/odishatv-khabar/media/post_attachments/uploadimage/library/16_9/16_9_0/SC_1625082092.jpg)
SC
ନୂଆଦିଲ୍ଲୀ: ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟର ସମାନ ମୂଲ୍ୟ ଧାର୍ଯ୍ୟ କର। କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଏଭଳି ନୋଟିସ୍ ଜାରି କରିଛନ୍ତି। କୋର୍ଟରେ ଆଇନଜୀବୀ ଅଜୟ ଅଗ୍ରୱାଲ ଆବେଦନ କରି କହିଥିଲେ ଯେ, ଦେଶରେ କରୋନା ପାଇଁ ହେଉଥିବା ଆରଟିପିସିଆର ଟେଷ୍ଟ ନାଁରେ ଲୁଟ୍ କରାଯାଉଛି। ଆରଟିପିସିଆର ଟେଷ୍ଟ କିଟ୍ ଗୁଡିକ ମାତ୍ର ୨ ଶହ ଟଙ୍କାରେ ମିଳୁଛି।
Advertisment
ତେବେ ହସପିଟାଲ ଏବଂ ବେସରକାରୀ ଲ୍ୟାବ ଗୁଡିକ ପରୀକ୍ଷା ପାଇଁ ଚଢା ଦର ନେଉଛନ୍ତି। ନାଗପୁରର ଜଣେ ବ୍ୟବସାୟୀ କିଟ୍ ପିଛା ୨ଶହ ଟଙ୍କାରେ ଦେବା ପାଇଁ ପ୍ରସ୍ତାବ ଦେଇଥିବାର ପ୍ରମାଣ ସୁପ୍ରିମକୋର୍ଟଙ୍କୁ ଦେଇଛନ୍ତି ଆବେଦନକାରୀ।
ତେଣୁ ଆରଟିପିସିଆର ଟେଷ୍ଟ ମୂଲ୍ୟ ୪ ଶହ ଟଙ୍କା କରିବାକୁ ସେ ସୁପ୍ରିମକୋର୍ଟଙ୍କୁ ଦାବି ଜଣାଇଥିଲେ। ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ୱରେ ତିନି ଜଣିଆ ଖଣ୍ଡପୀଠ ଆବେଦନର ଶୁଣାଣି କରି କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। ଦିଲ୍ଲୀରେ ଆରଟିପିସିଆର ଟେଷ୍ଟ ପିଛା ୨୪ ଶହ ଟଙ୍କା ଏବଂ ଆନ୍ଧ୍ର ପ୍ରଦେଶରେ ୨୯ ଶହ ଟଙ୍କା ରହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)