/odishatv-khabar/media/post_attachments/uploadimage/library/16_9/16_9_0/india_1625484618.jpg)
india
ମସ୍କୋ: କରୋନା ଭାଇରସ୍ର ଟିକା ବା ଭ୍ୟାକ୍ସିନ୍ ବାହାର କରିବା ପାଇଁ ସାରା ବିଶ୍ୱ ଲାଗିପଡ଼ିଛି। କିଏ ଆଗ ଟିକା ବାହାର କରିବ ସେନେଇ ଏକ ପ୍ରକାରର ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି। ଆମେରିକା ଠାରୁ ଆରମ୍ଭ କରି ବହୁ ଛୋଟ ବଡ଼ ରାଷ୍ଟ୍ର ଟିକା ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି। ଇଂଲଣ୍ଡର ଆଷ୍ଟ୍ରା ଜେନେକା ଅକ୍ସଫୋର୍ଡ ୟୁନିଭର୍ସିଟି ହେଉ କିମ୍ବା ଇଣ୍ଡିଆର ଭାରତ ବାୟୋଟେକ୍ ସମସ୍ତେ ଭାକ୍ସିନ୍ ପ୍ରସ୍ତୁତରେ ତତ୍ପର।
ଏହି ରେସ୍ରେ କିନ୍ତୁ ଋଷିଆ ଆଗ ଟିକା ଆଣିବ ବୋଲି ଦାବି କରିଛି। ଚଳିତ ମାସରେ କରୋନା ଟିକା ବିଶ୍ୱ ବଜାରକୁ ଆଣିବ ବୋଲି କହିଛି ଋଷିଆ। ପଞ୍ଜୀକରଣ ପାଇଁ କାଗଜପତ୍ର କାମ ଆରମ୍ଭ ହୋଇଗଲାଣି। ସବୁ ଠିକ୍ଠାକ୍ ଚାଲିଲେ ମାତ୍ର ୧୦ ଦିନ ଭିତରେ ମାନେ ଅଗଷ୍ଟ ୧୦ କିମ୍ବା ୧୨ ତାରିଖରେ କରୋନା ଟିକା ବଜାରକୁ ଆସିବ ବୋଲି ଋଷିଆ ଦାବି କରିଛି।
ଏନେଇ ଋଷିଆର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ୍ ମୁରାଷ୍କୋ ଘୋଷଣା କରିଛନ୍ତି। ସେ କିହଛନ୍ତି ଋଷିଆର ଗମାଲେୟା ଇନଷ୍ଟିଟ୍ୟୁଟ୍ ଏହି ଆଡେନୋ ଭାଇରସ୍ ବେସ୍ଡ ଭ୍ୟାକ୍ସିନ୍ର ମାନବ ପରୀକ୍ଷଣରେ ଫଳାଫଳରେ ପହଞ୍ଚିଯାଇଛି। ଖୁବ୍ଶୀଘ୍ର ଏହି ଭ୍ୟାକ୍ସିନ୍କୁ ପଞ୍ଜୀକରଣ କରାଯିବ। ଏଥିପାଇଁ କାଗଜପତ୍ର କାମ ଚାଲିଥିବା ମିଖାଇଲ୍ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଚଳିତ ମାସରେ ଡାକ୍ତର ଓ ଶିକ୍ଷକମାନଙ୍କୁ ଏହି ଟିକା ଦିଆଯିବ। ଏହାପରେ ବର୍ଷ ଶେଷ ଆଡ଼କୁ ଅକ୍ଟୋବର ମାସରେ ଟିକାର ବହୁଳ ବ୍ୟବହାର କରାଯିବ ବୋଲି ଋଷିଆ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)