Advertisment

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ମସ୍କୋ: ଋଷିଆ ପ୍ରସ୍ତୁତ ପ୍ରଥମ କରୋନା ଭାକ୍ସିନ ସ୍ପୁଟନିକ -ଭି ସାଧାରଣ ଲୋକଙ୍କ ଦିଆଯିବା ଆରମ୍ଭ ହୋଇଛି। ରାଜଧାନୀ ମେସ୍କୋରୁ ଏହି ପରୀକ୍ଷା ଆରମ୍ଭ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ଗତକାଲି ସୂଚନା ଦିଆଯାଇଛି। ତେବେ ଏ ନେଇ ସବିଶେଷ ତଥ୍ୟ ମିଳିନାହିଁ। ସାରା ବିଶ୍ୱ କରୋନା ଭାକ୍ସିନ ପ୍ରସ୍ତୁତ କରିବା ପାଇଁ ଲାଗି ପଡ଼ି ଥିବାବେଳେ ଋଷ ପ୍ରଥମେ ଅଗଷ୍ଟ ମାସରେ ଭାକ୍ସିନ ବାହାର କରିବାରେ ସଫଳ ହୋଇଥିଲା। ତେବେ ଏହି ଭାକ୍ସିନକୁ ନେଇ ଅନକ କଥା […]

author-image
Minati Mishra
ଅଦ୍ୟତନ ହୋଇଛି
ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

vac

ମସ୍କୋ: ଋଷିଆ ପ୍ରସ୍ତୁତ ପ୍ରଥମ କରୋନା ଭାକ୍ସିନ ସ୍ପୁଟନିକ -ଭି ସାଧାରଣ ଲୋକଙ୍କ ଦିଆଯିବା ଆରମ୍ଭ ହୋଇଛି। ରାଜଧାନୀ ମେସ୍କୋରୁ ଏହି ପରୀକ୍ଷା ଆରମ୍ଭ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ଗତକାଲି ସୂଚନା ଦିଆଯାଇଛି। ତେବେ ଏ ନେଇ ସବିଶେଷ ତଥ୍ୟ ମିଳିନାହିଁ।

Advertisment

ସାରା ବିଶ୍ୱ କରୋନା ଭାକ୍ସିନ ପ୍ରସ୍ତୁତ କରିବା ପାଇଁ ଲାଗି ପଡ଼ି ଥିବାବେଳେ ଋଷ ପ୍ରଥମେ ଅଗଷ୍ଟ ମାସରେ ଭାକ୍ସିନ ବାହାର କରିବାରେ ସଫଳ ହୋଇଥିଲା। ତେବେ ଏହି ଭାକ୍ସିନକୁ ନେଇ ଅନକ କଥା ଶୁଣିବାକୁ ମିଳୁଥିଲା। ଏସବୁ ସତ୍ତ୍ୱେ ଋଷିଆ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଖୁବ୍‌ ଶିଘ୍ର ବିଭିନ୍ନ ପ୍ରାନ୍ତକୁ ଭାକ୍ସିନ ଡୋଜ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା।

ଏ ନେଇ ଋଷିଆ କହିଛି ଯେ, କରୋନା ଭାଇରସକୁ ଦୂର କରିବା ପାଇଁ ସ୍ପୁଟନିକ୍-ଭି ଟିକା ଅତ୍ୟନ୍ତ ପ୍ରଭାବଶାଳୀ ହେବ। ବର୍ତ୍ତମାନ କରୋନା ଟିକା ଏଠାରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଯାଇଛି।

Advertisment

ଗମଲେୟା ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଅଫ ଏପିଡେମିଓଲଜି ଓ ମାଇକ୍ରୋବାଇଓଲଜି ଦ୍ୱାରା ବିକଶିତ ଏହି ଭାକ୍ସିନ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଗତମାସରେ ଉତ୍ପାଦନ ଆରମ୍ଭ କରିଥିଲା। ଖୁବ୍‌ ଶିଘ୍ର ପ୍ରଥମ ଦଫା ଯାଗାଣ ଆରମ୍ଭ କରିବ ବାଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ୟୁରୋପ ଶାଖା ନିର୍ଦ୍ଦେଶକ ହନ୍ସ କ୍ଲୁଜ ଋଷିଆର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାଶକୋଙ୍କୁ ଭେଟିବା ପରେ କହିଛନ୍ତି ଯେ SARS-CoV-2 ବିରୋଧରେ ଟିକା ପ୍ରସ୍ତୁତ କରିବା ପାଇଁ ଋଷିଆର ପ୍ରୟାସକୁ ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସି ବହୁତ ପ୍ରଶଂସା କରିଛି। ଗାମଲେୟା ସାଇଣ୍ଟିଫିକ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜି ଏବଂ ମାଇକ୍ରୋବାୟୋଲୋଜି ଦ୍ୱାରା ଏହି ସ୍ପୁଟନିକ୍-ଭି ଟିକା ତିଆରି କରିଛି।

Advertisment
Advertisment