/odishatv-khabar/media/post_attachments/uploadimage/library/16_9/16_9_0/Sandalwood-drug-case_1625206923.jpg)
Sandalwood-drug-case
କର୍ଣାଟକ: ସାଣ୍ଡାଲ୍ଉଡ୍ ଡ୍ରଗ୍ସ ମାମଲାର ଶୁଣାଣି କରୁଥିବା NDPS(Narcotic Drugs and Psychotropic Substances )ର ଜଣେ ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମା ଆକ୍ରମଣରେ ଧମକ ମିଳିଛି। ଡ୍ରଗ୍ସ ରାକେଟ୍ରେ ଗିରଫ ହୋଇଥିବା ଦୁଇ ହିରୋଇନ୍ଙ୍କୁ ବେଲ୍ ନମିଳିଲେ ବୋମା ମାଡ଼ ହେବ ବୋଲି ଦୁର୍ବୃତ୍ତମାନେ ଧମକ ଦେଇଛନ୍ତି। କର୍ଣ୍ଣାଟକାର ଟୁମ୍କୁର ଜିଲ୍ଲାରୁ ଆସିଛି ଏଭଳି ଧମକପୂର୍ଣ୍ଣ ଚିଠି। ଏହି ଅଭିଯୋଗରେ ପୋଲିସ ଦୁଇଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ସେମାନଙ୍କୁ ଟୁମକୁରରୁ ବେଙ୍ଗାଲୁରୁକୁ ନିଆଯିବ ବୋଲି ଜଣେ ବରିଷ୍ଟ ପୋଲିସ ଅଫିସର ସୂଚନା ଦେଇଛନ୍ତି।
ଟୁମକୁରର ଟିପଟୁର ହୋଇଥିବା ଏକ ପାରିବାରିକ କଳହ କାରଣରୁ ଦୁର୍ବୃତ୍ତମାନେ ଏପରି କରିଥାଇପାରନ୍ତି ବୋଲି ବରିଷ୍ଠ ପୋଲିସ ଅଧିକାରୀ ନିଜ ପରିଚୟ ଗୋପନ ରଖି କହିଛନ୍ତି। ଡ୍ରଗ୍ସ ମାମଲାର ଶୁଣାଣି କରୁଥିବା ଜଣେ ଏନ୍ଡିପିଏସ୍ର ସ୍ୱତନ୍ତ୍ର ବିଚାରପତିଙ୍କୁ ପାଖକୁ ସୋମବାର ବୋମା ଧମକ ଥିବା ଏକ ଚିଠି ଆସିଥିଲା। ଯେଉଁଥିରେ ଡିଟୋନେଟର୍ ଥିବା ପାର୍ସଲ୍ ଥିଲା। ଦୁର୍ବୃତ୍ତ ବୋମା ଧମକ ବଦଳରେ ଡ୍ରଗ୍ସ କାରବାରରେ ଅଗଷ୍ଟ ୧୧ରେ ଗିରଫ ହୋଇଥିବା ଦୁଇ ଫିଲ୍ମ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀ ଓ ସଞ୍ଜନା ଗଲରାନୀଙ୍କ ବେଲ୍ ଦାବି କରିଥିଲା। ଯଦି ତାଙ୍କ ଦାବି ପୂରଣ ନ ହୁଏ ତେବେ ବୋମା ବ୍ଲାଷ୍ଟ ହେବ ବୋଲି ଚିଠିରେ କୁହାଯାଇଛି।
ପରେ ପୋଲିସ ତଦନ୍ତ କରିବାରୁ ଜଣା ପଡ଼ିଥିଲା ଯେ ସେଥିରେ କୌଣସି ବୋମା ନଥିଲା, କେବଳ କିଛି ତାର ଡିଟୋନେଟରର ଭୟ ସୃଷ୍ଟି କରିଥିଲା। ପ୍ରାଥମିକ ତଦନ୍ତ ଅନୁସାରେ ଏହି ଧମକପୂର୍ଣ୍ଣ ଚିଠିଟି ଟୁମକୁର ଜିଲ୍ଲାର ଚେଲୁରରୁ ପଠାଇଯାଇଥିବା ଜଣାପଡ଼ିଛି। ଏଥିପାଇଁ ଦୁଇ ସନ୍ଧିଗ୍ଧଙ୍କୁ ଅଟକ ରଖିଛି ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)