Advertisment

‘JNU ନାମ ନ ବଦଳାଇ ବିବେକାନନ୍ଦଙ୍କ ନାମରେ ବଡ ବିଶ୍ୱବିଦ୍ୟାଳୟ ଖୋଲାଯାଉ’

ମୁମ୍ବାଇ: ଶିବସେନା ସବୁବେଳେ ହିନ୍ଦୁତ୍ୱବାଦୀ ଥିଲା ଏବଂ ରହିବ। ଏ ନେଇ କାହାରି ସାର୍ଟିଫିକେଟକୁ ଆମେ ଅପେକ୍ଷା କରିନାହୁଁ ବୋଲି କହିଛନ୍ତି ରାଜ୍ୟ ସଭା ସାଂସଦ ସଞ୍ଜୟ ରାଉତ। ମଙ୍ଗଳବାର ଦାଦର ଶିବାଜୀ ପାର୍କରେ ଶିବସେନା ପ୍ରତିଷ୍ଠାତା ବାଲ ଠାକ୍‌ରେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଛନ୍ତି, ଦୀର୍ଘବର୍ଷ ଧରି ଥିବା ବିଜେପି-ଶିବସେନା ମେଣ୍ଟ ଗତବର୍ଷ ଭାଙ୍ଗି ଯାଇଛି। ମହରାଷ୍ଟ୍ରରେ କଂଗ୍ରେସ ଏବଂ ଏନସିପି ସହ ଶିବସେନାର ମହା ଭିକାଶ […]

author-image
Minati Mishra
ଅଦ୍ୟତନ ହୋଇଛି
undefined

sanjay raut

ମୁମ୍ବାଇ: ଶିବସେନା ସବୁବେଳେ ହିନ୍ଦୁତ୍ୱବାଦୀ ଥିଲା ଏବଂ ରହିବ। ଏ ନେଇ କାହାରି ସାର୍ଟିଫିକେଟକୁ ଆମେ ଅପେକ୍ଷା କରିନାହୁଁ ବୋଲି କହିଛନ୍ତି ରାଜ୍ୟ ସଭା ସାଂସଦ ସଞ୍ଜୟ ରାଉତ।

Advertisment

ମଙ୍ଗଳବାର ଦାଦର ଶିବାଜୀ ପାର୍କରେ ଶିବସେନା ପ୍ରତିଷ୍ଠାତା ବାଲ ଠାକ୍‌ରେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଛନ୍ତି, ଦୀର୍ଘବର୍ଷ ଧରି ଥିବା ବିଜେପି-ଶିବସେନା ମେଣ୍ଟ ଗତବର୍ଷ ଭାଙ୍ଗି ଯାଇଛି। ମହରାଷ୍ଟ୍ରରେ କଂଗ୍ରେସ ଏବଂ ଏନସିପି ସହ ଶିବସେନାର ମହା ଭିକାଶ ଅଘାଡି ମେଣ୍ଟ ହୋଇଛି।

ତେବେ ଆମ ହିନ୍ଦୁତ୍ୱ ଚିନ୍ତାଧାରା ପାଇଁ କୌଣସି ଦଳର ସାର୍ଟିଫିକେଟ ଦରକାର ନାହିଁ। ଆମେ ହାର୍ଡକୋର ହିନ୍ଦୁ..ଏବେ ଅଛୁ ଏବଂ ଭବିଷ୍ୟତରେ ମଧ୍ୟ ରହିଥିବୁ। ଯେତେବେଳେ ଦେଶ ଚାହିଁବ, ଶିବସେନା ହିନ୍ଦୁତ୍ୱର ଖଣ୍ଡା ଧରି ସାମ୍ନାକୁ ଆସିବ ବୋଲି କହିଛନ୍ତି ରାଉତ।

Advertisment

ସୂଚନାଥାଉ କି, ବିଜେପି ବାରମ୍ବାର ଅଭିଯୋଗ କରି ଆସଛି ଯେ, ଶିବସେନା ହିନ୍ଦୁତ୍ୱବାଦରୁ ଓହରି ଯାଉଛି। ଦିଲ୍ଲୀ ଜବାହାର ଲାଲ ନେହରୁ ୟୁନିଭର୍ସିଟି (JNU) କୁ ସ୍ୱାମୀ ବିବେକାନନ୍ଦଙ୍କ ନାମରେ ନାମିତ କରାଯିବା ନେଇ ଏକ ପ୍ରଶ୍ନର ଉତ୍ତରରେ ରାଉତ କହିଥିଲେ, ସ୍ୱାମୀ ବିବେକାନନ୍ଦ ସବୁବେଳେ ଆମ ପାଇଁ ଜଣେ ରୋଲ ମଡେଲ। କିନ୍ତୁ ଏଇ ନାମରେ ପରିବର୍ତ୍ତନ କରି କ’ଣ ମିଳିବ ?  ଏପରି କରିବା ପରିବର୍ତ୍ତେ ସ୍ୱାମୀ ବିବେକାନନ୍ଦଙ୍କ ନାମରେ ଆଉ ବଡ ଆନ୍ତର୍ଜତୀୟ ସ୍ତରର ବିଶ୍ୱବିଦ୍ୟାଳୟ ଖୋଲାଯିବା ଉଚିତ ବୋଲି କହିଥିଲେ ରାଉତ।

ସେ ଆହୁରି କହିଥିଲେ,ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ସବୁବେଳେ ଦେଶର ଗର୍ବ ହୋଇ ରହିଥିବେ। ରାଜନୀତି ପାଇଁ ତାଙ୍କ ନାମରେ ନାମିତ ୟୁନିଭର୍ସିଟିର ନାମ ପରିବର୍ତ୍ତନ କଲେ ଆମ କିଛି ଠିକ୍‌ କରିବୁ ନାହିଁ।

Advertisment
Advertisment