୂର୍ବରୁ ବନୱାରୀଲାଲ୍ ଏକ ଘରୋଇ ହସ୍‌ପିଟାଲ୍‌କୁ ଯାଇଥିଲେ। ଗତ ସପ୍ତାହର ତାମିଲନାଡୁ ତାମିଲନାଡୁ ରାଜଭବନରେ ୮୪ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏମାନେ ସମସ୍ତେ ସିକ୍ୟୁରିଟି ଗାର୍ଡ ଓ ଅଗ୍ନିଶମ କର୍ମଚାରୀ ଥିଲେ। […]

author-image
Abinash Pati
ଅଦ୍ୟତନ ହୋଇଛି
ତାମିଲନାଡୁ ରାଜ୍ୟପାଳ କରୋନା ପଜିଟିଭ୍ ଚିହ୍ନଟ

Banwarilal

ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ବନୱାରୀଲାଲ୍‌ ପୁରୋହିତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କିନ୍ତୁ କରୋନା ସମ୍ପର୍କିତ ତାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍‌ପିଟାଲ୍ ଦ୍ୱାରା ଜାରି ହୋଇଥିବା ମେଡିକାଲ୍‌ ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ଆସିବା ପୂର୍ବରୁ ବନୱାରୀଲାଲ୍ ଏକ ଘରୋଇ ହସ୍‌ପିଟାଲ୍‌କୁ ଯାଇଥିଲେ।

Advertisment

ଗତ ସପ୍ତାହର ତାମିଲନାଡୁ ତାମିଲନାଡୁ ରାଜଭବନରେ ୮୪ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏମାନେ ସମସ୍ତେ ସିକ୍ୟୁରିଟି ଗାର୍ଡ ଓ ଅଗ୍ନିଶମ କର୍ମଚାରୀ ଥିଲେ। ଏହାପରେ ରାଜଭବନରେ କାର୍ଯ୍ୟରତ କର୍ମଚାରୀଙ୍କୁ କରୋନା ସତର୍କତା ଆପଣାଇବାକୁ କୁହାଯାଇଥିଲା। ସେହିଦିନ ଠାରୁ ରାଜ୍ୟପାଳ ମଧ୍ୟ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଥିଲେ।

ରାଜ୍ୟପାଳ ବନୱାରୀଲାଲ୍‌ଙ୍କର‌ ବର୍ତ୍ତମାନ ୮୪ ବର୍ଷ। ଏବଂ ସେ ରାଜଭବନର କରୋନା ସଂକ୍ରମିତ କୌଣସି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିନଥିବା କହିଛନ୍ତି।

Advertisment

ସୂଚନା ଥାଉକି ଆଜି ଚେନ୍ନାଇରେ କରୋନା କେସ୍‌ ଏକ ଲକ୍ଷ ଟପିଥିବା ବେଳେ ତାମିଲ୍‌ନାଡ଼ୁରେ ମୋଟ କରୋନା ସଂଖ୍ୟା ୨.୫ ଲକ୍ଷ ରହିଛି

Advertisment
Advertisment