Advertisment

ରାସ୍ତାକୁ ଓହ୍ଲାଇଲେ ଟ୍ରମ୍ପଙ୍କ ସମର୍ଥକ, ମାଗିଲେ ଆଉ ୪ ବର୍ଷ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ସମର୍ଥନ କରି ରାଜଧାନୀ ଓ୍ୱାଶିଂଟନ ଡିସିରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି।  ଲକ୍ଷ ଲକ୍ଷ ଟ୍ରମ୍ପ ସମର୍ଥକ ପ୍ଲାକାର୍ଡ ଧରି ହ୍ୱାଇଟ୍ ହାଉସ ଓ ଓ୍ୱାଶିଂଟନ ଡିସିର ମୁଖ୍ୟ ରାସ୍ତାରେ ଆନ୍ଦୋଳନ କରିଛନ୍ତି । ଗତ ରାଷ୍ଟ୍ରପତି ନିର୍ବାଚନରେ ତ୍ରୁଟି ଥିବା ଅଭିଯୋଗ କରିବା ସହ ଟ୍ରମ୍ପଙ୍କୁ ଆଉ ୪ ବର୍ଷ ପାଇଁ ରାଷ୍ଟ୍ରପତି ଭାବେ ସୁଯୋଗ ଦେବାକୁ ସମର୍ଥକମାନେ ଶୋଭାଯାତ୍ରା କରିଛନ୍ତି । ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ଶ୍ୱେତାଙ୍ଗ […]

author-image
Minati Mishra
ରାସ୍ତାକୁ ଓହ୍ଲାଇଲେ ଟ୍ରମ୍ପଙ୍କ ସମର୍ଥକ, ମାଗିଲେ ଆଉ ୪ ବର୍ଷ

trump march

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ସମର୍ଥନ କରି ରାଜଧାନୀ ଓ୍ୱାଶିଂଟନ ଡିସିରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି।  ଲକ୍ଷ ଲକ୍ଷ ଟ୍ରମ୍ପ ସମର୍ଥକ ପ୍ଲାକାର୍ଡ ଧରି ହ୍ୱାଇଟ୍ ହାଉସ ଓ ଓ୍ୱାଶିଂଟନ ଡିସିର ମୁଖ୍ୟ ରାସ୍ତାରେ ଆନ୍ଦୋଳନ କରିଛନ୍ତି ।

Advertisment

ଗତ ରାଷ୍ଟ୍ରପତି ନିର୍ବାଚନରେ ତ୍ରୁଟି ଥିବା ଅଭିଯୋଗ କରିବା ସହ ଟ୍ରମ୍ପଙ୍କୁ ଆଉ ୪ ବର୍ଷ ପାଇଁ ରାଷ୍ଟ୍ରପତି ଭାବେ ସୁଯୋଗ ଦେବାକୁ ସମର୍ଥକମାନେ ଶୋଭାଯାତ୍ରା କରିଛନ୍ତି । ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ଶ୍ୱେତାଙ୍ଗ ଦକ୍ଷିଣପନ୍ଥୀ ପ୍ରାଉଡ ବୟଜ ଗୋଷ୍ଠୀର ସଦସ୍ୟମାନେ ଏହି ଆନ୍ଦୋଳନକୁ ତୀବ୍ର କରିଛନ୍ତି ।

ଆମେରିକା ସମୟ ଅନୁସାରେ ମଧ୍ୟାହ୍ନ ୧୨ଟାରେ ଲକ୍ଷ ଲକ୍ଷ ଟ୍ରମ୍ପ ସମର୍ଥକ ଓ୍ୱାଶିଂଟନର ଫ୍ରିଡମ ପ୍ଲାଜା ଓ ହ୍ୱାଇଟ୍ ହାଉସ ଆଗରେ ଏବଂ ସୁପ୍ରିମକୋର୍ଟ ପାଖରେ ଏକାଠି ହୋଇ ବିକ୍ଷୋଭ ଆରମ୍ଭ କରିଥିଲେ। ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସ ଛାଡ଼ି ଗଲଫ୍ କୋର୍ସକୁ ଯିବାବେଳେ ହଠାତ ତାଙ୍କ ସମର୍ଥକମାନେ ମାଡ଼ି ଆସି ଆନ୍ଦୋଳନ ଆରମ୍ଭ କରିଥିବା ସୂଚନା ମିଳିଛି।

Advertisment

ନଭେମ୍ବର ୩ରେ ଅନୁଷ୍ଠିତ ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ନେତା ଜୋ ବାଇଡେନ୍ ୩୦୬ ଇଲେକ୍ଟୋରାଲ କଲେଜ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ତେବେ ଏହି ନିର୍ବାଚନ ତ୍ରୁଟିପୂର୍ଣ୍ଣ ଓ ଜାଲିଆତି କରି ବାଇଡେନ ବିଜୟ ହୋଇଛନ୍ତି ବୋଲି ଟ୍ରମ୍ପ ଅଭିଯୋଗ କରି ଆସୁଛନ୍ତି । ସେପଟେ ଆମେରିକାରେ ଏଭଳି ବିକ୍ଷୋଭକୁ ଅନେକ ଲୋକ ନାପସନ୍ଦ କରିଛନ୍ତି ।  ସୋସିଆଲ ମିଡିଆ ଟୁଇଟରରେ ଏହି ମାର୍ଚ୍ଚ ଫର୍ ଟ୍ରମ୍ପ ଆନ୍ଦୋଳନକୁ ସମାଲୋଚନା କରାଯାଇଛି।

Advertisment
Advertisment