Advertisment

ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୦ ଆଫଗାନୀ ଯବାନ ସହିଦ

କାବୁଲ: ତାଲିବାନୀ ଆତଙ୍କବାଦୀ ଆକ୍ରମଣରେ ୨୦ ଆଫଗାନୀସ୍ତାନ ଯବାନ ସହିଦ ହୋଇଛନ୍ତି। ଶୁକ୍ରବାର ଫାରା ସିଟିର ମିଲିଟାରୀ ବେସ୍‌ର ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ଆକ୍ରମଣ ସମୟରେ ଆତଙ୍କବାଦୀମାନେ ଦୁଇ ଯବାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ବି ଛଡ଼େଇ ନେଇଛନ୍ତି ଆତଙ୍କବାଦୀ। ଏନେଇ ସୂଚନା ଦେଇ ଫାରା ପ୍ରାଦେଶିକ ପରିଷଦର ଅଧିକାରୀ ଦାଦୁଲ୍ଲା କାନି କହିଛନ୍ତି, ଶାଖାବାଲା କାନସ୍କ ଅଞ୍ଚଳରେ ଥିବା ମିଲିଟାରୀ ବେସ୍‌ରେ ଆହି ଆକ୍ରମ ହୋଇଥିଲା। ପାଖାପାଖି  ଦିନ ୨ଟା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। […]

author-image
Abinash Pati
ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୦ ଆଫଗାନୀ ଯବାନ ସହିଦ

taliban

କାବୁଲ: ତାଲିବାନୀ ଆତଙ୍କବାଦୀ ଆକ୍ରମଣରେ ୨୦ ଆଫଗାନୀସ୍ତାନ ଯବାନ ସହିଦ ହୋଇଛନ୍ତି। ଶୁକ୍ରବାର ଫାରା ସିଟିର ମିଲିଟାରୀ ବେସ୍‌ର ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ଆକ୍ରମଣ ସମୟରେ ଆତଙ୍କବାଦୀମାନେ ଦୁଇ ଯବାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ବି ଛଡ଼େଇ ନେଇଛନ୍ତି ଆତଙ୍କବାଦୀ।

Advertisment

ଏନେଇ ସୂଚନା ଦେଇ ଫାରା ପ୍ରାଦେଶିକ ପରିଷଦର ଅଧିକାରୀ ଦାଦୁଲ୍ଲା କାନି କହିଛନ୍ତି, ଶାଖାବାଲା କାନସ୍କ ଅଞ୍ଚଳରେ ଥିବା ମିଲିଟାରୀ ବେସ୍‌ରେ ଆହି ଆକ୍ରମ ହୋଇଥିଲା। ପାଖାପାଖି  ଦିନ ୨ଟା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଦୁଇ ତାଲାବାନୀ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।

ଦାଦୁଲ୍ଲା କାନି ଆହୁରି ମଧ୍ୟ କହିଛନ୍ତି ଯେ ଫାରାର ଶାମଲ ଠାରେ ଏକ ଲୋକମାନଙ୍କ ମଧ୍ୟରେ ଲାଗିଥିବା ସଂଘର୍ଷ ରୋକିବାକୁ ଯବାନମାନେ ଚେଷ୍ଟା କରୁଥିବା ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀମାନେ ବିଦ୍ରୋହୀମାନଙ୍କୁ ଅଟକାଇବାକୁ ଚେଷ୍ଟ କରୁଥିବା ବେଳେ ଆତଙ୍କବାଦୀମାନେ ମିଲିଟାରୀ ବେସ୍‌ ଉପରେ ଆକ୍ରମଣ କରିଥିଲେ ବୋଲି ଦାଦୁଲ୍ଲା କାନି କହିଛନ୍ତି।

Advertisment
Advertisment
Advertisment