/odishatv-khabar/media/post_attachments/uploadimage/library/16_9/16_9_0/kaislash-sarang_1625116203.jpg)
kaislash-sarang
ଭୋପାଳ: ମଧ୍ୟପ୍ରଦେଶର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ କୈଳାଶ ସାରଙ୍ଗଙ୍କର ଶନିବାର ପରଲୋକ ହୋଇଛି। ଦୀର୍ଘଦିନ ଧରି ଅସୁସ୍ଥତା କାରଣରୁ ସେ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। କୈଳାଶଙ୍କର ବିୟୋଗରେ ବିଜେପି ପାଇଁ ଅପୂରଣୀୟ କ୍ଷତି ହୋଇଛି।
ଗତ ଦୁଇ ମାସ ତଳେ କୈଳାଶଙ୍କୁ ଭୋପାଳର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ବିମାନ ଯୋଗେ ମୁମ୍ବାଇ ନିଆଯାଇଥିଲା। କୈଳାଶଙ୍କ ପୁଅ ବିଶ୍ୱାସ ସାରଙ୍ଗ ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟ ଶିକ୍ଷାମନ୍ତ୍ରୀ ଅଛନ୍ତି।
କୈଳାଶ କେବଳ ନେତା ନଥିଲେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମଧ୍ୟ ଏକ ପୁସ୍ତକ ଲେଖିଛନ୍ତି। ଯାହାର ନା ହେଲା ନରେନ୍ଦ୍ର ଟୁ ନରେନ୍ଦ୍ର।
କୈଳାଶଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରବିବାର ତାଙ୍କ ମରଶରୀରକୁ ମୁମ୍ବାଇରୁ ଭୋପାଳ ଅଣାଯାଇ ଶେଷ କୃତ୍ୟ ସମ୍ପନ୍ନ ହେବ। କୈଳାଶ ସାରଙ୍ଗଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ସମେତ ଅନେକ ଦଳୀୟ ନେତା ଦୁଃଖ ପ୍ରକାଶ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)